ପ୍ରଭାତ ରଞ୍ଜନ ମହାନ୍ତି ବୁଗୁଡାର ନୂତନ ଆଇଆଇସି

0
146

ବୁଗୁଡା ୭/୧୨/୨୩ ଗଞ୍ଜାମ ପୋଲିସ ଜିଲ୍ଲା ଅନ୍ତର୍ଗତ ବୁଗୁଡା ପୋଲିସ ଥାନାର ନୂତନ ଆରକ୍ଷୀ ନିରୀକ୍ଷକ ଭାବେ ପ୍ରଭାତ ରଞ୍ଜନ ମହାନ୍ତି କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ପୂର୍ବତନ ଆଇଆଇସି ଚିତ୍ତରଞ୍ଜନ ବେହେରାଙ୍କ ବଦଳି ପରେ ଅତିରିକ୍ତ ଆରକ୍ଷୀ ନିରୀକ୍ଷକ ଶର୍ମିଷ୍ଠା ପ୍ରଧାନ ବୁଗୁଡା ପୋଲିସ ଥାନାର ଆଇଆଇସି ଦାୟିତ୍ୱ ପରିଚାଳନା କରୁଥିଲେ। ନୂତନ ଆଇଆଇସି ପ୍ରଭାତ ରଞ୍ଜନ ମହାନ୍ତି, ଶ୍ରୀମତୀ ପ୍ରଧାନଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ। ଦାୟିତ୍ୱ ଗ୍ରହଣ ପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶ୍ରୀ ମହାନ୍ତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here