ବୁଗୁଡ଼ା ୨୫/୦୧/୨୪ ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଅନ୍ତରପଡା ପଞ୍ଚାୟତର ମାଁ ଶାଙ୍କୁଳାଇ ପୀଠରେ ନବବର୍ଷ ଉପଲକ୍ଷେ ବୁଗୁଡ଼ା ବ୍ଲକ ବିଜେଡି ପକ୍ଷରୁ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ବୁଧବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଯୋଗଦେଇ ମାଁ ଶାଙ୍କୁଳାଇଙ୍କ ନିକଟରେ ପୋଲସରା ନିର୍ବାଚନ ମଣ୍ଡଳୀର ଜନ ସାଧାରଣଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରି ୨୦୨୪ ବର୍ଷଟି ମଙ୍ଗଳମୟ ହେଉ ବୋଲି କହିଥିଲେ |ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ ଅବସରରେ ଅଞ୍ଚଳର କୁନିକୁନି ଶିଶୁମାନଙ୍କ ସହିତ ଅନ୍ୟ କଳାକାରଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଧାୟକ ଶ୍ରୀକାନ୍ତ ସାହୁଙ୍କ ହାତ ମୁଠାକୁ ଟାଣ କରି ବିଜେଡିକୁ ଅଧିକରୁ ଅଧିକ ସୁଦୃଢ କରିବା ପାଇଁ ବିଜେଡି କର୍ମୀ ଓ କର୍ମକର୍ତ୍ତାମାନେ ଏକାଠି ହୋଇ ନିଷ୍ପତି ନେଇଥିଲେ |ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରା, ସମ୍ପାଦକ ହରିହର ବିଷୋୟୀ, ନଗର ବିଜେଡି ସଭାପତି କେ.ତ୍ରିଲୋଚନ ଦୋରା, ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ, ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ଏନ୍ଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ଉପାଧ୍ୟକ୍ଷା ଗୀତାଞ୍ଜଳି ପାଢ଼ୀ, ଧରଣୀଧର ପଣ୍ଡା, କବିରାଜ ଗୌଡ଼, ଖଦାଳ ଖଟେଇ, ସୁଧାଂଶୁ ଶେଖର ପାଢ଼ୀଙ୍କ ସମେତ ସମସ୍ତ ଜିଲ୍ଲା ପରିଷଦ ମେମ୍ବର, ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ମେମ୍ବର ସମେତ ବିଜେଡିର କର୍ମକର୍ତ୍ତା ଓ କର୍ମୀମାନେ ଉପସ୍ଥିତ ଥିଲେ।