ଆଇପିଏସ୍ ସ୍ତରରେ ଅଦଳ ବଦଳ

0
80

ଭୂବନେଶ୍ୱର,୨୪/୦୧/୨୦୨୪:
ଆଇପିଏସ୍ ସ୍ତରରେ ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର । ଏନେଇ ଆଜି ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ଏହି ପ୍ରକ୍ରିୟାରେ ବଦଳିଛନ୍ତି ଭୁବନେଶ୍ୱର-କଟକ ପୁଲିସ୍ କମିଶନର। ପୁଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ବରିଷ୍ଠ ଆଇପିଏସ୍ ଅଫିସର ସଞ୍ଜୀବ ପଣ୍ଡା ହୋଇଛନ୍ତି ଟ୍ୱିନ୍‌ ସିଟିର ନୂଆ ପୁଲିସ୍ କମିଶନର। ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାରି ବିଜ୍ଞପ୍ତି ଅନୁସାରେ ସଞ୍ଜୀବ ପଣ୍ଡା – ଭୁବନେଶ୍ୱର-କଟକ ପୋଲିସ କମିଶନର, ସୌମେନ୍ଦ୍ର ପ୍ରିୟଦର୍ଶୀ – ଗୁଇନ୍ଦା ନିର୍ଦ୍ଦେଶକ,ସନ୍ତୋଷ ବାଲା- ପୋଲିସ ହାଉସିଂ ବୋର୍ଡ ଅତିରିକ୍ତ ଦାୟିତ୍ୱ,ହିମାଂଶୁ ଲାଲ – ଉତ୍ତରାଞ୍ଚଳ ଆଇଜି, ଦୀପକ କୁମାର – ଉତ୍ତର-କେନ୍ଦ୍ରାଞ୍ଚଳ ଆଇଜି,ସତ୍ୟବ୍ରତ ଭୋଇ – ପୂର୍ବାଞ୍ଚଳ ରେଞ୍ଚ ଆଇଜି, ଜୟନାରାୟଣ ପଙ୍କଜ – ଦକ୍ଷିଣାଞ୍ଜଳ ଆଇଜି,ବି.ଯୁଗଳ କିଶୋର – କେନ୍ଦ୍ରାପଡ଼ା ଏସ୍‌ପି, ମଡକର ସନ୍ଦୀପ ସଂପଦ- ଢ଼େଙ୍କାନାଳ ଏସ୍‌ପି, ବିବେକାନନ୍ଦ ଶର୍ମା – ହେଡକ୍ୱାର୍ଟର ଏଆଇଜି,ଜ୍ଞାନରଞ୍ଜନ ମହାପାତ୍ର – ସ୍ପେଶାଲ ବ୍ରାଞ୍ଚ ଏସ୍‌ପି, ଅମରେଶ ପଣ୍ଡା – ପୋଲିସ ମୁଖ୍ୟାଳୟ ଏଆଇଜି,ପି.କେ ମିଶ୍ର – ରାଉରକେଲା ରେଲୱେ ଏସ୍‌ପି,ରାମ ପ୍ରସାଦ ସାହୁ – ଦେବଗଡ଼ ଏସ୍‌ପି,ହରିଶ ବି.ସି – ରାୟଗଡ଼ା ଏସ୍‌ପି,ୟସପ୍ରତାପ ଶ୍ରୀମଲ – ସୋନପୁର ଏସ୍‌ପି,କନୱର ବିଶାଲ ସିଂହ – କଟକ ଡିସିପି,ପିନାକ ମିଶ୍ର- ପୁରୀ ଏସ୍‌ପି

LEAVE A REPLY

Please enter your comment!
Please enter your name here