ବାଲିପଦରରେ +୨ ଛାତ୍ରୀମାନଙ୍କ ଆତ୍ମା ସୁରକ୍ଷା ତାଲିମ ଶିବିର

0
70

ବୁଗୁଡା ୧୯/୧/୨୪ ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀମାନଙ୍କ ୮ ଦିନିଆ ଆତ୍ମା ସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ପ୍ରିନ୍ସିପାଲ କୈଳାଶ ଚନ୍ଦ୍ର ସେନାପତି ଅଧ୍ୟକ୍ଷତା କରିଥିଲେ। ଅତିଥି ଭାବେ ପ୍ରାଧ୍ୟାପକ କିଶୋର ଚନ୍ଦ୍ର ପଣ୍ଡା, ଅଧ୍ୟାପିକା ସ୍ମିତାରାଣୀ ସାହୁ ଓ ଅଧ୍ୟାପକ ଡକ୍ଟର ଦିଲ୍ଲୀପ କୁମାର ପ୍ରଧାନ ଛାତ୍ରୀମାନେ ନିଜକୁ କିପରି ସୁରକ୍ଷିତ ରଖିପାରିବେ ସେଦିଗରେ ଗୁରୁତ୍ୱ ଆରୋପ କରିଥିଲେ। ଆରମ୍ଭ ହୋଉଥିବା ଆତ୍ମ ସୁରକ୍ଷା ତାଲିମ ଶିବିର ସେମାନଙ୍କ ପାଇଁ ଫଳପ୍ରଦ ହେବ ବୋଲି ପ୍ରକାଶ କରିଥିଲେ। ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିରର ସଂଯୋଜିକା ଅଧ୍ୟାପିକା ସୁଜାତା କୁମାରୀ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଉଦଘାଟନୀ କାର୍ଯ୍ୟକ୍ରମ ପରେ ମାଷ୍ଟର ଟ୍ରେନେର ଦ୍ବୟ ଛାତ୍ରୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ଶିକ୍ଷାନୁଷ୍ଠାନର ୩୦୦ ରୁ ଉର୍ଦ୍ଧ୍ବ ଛାତ୍ରୀ ଆତ୍ମା ସୁରକ୍ଷା ତାଲିମ ଶିବିରରେ ପ୍ରଶିକ୍ଷଣ ଗ୍ରହଣ କରିବେ।

LEAVE A REPLY

Please enter your comment!
Please enter your name here