ପୋଲସରା,୨୫/୧୨/୨୦୨୩ :ବିଜୁ ଜନତା ଦଳର ୨୭ ତମ ପ୍ରତିଷ୍ଠା ଦିବସ ଡିସେମ୍ବର ୨୬ ତାରିଖ ଦିନ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଡିସେମ୍ବର ୨୪ ତାରିଖ ଦିନ ପୋଲସରା କୋଣାର୍କ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ପୋଲସରା ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀକାନ୍ତ ସାହୁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ପୋଲସରା ବ୍ଲକ ଅଧ୍ୟକ୍ଷା କଳ୍ପନା ପ୍ରଧାନ ଓ ଉପାଧ୍ୟକ୍ଷ କାହ୍ନୁଚରଣ ପରିଡ଼ା, ପୋଲସରା ଏନ୍ଏସି ଅଧ୍ୟକ୍ଷା ସଙ୍ଗୀତା ବେହେରା ଓ ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, କେ.ନୀଳମାଧବ ଆଚାରୀ, ବୁଗୁଡା ବ୍ଲକ ବିଜେଡି ସଭାପତି ଇ. ମଦନ ଗୋପାଳ ଦୋରା, ପୋଲସରା ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ନାଥ ପ୍ରଧାନ, ପ୍ରତାପ ପ୍ରଧାନ, ଟୁକୁନା ସ୍ବାଇଁ, ଜିଲ୍ଲା ପରିଷଦ ମେମ୍ବର ଅଶୋକ କୁମାର ବିଷୋୟୀ, ବିକ୍ରମ କୁମାର ନାୟକ, ଝୁନୁ ଦାସ, ଓ ଗଙ୍ଗପାଣି ଜେନା, ବିଜୟ ସ୍ବାଇଁ, ହରିହର ସ୍ବାଇଁ, ଜିତେନ୍ଦ୍ର ନାୟକ, ଶିଶିର ବେହେରା, ପୀତବାସ ପ୍ରଧାନ, ଦୀପିକା ବାରିକ, କବିତା ସାହୁ, କନକ ରାଉତ, ଲିଲି ସାହୁ, ସମୀର କୁମାର ଭୂୟାଁ, ଗୋପାଳ ସାହୁ, କିଶୋର ଚନ୍ଦ୍ର ବେହେରା, ପ୍ରଫୁଲ୍ଲ ପଣ୍ଡା , ସୁବ୍ରତ ରାଖଲ୍ ଦାସ, ସୁକାନ୍ତ ଭୂୟାଁ, ସୁଶାନ୍ତ ଆପଟ, କୃଷ୍ଣ ରା, କାର୍ତ୍ତିକ ସାହାଣୀ ଙ୍କ ସମେତ ବହୁ ସକ୍ରିୟ କର୍ମୀ ଯୋଗଦେଇଥିଲେ। ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସରେ ଉଭୟ ବ୍ଲକ ଓ ଏନଏସିରେ ଗଣ ଦୌଡ଼, ରକ୍ତଦାନ ଶିବିର, ବୃକ୍ଷ ରୋପଣ ଓ ମେଡ଼ିକାଲରେ ଫଳ ବଣ୍ଟନ କରିବା ପାଇଁ ବୈଠକରେ ପ୍ରସ୍ତାବ ପାରିତ ହୋଇଥିଲା।
Home ବ୍ରହ୍ମପୁର ସ୍ପେଶାଳ ପୋଲସରା ନିର୍ବାଚନ ମଣ୍ଡଳୀ ପକ୍ଷରୁ ବିଜେଡି ର ୨୭ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ପ୍ରସ୍ତୁତି...