ଜିଲ୍ଲା ସ୍ତରୀୟ ଜନରାଜ୍ୟ ଦିବସ ଉପଲକ୍ଷେ ଇଂରାଜୀ ବକ୍ତୃତା ପ୍ରତିଯୋଗିତା

0
129

ଛତ୍ରପୁର, ୧୯/୦୧/୨୦୨୪:
ଚଳିତ ବର୍ଷର ଜିଲ୍ଲା ସ୍ତରୀୟ ଜନରାଜ୍ୟ ଦିବସ ପାଳନ ଉପଲକ୍ଷେ ବିଦ୍ୟାଳୟ ଓ ମହା ବିଦ୍ୟାଳୟ ସ୍ତରରେ ଇଂରାଜୀ ବକ୍ତୃତା ପ୍ରତିଯୋଗିତା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ମଧ୍ୟ ଇରାଜୀ ବିଦ୍ୟାଳୟ ସ୍ତରରେ Indian Constitution is a Global Example, ଉଚ୍ଚ ବିଦ୍ୟାଳୟ ସ୍ତରରେ Three Tier System of Panchayatiraj ଏବଂ ମହା ବିଦ୍ୟାଳୟ ସ୍ତରରେ Indian Democracy is an Ideology Universe ବିଷୟରେ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାର ବିଚାରକ ଭାବେ ଅଶୋକ କୁମାର ଚୌଧୁରୀ, ପୂର୍ବତନ ବିଧାୟକ ନିରଞ୍ଜନ ତ୍ରିପାଠୀ, ଅବସରପ୍ରାପ୍ତ ଷ୍ଟେଟ ବ୍ୟାଙ୍କ କର୍ମଚାରୀ ଏବଂ ଜି. ପାପା ରାଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଯୋଗ ଦେଇଥିଲେ । ମଧ୍ୟ ଇଂରାଜୀ ସ୍ତରୀୟ ଇଂରାଜୀ ବକ୍ତୃତା ପ୍ରତିଯୋଗିତାରେ ଏ. ଆଦର୍ଶ ଦୋରା, ଜ୍ଞାନ ବିକାଶ ଇଂରାଜୀ ମାଧ୍ୟମିକ ବିଦ୍ଯାଳୟ, ଗୋବିନ୍ଦପୁର ପ୍ରଥମ ସ୍ଥାନ, ଶ୍ରେୟାଶ୍ରୀ ବିଷୋୟୀ, କେନ୍ଦ୍ରୀୟ ବିଦ୍ଯାଳୟ, ଛତ୍ରପୁର ଦ୍ବିତୀୟ ସ୍ଥାନ ହାସଲ କରିଥିବା ବେଳେ ସାଗରିକା ଶତପଥୀ, କାର୍ମେଲ ସିନିୟର ସେକେଣ୍ଡାରୀ ସ୍କୁଲ ଛତ୍ରପୁର ଏବଂ ବି. ହର୍ଷିତା ଓଡିଶା ଆଦର୍ଶ ବିଦ୍ଯାଳୟ, ଚମାଖଣ୍ଡି ଯୁଗ୍ମ ଭାବେ ତୃତୀୟ ସ୍ଥାନ ହାସଲ କରିଛନ୍ତି । ଉଚ୍ଚ ବିଦ୍ୟାଳୟ ସ୍ତରୀୟ ଇଂରାଜୀ ବକ୍ତୃତା ପ୍ରତିଯୋଗିତାରେ ବସୁନ୍ଧରା ପାଣିଗ୍ରାହୀ, ଦି ନିୟୁ ଏଜ୍ ୟୁରୋ ସ୍କୁଲ ଛତ୍ରପୁର ପ୍ରଥମ ସ୍ଥାନ, ଲୋପାମୁଦ୍ରା ନାୟକ, କାର୍ମେଲ ସିନିୟର ସେକେଣ୍ଡାରୀ ସ୍କୁଲ, ଛତ୍ରପୁର ଦ୍ବିତୀୟ ସ୍ଥାନ ହାସଲ କରିଥିବା ବେଳେ ବରୁଣ କୁମାର ସାହୁ, ଦି ନିୟୁ ଏଜ୍ ୟୁରୋ ସ୍କୁଲ ଛତ୍ରପୁର ତୃତୀୟ ସ୍ଥାନ ହାସଲ କରିଛନ୍ତି । ସେହିପରି ମହା ବିଦ୍ୟାଳୟ ସ୍ତରୀୟ ଇଂରାଜୀ ବକ୍ତୃତା ପ୍ରତିଯୋଗିତାରେ ରିଶିକା ମିଶ୍ର, ସରକାରୀ ବିଜ୍ଞାନ ମହାବିଦ୍ୟାଳୟ, ଛତ୍ରପୁର ପ୍ରଥମ ସ୍ଥାନ, ସଞ୍ଜନା ନାୟକ, ଜ୍ଞାନ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ଯାଳୟ, ଗୋବିନ୍ଦପୁର ଦ୍ବିତୀୟ ସ୍ଥାନ ହାସଲ କରିଥିବା ବେଳେ ବିଦିଶା ମହାନ୍ତି, ଜ୍ଞାନ ବିକାଶ ଇଂରାଜୀ ମାଧ୍ଯମିକ ବିଦ୍ଯାଳୟ, ଛତ୍ରପୁର ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସମସ୍ତ କାର୍ଯ୍ୟକ୍ରମ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପରିଚାଳିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here