ରାୟଗଡା,୦୮/୧୧/୨୦୨୩:
ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଖୁରୀଗାଁ ପଞ୍ଚାୟତରେ ଏ ପର୍ଯ୍ୟନ୍ତ ନିର୍ମାଣ ହେଇପାରିନି ପଞ୍ଚାୟତ କାର୍ଯ୍ୟାଳୟ, ଆଜକୁ ପ୍ରାୟ ସାତ ଆଠ ବର୍ଷ ହେବ ପଞ୍ଚାୟତର ମାନ୍ୟତା ପାଇ ହେଲେ ଏ ପର୍ଯ୍ୟନ୍ତ କାର୍ଯ୍ୟଳୟ ଟିଏ ନିର୍ମାଣ ହେଇପାରି ନାହିଁ, ଖୁରୀଗାଁ ଗ୍ରାମ ପଞ୍ଚାୟରେ ପ୍ରାୟ ଦଶରୁ ବାରଟି ୱାର୍ଡ ଥିବା ବେଳେ କାର୍ଯ୍ୟଳୟ ଟିଏ ନଥିବାରୁ ସେମାନେ କାଶୀପୁର ଯିବାକୁ ପଡୁଛି ଭାରତ ସରକାରଙ୍କ ମାଗଣା ଚାଉଳ ନିମନ୍ତେ ଖୁରୀଗାଁ ରେ ପଞ୍ଚାୟତ ଗୃହ ନ ଥିବା ହେତୁ କାଶୀପୁର ପଞ୍ଚାୟତ ଗୃହ କୁ ସ୍ଥାନାନ୍ତରିତ କରାଯାଇଛି ସେଥିପାଇଁ ଖୁରୀଗାଁ ପଞ୍ଚାୟତ ର ହିତାଧିକାରୀମାନେ ନାହିଁ ନ ଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଖୁରୀଗାଁ ଗ୍ରାମ ପଞ୍ଚାୟତ ରେ ଥିବା ୱାର୍ଡ ମାନଙ୍କର ବିପିଏଲ, ଏପିଏଲ ହିତାଧିକାରୀ ମାନେ କହିବା ଅନୁଯାୟୀ ସେମାନେ ବିନା ମୂଲ୍ୟରେ ସରକାରଙ୍କ ଚାଉଳ ପାଉଛନ୍ତି ସତ କିନ୍ତୁ ସେମାନେ ଯେତେବେଳେ କାଶୀପୁର ଯାଇକି ଚାଉଳ ଆଣିବା ସେମାଙ୍କ ପାଇଁ ଅତ୍ୟନ୍ତ କଷ୍ଟ ଦାୟକ ହେଥିବାର ବୃଦ୍ଧ ବୟସ୍କ ହିତାଧିକାରୀ ମାନେ କହିଛନ୍ତି l ଯଥା ଶିଘ୍ର ଖୁରୀଗାଁ ରେ ପଞ୍ଚାୟତ କାର୍ଯ୍ୟାଳୟ ଟିଏ ନିର୍ମାଣ କଲେ ବୃଦ୍ଧ ବୟସ୍କ ହିତାଧିକାରୀ ମାନେ ଅତ୍ୟନ୍ତ ଲାଭ ପାଇବେ ବୋଲି କହିଛନ୍ତି ବର୍ତ୍ତମାନ ଗୋଟିଏ ଭଡାଟିଆ କଂପ୍ଲେକ୍ସ ରେ ସବୁକାର୍ଯ୍ୟ କରାଯାଉଥିବା ବେଳେ ଅନେକ ପ୍ରକାରର ସମସ୍ୟା ମଧ୍ୟ ହେଉଥିବାର ଦେଖା ଯାଉଛି ବୋଲି ଖୁରୀଗାଁ ପଞ୍ଚାୟତ ର ବିଭିନ୍ନ ଗ୍ରାମ ଲୋକମାନେ କହୁଛନ୍ତି ତେଣୁ ଏହା ପ୍ରତି ସରକାର ଧ୍ୟାନ ଦେଇ ଗୋଟିଏ ପଞ୍ଚାୟତ ଘର ଟିଏ ନିର୍ମାଣ କରିବାକୁ ଅଞ୍ଚଳବାସୀ ଦାବି କରୁଛନ୍ତି l






