ଆସନ୍ତା ୨୬ ରେ ସାବୁଳିଆ ଠାରେ ଆୟୋଜିତ ହେବ କୃଷକ ମହାପଞ୍ଚାୟତ

0
183

ବ୍ରହ୍ମପୁର, ୨୪/୧୧ ୨୦୨୩: ସଂଯୁକ୍ତ କିଷାନ ମୋର୍ଚ୍ଚା (ଅଣ ରାଜନୈତିକ),ରାଷ୍ଟ୍ରୀୟ କିଷାନ ମଜଦୁର ମହାସଂଘ ପକ୍ଷରୁ ଆସନ୍ତା ୨୬ ତାରିଖରେ ରମ୍ଭା ଷ୍ଟେସନ ସ୍ଥିତ ସାବୁଳିଆ ଠାରେ କୃଷକ ମହାପଞ୍ଚାୟତ ଅନୁଷ୍ଠିତ ହେବାକୁ ଯାଉଛି।ଏ ସମ୍ପର୍କରେ ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ସଚିନ ମହାପାତ୍ର ସୁଚନା ଦେଇଛନ୍ତି।ସମ୍ପ୍ରତି ଗଞ୍ଜାମ ଜିଲ୍ଲାର ଧାନଚାଷର ସ୍ଥିତି କହିଲେ ନସରେ ଏହାର ସମାଧାନ ପାଇଁ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଦପ୍ତର ପର୍ଯ୍ୟନ୍ତ ଜଣାଇଲେ ସୁଦ୍ଧା ଫଳଶୂନ୍ୟ,ଏହି ମରୁଡି ସମସ୍ୟାରୁ ମୁକୁଳିବା ଅତ୍ୟନ୍ତ ଜରୁରୀ, ଚାଷ ଓ ଚାଷୀ ବଞ୍ଚିବା ପାଇଁ ରାଷ୍ଟ୍ରୀୟ କିଷାନ ମଜଦୂର ମହାସଂଘ ଆନୁକୂଲ୍ୟରେ ସଂଯୁକ୍ତ କିଷାନ ମୋର୍ଚ୍ଚା(ଅଣରାଜନୈତିକ) ପ୍ରତ୍ୟେକ୍ଷ ତତ୍ୱାବଧାନରେ କୃଷକ ମହାପଞ୍ଚାୟତ, କୃଷକ ଜାଗରଣ ସଭା, ସଚେତନତା ଓ ସରକାରଙ୍କ ନିକଟରେ ଦୃଢ଼ ଦାବି ଉପସ୍ଥାପନା କରିବା ପାଇଁ ଏହି ମହା ପଞ୍ଚାୟତ ଆୟୋଜନ କରାଯାଇଛି।ଏଥିରେ ଅନେକ କେନ୍ଦ୍ରୀୟ କୃଷକ ନେତୃତ୍ୱ ଏହି କୃଷକ ମହା ପଞ୍ଚାୟତ ରେ ଯୋଗ ଦେବେ ବୋଲି
ରାଜ୍ୟ ସଭାପତି ସଚିନ ମହାପାତ୍ର
ସୁଚନା ଦେଇଛନ୍ତି। ଧାନ ର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ ଏସ ପି) ରେ କୃଷକର ଉତ୍ପାଦିତ ସମସ୍ତ ଶସ୍ୟ ସରକାର ବାଧ୍ୟତାମୂଳକ କ୍ରୟ କରିବା,ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୫୦୦୦ ଟଙ୍କା କରାଯିବା, ସମସ୍ତ କୃଷିଋଣ ଛାଡ଼ କରାଯିବା,
ଗଞ୍ଜାମ ଜିଲ୍ଲାକୁ ମରୁଡ଼ି ଘୋଷଣା କରାଯାଇ କ୍ଷତିଗ୍ରସ୍ତ କୃଷକଙ୍କୁ ଏକର ପ୍ରତି ୧୦,୦୦୦ ହଜାର ଟଙ୍କା କ୍ଷତିପୂରଣ ଦିଆଯିବା,ବାର୍ଦ୍ଧକ୍ୟ ଭତ୍ତା ୫୦୦ରୁ ୩୦୦୦ ହଜାରକୁ ବୃଦ୍ଧି, କୃଷକ ଭତ୍ତା ୫୦୦୦ ଟଙ୍କା କରାଯିବା, ମଣ୍ଡିରେ କଟନି ଛଟନି ବନ୍ଦ କରାଯିବା,ଯୁଦ୍ଧକାଳୀନ ଭିତ୍ତିରେ ଜଳସେଚନ, ଜଳନିଷ୍କାସନ ଶୀତଳ ଭଣ୍ଡାରର ସୁବ୍ୟବସ୍ଥା କରାଯିବା ଭଳି ପ୍ରମୁଖ ଦାବି ନେଇ ଏହି ମହା ପଞ୍ଚାୟତ ଆୟୋଜନ କରାଯାଉଥିବା ନେଇ ସଭାପତି ସୁଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here