ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଜାତୀୟ ସମ୍ବିଧାନ ଦିବସ ପାଳନ

0
168

ବ୍ରହ୍ମପୁର,୨୬/୧୧/୨୦୨୩:
ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ସ୍ନାତକତ୍ତୋର ରାଜନୀତି ବିଜ୍ଞାନ ବିଭାଗ ଓ ଜାତୀୟ ସେବା ଯୋଜନା ଶାଖାର ମିଳିତ ଆନୁକୁଲ୍ୟରେ ଆଜି ଜାତୀୟ ସମ୍ବିଧାନ ଦିବସ ପାଳନ ହୋଇଯାଇଛି। ସଭାର ପ୍ରାରମ୍ଭରେ ଡଃ ବି. ଆର୍. ଆମ୍ବେଦକରଙ୍କର ଫଟୋ ଚିତ୍ରରେ ପୁଷ୍ପ ସମର୍ପଣ କରାଯାଇଥିଲା ଏବଂ ତାଙ୍କର ଆଦର୍ଶ ଓ ମୂଲ୍ୟବୋଧରେ ସମସ୍ତେ ଅନୁପ୍ରାଣିତ ହେବା ପାଇଁ ଆହ୍ଵାନ ଦିଆଯାଇଥିଲା। ଜାତୀୟ ସେବା ଯୋଜନାର କାର୍ଯ୍ୟକାରୀ ଅଧିକାରୀ ଡଃ ଶଙ୍କର୍ସଣ ମଲିକ ସଭା ପରିଚାଳନା କରିଥିଲେ। ଏଥିରେ ଏନ୍. ଏସ୍. ଏସ୍. ର ବ୍ୟୁରୋ ଅଧିକାରୀ ସୌମ୍ୟଶ୍ରୀ ସାହୁ ସହଯୋଗ କରିଥିଲେ। ରାଜନୀତି ବିଜ୍ଞାନ ବିଭାଗର ସଂଯୋଜକ ଡଃ ରାଜେଶ ସେଠ୍ ମୁଖ୍ୟ ବକ୍ତା ଭାବରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ସମ୍ବିଧାନର ମୁଲ୍ୟବୋଧର ସମ୍ୟକ ଅନୁଶୀଳନ ପାଇଁ ସବୁ ସ୍ତରରେ ଏବଂ ମୁଖ୍ୟତଃ ଛାତ୍ରଛାତ୍ରୀମାନଙ୍କର ଅଙ୍ଗୀକାରବଦ୍ଧତା ଉପରେ ଗୁରୁତ୍ଵ ଦେଇଥିଲେ। ଡଃ ଶଙ୍କର୍ସଣ ମଲିକ ଜାତୀୟ ସେବା ଶାଖା ମାଧ୍ୟମରେ ବିଦ୍ୟାର୍ଥୀମାନେ ଗାଁ ଗାଁ ରେ ସାମ୍ବିଧାନିକ ମୂଲ୍ୟବୋଧ ଓ ଜାତୀୟ ଚେତନାର ପ୍ରସାର ଓ ପ୍ରଚାର ନିମନ୍ତେ କାର୍ଯ୍ୟରତ ହେବାକୁ ଅନୁପ୍ରାଣିତ କରିଥିଲେ। ସଭାରେ ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ଡଃ ଶାରଦା ପ୍ରସନ୍ନ ରାଉତ,ଡଃ ସୌମେନ୍ଦ୍ର ମହାନ୍ତି, ଡଃ କିର୍ତ୍ତୀମୟୀ ରାଉତରାୟ ଉପସ୍ଥିତ ଥିଲେ। ପରିଶେଷରେ ରାଜନୀତି ବିଜ୍ଞାନର ଅଧ୍ୟାପକ ତଥା ଲୋକ ପ୍ରଶାସନ ବିଭାଗର ସଂଯୋଜକ ଶ୍ରୀ ସଞ୍ଜୟ ମେହେର ନିଜର ବକ୍ତବ୍ୟ ରଖିବା ସହ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here