ନାଭାଲ ୟୁନିଟ ପକ୍ଷରୁ ଏନ୍.ସି.ସି ଡେ’ ପାଳନ

0
147

ବ୍ରହ୍ମପୁର, ୨୫/୧୧/୨୦୨୩: ବ୍ରହ୍ମପୁର ସ୍ଥିତ -୧ (ଓଡି଼ଶା) ନାଭାଲ ୟୁନିଟ୍ ଏନ୍.ସି.ସି ପକ୍ଷରୁ ୭୫ ତମ ଏନ୍.ସି.ସି ଡେ’ ପାଳନ ହୋଇଯାଇଛି । ସାରା ଭାରତ ବର୍ଷରେ ୭୫ ତମ ଏନ୍.ସି.ସି ଡେ’ ତଥା ହୀରକ ଜୟନ୍ତୀ ପାଳନ ହେଉଥିବାବେଳେ ବ୍ରହ୍ମପୁର ଏନ୍.ସି.ସି ଗ୍ରୁପ୍ ହେଡକ୍ବାଟର ପକ୍ଷରୁ ମଧ୍ୟ ଏହାକୁ ପାଳନ କରାଯାଇଛି । ଏନ୍.ସି.ସି ଡେ’ ଉପଲକ୍ଷେ -୧ (ଓଡି଼ଶା) ନାଭାଲ ୟୁନିଟ୍ ଅଧୀନରେ ଥିବା ବିଭିନ୍ନ କଲେଜ ଓ ସ୍କୁଲର ନାଭାଲ କ୍ୟାଡେଟମାନେ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ମାଧ୍ୟମରେ ଏହି ଦିବସଟିକୁ ପାଳନ କରିଛନ୍ତି । ଖଲ୍ଲିକୋଟ୍ ଏକକ ବିଶ୍ବବିଦ୍ୟାଳୟ, ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟ, ଗଞ୍ଜାମ ମହାବିଦ୍ୟାଳୟ, ନିଷ୍ଟ ଶୟଂଶାସିତ ମହାବିଦ୍ୟାଳୟ ବ୍ରହ୍ମପୁର, କେନ୍ଦ୍ରୀୟ ବିଦ୍ୟାଳୟ ଆଇ.ଏନ୍.ଏସ୍. ଚିଲିକାର ଏନ୍.ସି.ସି କ୍ୟାଡେଟ ଓ ଆଇ.ଟି.ଆଇ ଚାତ୍ରଛାତ୍ରୀମାନଙ୍କ ଦ୍ବାରା ବ୍ରହ୍ମପୁର ଆଇ.ଟି.ଆଇ ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ହୋଇଥିଲା । ଏହା ସହ ଏନ୍.ସି.ସି ନାଭାଲ କ୍ୟାଡେଟ୍ ମାନଙ୍କ ଦ୍ଵାରା ପରିବେଶ ସୁରକ୍ଷା ନେଇ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା ।ଏହାପରେ ସହରର ଟ୍ରାଫିକ୍ ସମସ୍ୟା ଦୂର ଏବଂ ସଡକ ସୁରକ୍ଷା ନେଇ ଏକ ସଚେତନତା ରାଲି ମଧ୍ୟ କରାଯାଇଥିଲା । ଏହି ଟ୍ରାଫିକ୍ ସଚେତନତା ରାଲି ବ୍ରହ୍ମପୁର ସହରର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଇଞ୍ଜିନିୟରିଂ ସ୍କୁଲ ଛକ, ମେଡିକାଲ ଭେଣ୍ଡି ଜୋନ୍, କମାପଲ୍ଲି, କୋର୍ଟପେଟା, ଟାଟା ବେଞ୍ଜ, ନୂଆ ବସଷ୍ଟାଣ୍ଡ, ଗେଟ୍ ବଜାର, ସିଟି ହସ୍ପିଟାଲ, ଗୋଷାଣିନୂଆ ଗାଁ, ଅନପୂର୍ଣ୍ଣା ମାର୍କେଟ ଆଦି ପ୍ରମୁଖ ସ୍ଥାନ ଗୁଡ଼ିକରେ ଏନ୍.ସି.ସି ନାଭାଲ କ୍ୟାଡେଟ୍ ମାନେ ପରିଚାଳିନା କରିଥିଲେ । ସେହିପରି ସ୍ଥାନୀୟ ଜନସାଧାରଣଙ୍କୁ ସଡକ ସୁରକ୍ଷା ଉପରେ ମଧ୍ୟ ଅବଗତ କରାଯାଇଥିଲା । ସହରରେ ଟ୍ରାଫିକ୍ ସମସ୍ୟା ଦୂର ଏବଂ ସଡକ ସୁରକ୍ଷା ସଚେତନତା ରାଲିକୁ ବ୍ରହ୍ମପୁର ପୋଲିସ ତରଫରୁ ସହଯୋଗ ମିଳିଥିବା ବେଳେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଶ୍ରବଣା ବିବେକ ଏମ୍ ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମ ପାଇଁ ବ୍ରହ୍ମପୁର ଟ୍ରାଫିକ୍ ଡିଏସପି, ଟ୍ରାଫିକ୍ ଆଇଆଇସିଙ୍କ ତରଫରୁ ସହଯୋଗ ମିଳିଥିବା ବେଳେ ୩୦ ଟ୍ରାଫିକ୍ କନଷ୍ଟେବଳ ନିୟୋଜିତ ହୋଇଥିଲେ।
୭୫ତମ ଏନ୍.ସି.ସି ଡେ’ ତଥା ହୀରକ ଜୟନ୍ତୀ ପାଳନ କାର୍ଯ୍ୟକ୍ରମଟି -୧(ଓଡି଼ଶା) ନାଭାଲ ୟୁନିଟ୍ ଏନ୍.ସି.ସି, ବ୍ରହ୍ମପୁର ପକ୍ଷରୁ ଆୟୋଜନ କରାଯାଇଥିବା ବେଳେ ସ୍ଥାନୀୟ ଜଙ୍ଗଲ ଓ ପରିବେଶ ବିଭାଗ ଓ ବ୍ରହ୍ମପୁର ଆଇ.ଟି.ଆଇ ପକ୍ଷରୁ ମଧ୍ୟ ସହଯୋଗ ମିଳିଥିଲା । ଏହି କାର୍ଯ୍ୟକ୍ରମ ପାଇଁ ସ୍ଥାନୀୟ ଡିଏଫଓଙ୍କ ତରଫରୁ ୨୦୦ ଚାରା ପ୍ରଦାନ କରାଯାଇଥିଲା । ଉପ ବନସଂରକ୍ଷକ ଶ୍ରୀ ପ୍ରଭାକର ନାୟକ ଏବଂ ବ୍ରହ୍ମପୁର ଆଇ.ଟି.ଆଇ ପ୍ରିନ୍ସିପଲ ଶ୍ରୀ ରଜତ କୁମାର ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମ ପାଇଁ ସହଯୋଗ ପ୍ରଦାନ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମ -୧ (ଓଡି଼ଶା) ନାଭାଲ ୟୁନିଟ୍ ଏନ୍.ସି.ସି, ବ୍ରହ୍ମପୁରର କମାଣ୍ଡିଂ ଅଫିସର କମାଣ୍ଡର ଡି. ଜୁଝାର ସିଂଙ୍କ ତତ୍ତ୍ବାବଧାନରେ ହୋଇଥିବାବେଳେ ୨୫୦ ଏନ୍.ସି.ସି ନାଭାଲ କ୍ୟାଡେଟ, ୩୦୦ ଆଇ.ଟି.ଆଇ ଛାତ୍ରଛାତ୍ରୀ, ତିନି ଜଣ ଏ.ଏନ.ଓ. ଏବଂ କାର୍ଯ୍ୟାଳୟର ସମସ୍ତ କର୍ମଚାରି ଯୋଗଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here