ଜମିରେ ପଡିଛି ଧାନ,ଯୁଗ୍ମ ବିଭାଗ କରୁଛି ଅକାଳନ

0
86

ଆସିକା, ୦୭/୧୨/୨୦୨୩:
ଆସିକା କୃଷି ଜିଲ୍ଲାରେ ମିଗଜୋମ ପ୍ରଭାବରେ ତିନି ଦିନ ଧରି ଲାଗି ରହିଥିବା ଝିପି ଝିପି ବର୍ଷା ରେ ଧାନ ଓ ପରିବା ଚାଷ ପ୍ରଭାଭିତ ହୋଇଛି l କୃଷି ବିଭାଗ ର ପ୍ରାଥମିକ ଅକାଳନ ପ୍ରକାରେ ୩୩ % ରୁ ଅଧିକ କ୍ଷତି ହେବାର ଆକଳନ ଅନୁମାନ କରୁଛି କୃଷି ବିଭାଗ l ଏସ ଆର ସି ନିର୍ଦ୍ଦେଶ ପ୍ରକାରରେ ରାଜସ୍ୱ ବିଭାଗ ଓ କୃଷି ବିଭାଗ ମିଳିତ ଭାବେ ଏହି କ୍ଷତି ର ଆକଳନ କରାଯାଇ ଜିଲ୍ଲା ପ୍ରଶାସନ ରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଆସିକା ବ୍ଲକ କୃଷି ଅଧିକାରୀ ବାସୁଦେବ ସାହୁ ସୂଚନା ଦେଇଛନ୍ତି l ପ୍ରକାଶ ଥାଉକି ଆସିକା ବ୍ଲକରେ ୧୭୨୦୦ ହେକ୍ଟର ଚାଷ ଜମିରୁ ଖାଲୁଆ ଓ ଗହୀର ମାଳ ର ୭୦୬୮ ହେକ୍ଟର ଜମିରେ ଧାନ ଚାଷ ହୋଇଥିଲା l ପାଣି ଅଭାବରୁ ୨୧୫୦ ହେକ୍ଟର ର ଫସଲ କ୍ଷତି ହୋଇଥିବା ନେଇ କୃଷି ବିଭାଗ ରିପୋର୍ଟ ପ୍ରଦାନ କରିଥିଲା l ପରବର୍ତ୍ତୀ ଅବସ୍ଥା ରେ ମିଗଜୋମ ପ୍ରଭାବରେ ୬୦୦ ହେକ୍ଟର ରୁ ଉର୍ଦ୍ଧ୍ୱ କ୍ଷତି ର ଆଶଙ୍କା କରାଯାଉଛି l ଏଥି ସହିତ ଅଧିକ ୬୦୦ ହେକ୍ଟର ରୁ ଉର୍ଦ୍ଧ୍ୱ ଚାଷ ଜମିର ଫସଲ ନଷ୍ଟ ହେବାର ଆଶଙ୍କା କରାଯାଉଛି l ମିଗଜୋମ ର ପ୍ରଭାବ ରେ ଗତ ତିନିଦିନ ଧରି ଲାଗି ରହିଥିବା ବର୍ଷା ମଧ୍ୟରୁ ୦୬ ତାରିଖ ଦିନ ୫୮ ମିଲି ମିଟର ବର୍ଷା ଚାଷୀ ର ଫସଲ କୁ ଅଧିକ କ୍ଷତି ରେ ପକାଇଛି l ତଦ୍ୱାରା ମାଧ୍ୟମ ଚାଷ ଜମିରେ ଅଦ୍ୟାବଧି ଜମିରେ ଧାନ କଟା ହୋଇ ପଡି ରହିଥିବା ବେଳେ ଅନେକ ସ୍ଥାନରେ ବିଲରୁ ପାଣି ମଧ୍ୟ ଛାଡି ନାହିଁ l କଞ୍ଚା ଓଦା ଧାନ କୁ ଚାଷୀ ଖରାକୁ ଅପେକ୍ଷା କରି ରହିଛି l ଦୁଇ ତିନି ଦିନ ଭିତରେ ଯଦି ଓଦା ଧାନ ନ ସୁଖେ ତାହା ହେଲେ ଗଜା ହେବା ସମ୍ଭାବନା ରହିଛି lଏଭଳି ପରିସ୍ଥିତି ରେ ଚାଷୀ ଏକ ପ୍ରକାର ହତାଶ ହୋଇ ପଡ଼ିଥିବା ଅନୁମାନ କରାଯାଉଛି l
ବର୍ଷା ଆରମ୍ଭ ରୁ ଚାଷ କାର୍ଯ୍ୟ ପାଇଁ ସଠିକ ସମୟରେ ବର୍ଷା ନ ହେବାରୁ ବିଳମ୍ବରେ ଚାଷ କାମ ଆରମ୍ଭ ହୋଇ ଥିଲା l ତଥାପି ଚାଷୀ ଚାଷ କାମ କରି ଧାନ ବୁଣା କରି ଅମଳ ଆଶା ରଖିଥିଲା l ଅମଳ ବେଳକୁ ଅଦିନିଆ ବର୍ଷା ମିଗଜୋମ ର ପ୍ରଭାବ ଆଦାୟ ବେଳକୁ ଏବେ କ୍ଷତି ସହିବ ଚାଷୀ l ବର୍ଷ ତମାମ ଘର ଚଳିବ କେମିତି ଆଉ ଋଣ ସୁଝିବ କେମିତି ତାହା ଏବେ ଚାଷୀଙ୍କ ମୁଣ୍ଡରେ ଚଡକ।କୃଷି ବିଭାଗ ପକ୍ଷରୁ ୩୩ ପ୍ରତିଶତ ଫସଲ କ୍ଷତି ହୋଇଥିବା ଅନୁମାନ କରାଯାଉଛି।

LEAVE A REPLY

Please enter your comment!
Please enter your name here