ଗଞ୍ଜାମ ଜିଲ୍ଲାର ଲବ୍ଧ ପ୍ରତିଷ୍ଠିତ ଭେଷଜ ବିଶେଷଜ୍ଞ ତଥା ପରୋପକାରୀ ସମାଜସେବୀ ଡକ୍ଟର ମିହିର କାନ୍ତ ପାଣିଗ୍ରାହୀଙ୍କ ପରଲୋକ

0
109

ବ୍ରହ୍ମପୁର,୧୭/୦୧/୨୦୨୪:ରାଜ୍ୟ ସରକାରଙ୍କ ଅବସରପ୍ରାପ୍ତ ବରିଷ୍ଠ ଭେଷଜ ବିଶେଷଜ୍ଞ ତଥା ମିଷ୍ଟଭାଷୀ, ପରୋପକାରୀ ତଥା ଛାତ୍ରାବସ୍ଥା ରେ ଜଣେ ମେଧାବୀ ଛାତ୍ର ହିସାବରେ ପରିଗଣିତ ଡାକ୍ତର ମିହିର କାନ୍ତ ପାଣିଗ୍ରାହୀଙ୍କ ର ଷୋହଳ ତାରିଖ ରାତିରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ହୃଦଘାତ ରେ ପରଲୋକ ହୋଇଯାଇଛି।
ମୃତ୍ୟୁ ବେଳକୁ ତାଙ୍କୁ ୭୪ ବୟସ ହୋଇଥିଲା।ଡାକ୍ତର ପାଣିଗ୍ରାହୀ ଆକାଶବାଣୀର କିମ୍ବଦନ୍ତୀ ବ୍ୟକ୍ତିତ୍ଵ ମଧୁସୂଦନ ପାଣିଗ୍ରାହୀଙ୍କ ଜ୍ୟେଷ୍ଠ ପୁତ୍ର ତଥା “କୁମାର ପୁନେଇଁ ଜହ୍ନ ଲୋ” କମିଟି ର ବରିଷ୍ଠ ସଦସ୍ୟ ଓ ଉପଦେଷ୍ଟା ଥିଲେ। ମିଷ୍ଟଭାଷୀ ଓ ପରୋପକାରୀ ଡାକ୍ତର ପାଣିଗ୍ରାହୀ କୋଭିଡ ସମୟରେ ନିରବଚ୍ଛିନ୍ନ ଭାବେ ଶତାଧିକ ରୋଗୀଙ୍କୁ ମାଗଣାରେ ଚିକିତ୍ସା କରିଥିଲେ।ମୃତ୍ୟୁ ଶଯ୍ୟା ରେ ତାଙ୍କର ତିନି ପୁତ୍ର କ୍ୟାପିଟାଲ ହସପିଟାଲ ର ଆସୋସିଏଟ ପ୍ରଫେସର ଡାକ୍ତର ବିଶ୍ୱକେଶ , ଆମେରିକାରେ ଥିବା ଶିବାନନ୍ଦ ଓ କାନାଡ଼ାରେ ଥିବା ମୁଞ୍ଜକେଶ ତଥା ତିନିପୁତ୍ରବଧୁ ଓ ଭାଇ ପ୍ରିୟଦର୍ଶୀ ଓ ହୃଷୀକେଶ ପାଣିଗ୍ରାହୀ ଉପସ୍ଥିତ ଥିଲେ।ତାଙ୍କର ପରଲୋକରେ ସମାଜ ସେବା , ଚିକିତ୍ସା ସେବା ସହିତ ସଂସ୍କୃତି ଜଗତର ବିପୁଳ ଖ୍ୟାତି ଘଟିଲା ବୋଲି କନିଷ୍ଠ ଭ୍ରାତା ତଥା ଆକାଶବାଣୀ ର ପୂର୍ବତନ ନିର୍ଦ୍ଦେଶକ ହୃଷୀକେଶ ପାଣିଗ୍ରାହୀ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here