ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର “ଗଣିତ ବିଭାଗ” ତରଫରୁ ଦୁଇ ଦିବସୀୟ ଜାତୀୟ ସମ୍ମିଳନୀ ଉଦଘାଟିତ

0
208

ବ୍ରହ୍ମପୁର,୨୦/୧୦/୨୦୨୩:ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର “ଗଣିତ ବିଭାଗ” ତରଫରୁ ଦୁଇ ଦିବସୀୟ ଜାତୀୟ ସମ୍ମିଳନୀ ଗତକାଲି “ସାମ୍ପ୍ରତିକ ପ୍ରଗତି ରେ ଗଣିତ” ଶୀର୍ଷକ କୁ ଆଧାର କରି, ବିଶ୍ଵବିଦ୍ୟାଳୟର ପ୍ରଶାସନିକ ବିଭାଗର ସମ୍ମିଳନୀ ଗୃହରେ ମାନନୀୟା କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶଙ୍କ ଅଧ୍ୟକ୍ଷତାରେ ଉଦଘାଟିତ ହୋଇଯାଇଛି। ସମ୍ମିଳନୀର ସଂଯୋଜକ ଡ. ପଦ୍ମନାଭ ସାମନ୍ତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ।ଦୁଇ ଦିବସୀୟ ଜାତୀୟ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଆଇ.ଆଇ. ଟି. ରୋପାର୍ ର ପ୍ରଫେସର ମନୋରଂଜନ ମିଶ୍ର, ନାଇଜର୍ ଭୁବନେଶ୍ୱର ର ପ୍ରଫେସର ଏ.କେ କର୍ଣ୍ଣ ଏବଂ ଆଇ.ଏମ୍.ଏ ଭୁବନେଶ୍ୱର ର ଫର୍ମର ଡାଇରେକ୍ଟର ପ୍ରଫେସର ଏ. କେ ମିଶ୍ର ଯୋଗଦାନ କରିଥିଲେ। ମଞ୍ଚାସିନ ଅନ୍ୟାନ୍ୟ ଅତିଥିମାନେ ତଥା ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ, ସଂଗଠନ ସମ୍ପାଦକ ଡ଼. ପି.କେ. ଜେନା ଏବଂ ସଂଯୋଜକ ଭାବେ ଡ଼. ପଦ୍ମନାଭ ସାମନ୍ତ ଉପସ୍ଥିତ ହୋଇଥିଲେ । ବିଭାଗୀୟ ମୁଖ୍ୟ ଡ଼. ପି.କେ. ଜେନା ସମ୍ମିଳନୀ ବିଷୟରେ ବିସ୍ତାରିତ ଭାବେ ବିବରଣୀ ପ୍ରଦାନ କରିଥିଲେ ।ଏଥି ସହ ବିଭାଗ “ସ୍ମରଣିକା” ପତ୍ରିକା ର ଉନ୍ମୋଚନ ହୋଇଥିଲା। ଏହି ସମ୍ମିଳନୀରେ ବିଭିନ୍ନ ଅନୁଷ୍ଠାନରୁ ଅନେକ ଗବେଷକ, ଛାତ୍ର-ଛାତ୍ରୀ, ଅଧ୍ୟାପକ-ଅଧ୍ୟାପିକା ସନ୍ଦର୍ଭ ପାଠ କରିଥିଲେ। ଡ.ରଘୁନାଥ ପାତ୍ର ଶେସ ରେ ପ୍ରଥମ ଦିବସ ର କାର୍ଯ୍ୟକ୍ରମ ସମାପ୍ତ ସହ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମର ସଫଳ ପରିଚାଳନା ରେ ବିଭାଗର ଡ଼. ରଘୁନାଥ ପାତ୍ର, ଡ଼. ମଦନ ମୋହନ ସୋରେନ ଏବଂ ସୂର୍ଯ୍ୟନାରାୟଣ ରଥ ଆଦି ସହଯୋଗ କରିଥିଲେ। ଏହି ସମ୍ମିଳନୀକୁ ଗବେଷଣା ଛାତ୍ରଛାତ୍ରୀମାନେ ଏବଂ ସ୍ନାତକୋତ୍ତର ର ପ୍ରଥମବର୍ଷ, ଦ୍ଵିତୀୟବର୍ଷର ଛାତ୍ରଛାତ୍ରୀମାନେ ସୂଚାରୁରୂପେ ସଫଳତାର ସହ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here