ପୋଲସରା ୧୯/୦୧/୨୪: ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ନୋଡାଲ ହାଇସ୍କୁଲ ପରିସରରେ ବିଦ୍ୟାଳୟ ସ୍ତରୀୟ ଓଡ଼ିଆ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଦ୍ୟାଳୟର ସାହିତ୍ୟ ସୃଜନୀ, ଜିଜ୍ଞାସା, କୌଶଳୀ ଓ କ୍ରୀଡାଙ୍ଗନ କ୍ଳବ୍ ର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ସେମାନଙ୍କର ଉତ୍କର୍ଷତା ପ୍ରତିପାଦନ କରିଥିଲେ। ଏହି ଉପଲକ୍ଷେ ଆୟୋଜିତ ସଭାରେ ପ୍ରଧାନ ଶିକ୍ଷକ ଉମା ଶଙ୍କର ଦାଶ ଅଧ୍ୟକ୍ଷତା କରିଥିଲେ। ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ଯୁବ ଆଇନଜୀବୀ ସୁଶାନ୍ତ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ମୂରଲୀଧର ନନ୍ଦ ମୁଖ୍ୟ ବକ୍ତା, ସପନ କୁମାର ପାଣି, ଡଃ. ବୃଷକେତୁ ଦାଶ, ସନ୍ତୋଷ କୁମାର ପାତ୍ର ସମ୍ମାନିତ ଅତିଥି ଏବଂ ମୋ ସ୍କୁଲ୍ ର ରାଜ୍ୟ ସହଯୋଗୀ ସୁଜାତା ନାୟକ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ। ଶିକ୍ଷକ ଶୁଭକାନ୍ତ ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଶଙ୍କର ପ୍ରଧାନ ବିଭିନ୍ନ କ୍ଳବ୍ ବିଷୟରେ ବର୍ଣ୍ଣନା କରିଥିଲେ। ବିଭିନ୍ନ କ୍ଳବର କୃତି ଛାତ୍ରଛାତ୍ରୀମାନଙ୍କୁ ଏବଂ ସାହିତ୍ୟ ସୃଜନୀ କ୍ଳବର ମେଣ୍ଟରଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିରେ ଶିକ୍ଷକ ରମେଶ ଚନ୍ଦ୍ର ସ୍ୱାଇଁ, ସିମାଞ୍ଚଳ ସାହୁ, ସମୀର କୁମାର ଦଳାଇ, ଶିକ୍ଷୟିତ୍ରୀ ସୁନୀତା ବଡ଼ଜେନା, ସବିତା କୁମାରୀ ରାଉତ, କର୍ମଚାରୀ ଦୀପକ ପ୍ରଧାନ ସହଯୋଗ କରିଥିଲେ। ଶେଷରେ ଶିକ୍ଷକ ସୁଶାନ୍ତ କୁମାର ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ।