ବ୍ରହ୍ମପୁର,୨୪/୦୧/୨୦୨୪: କେନ୍ଦ୍ର ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ ନୂତନ ଶିକ୍ଷାନୀତି ପ୍ରଣୟନ ହେବା ପରଠାରୁ ପ୍ରତିବର୍ଷ ଯୁବ ସଙ୍ଗମ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ସେହିପରି ଚଳିତ ବର୍ଷ ଚତୁର୍ଥ ତମ ଯୁବ ସମାଗମ ଫେବୃଆରୀ ୧୦ ରୁ ମାର୍ଚ୍ଚ ୧୫ ତାରିଖ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି। ଚଳିତ ଥର ଓଡ଼ିଶା ରାଜ୍ୟ ପାଇଁ ନୋଡାଲ ଶିକ୍ଷାନୁଷ୍ଠାନ ଭାବେ ଆଇଜର ବ୍ରହ୍ମପୁର କୁ ଚୟନ କରାଯାଇଛି। ସେହିପରି ଓଡ଼ିଶାର ସହଭାଗିତା ରାଜ୍ୟ ଭାବେ ହିମାଞ୍ଚଳ ପ୍ରଦେଶ କୁ ମନୋନୀତ କରାଯାଇଛି।ଏହି କାର୍ଯ୍ୟକ୍ରମ ଏକ ଭାରତ ଶ୍ରେଷ୍ଠ ଭାରତ ଅଧିନରେ ଆୟୋଜିତ ହେଉଅଛି। ଏହା ମାଧ୍ୟମରେ ଉଭୟ ରାଜ୍ୟର କଳା, ସଂସ୍କୃତି, ପରମ୍ପରା, ପର୍ଯ୍ୟଟନ, ପ୍ରଗତି, ପ୍ରଯୁକ୍ତି ଓ ପରସ୍ପର ସମ୍ପର୍କ ର ଆଦାନ ପ୍ରଦାନ ହୋଇପାରିବ। ଏହାକୁ ନେଇ ରାଜ୍ୟର ୩୦ଗୋଟି ଜିଲ୍ଲାରୁ ବିଭିନ୍ନ ବର୍ଗକୁ ନେଇ ୧୮ରୁ ୪୦ ବର୍ଷ ବୟଷ ମଧ୍ୟରେ ଥିବା ୪୫ ଜଣ ଯୁବକ,ଯୁବତୀ ମାନଙ୍କୁ ଆଇଜର ପକ୍ଷରୁ ଚୟନ କରାଯିବ। ଏ ନେଇ ଇଚ୍ଛୁକ ଯୁବକଯୁବତୀମାନେ ଚଳିତମାସ ୨୫ ତାରିଖରୁ ଫେବୃଆରୀ ମାସ ୪ ତାରିଖ ମଧ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ୱେବ ସାଇଟ ebsb.aicte-india.org ରେ ଆବେଦନ କରିପାରିବେ। ଏହାକୁ ନେଇ ବିଭିନ୍ନ ବର୍ଗର ଯୁବକଯୁବତୀଙ୍କୁ ଚୟନ କରାଯିବ। ସେହିମାନେ ଏକ ସପ୍ତାହ ପାଇଁ ହିମାଞ୍ଚଳପ୍ରଦେଶ ଏକ୍ସପୋଜର ଭିଜିଟରେ ଯିବା ସହିତ ସେଠାକାର ପରମ୍ପରା, ପର୍ଯ୍ୟଟନ, ପ୍ରଗତି, ପ୍ରଯୁକ୍ତି ଓ ପରସ୍ପର ସମ୍ପର୍କ କୁ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିବେ। ଏହା ସହିତ ସେଠାକାର ସାଧାରଣ ପରିବାରରେ ସେମାନେ ନିଜର ଗୋଟିଏ ଦିନ ଅତିବାହିତ କରିବେ। ଯାହା ଦ୍ୱାରା ସେଠାକାର ଲୋକଙ୍କ ଜୀବନ ଜୀବିକା ବିଷୟରେ ଓଡିଶାର ଯୁବକ ଯୁବତୀମାନେ ଜାଣି ପାରିବେ। ଏହି ସମୟ ମଧ୍ୟରେ ସେମାନେ ସେଠାକାର କଳ କାରଖାନା, ଜୈବ୍ୟ ବିବିଧତା, ଶିକ୍ଷାନୁଷ୍ଠାନ, ବିଜ୍ଞାନାଗାର ପରି ବିଭିନ୍ନ ଯାଗା ପରିଭ୍ରମଣ କରିବେ। ଚଳିତ ବର୍ଷ ଏହି ଯୋଜନାରେ ଦେଶର ମୋଟ ୨୨ ଗୋଟି ରାଜ୍ୟ ସାମିଲ ହୋଇଛି। ଏହି କାର୍ଯ୍ୟକ୍ରମ ଉଭୟ ରାଜ୍ୟର ଯୁବକଯୁବତୀ ମାନଙ୍କୁ ପରଷ୍ପର ସହଭାଗିତା ସହ କଳା, ସଂସ୍କୃତି, ପରମ୍ପରା, ପର୍ଯ୍ୟଟନର ପ୍ରଚାର ପ୍ରସାରରେ ସହଯୋଗ ହେବ ବୋଲି ଆଇଜର ନିର୍ଦ୍ଦେଶକ ପ୍ରଫେସର ଅଶୋକ କୁମାର ଗାଙ୍ଗୁଲି କହିଛନ୍ତି। ଅନ୍ୟମାନଙ୍କ ଡିନ ପ୍ରଫେସର ବିଶ୍ୱାସରାୟ ଚୌହାନ, ଆସିଷ୍ଟାଣ୍ଟ ପ୍ରଭାତ ପରିଡ଼ା ମଞ୍ଚାସିନ ରହିଥିବା ବେଳେ ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର କେ ମଞ୍ଜୁନାଥ, ମଦନ ମୋହନ ପାଢ଼ୀ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ।