ବ୍ରହ୍ମପୁର,୩୧/୦୧/୨୦୨୪: ଦକ୍ଷିଣାଞ୍ଚଳ ରେଞ୍ଜ ପୋଲିସ କାର୍ଯ୍ୟାଳୟ ପରିସରରେ ଆଜି ବରିଷ୍ଠ ଆଇ ପି ଏସ ଅଧିକାରୀ ଜୟନାରାୟଣ ପଙ୍କଜ ଦକ୍ଷିଣାଞ୍ଚଳ ପୋଲିସ ଆଇଜି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୁର୍ବତନ ରେଞ୍ଜ ଆଇଜି ସତ୍ୟବ୍ରତ ଭୋଇଙ୍କ ଠାରୁ ଜୟନାରାୟଣ ପଙ୍କଜ ଦାୟିତ୍ବ ଗ୍ରହଣ କରିଛନ୍ତି ।ଏହି ଅବସରରେ ଆଜି ପୂର୍ବାହ୍ନରେ ସ୍ଥାନୀୟ ଦକ୍ଷିଣାଞ୍ଚଳ ରେଞ୍ଜ କାର୍ଯ୍ୟାଳୟରେ ଗାର୍ଡ ଅଫ ଅର୍ନର ପ୍ରଦାନ କରାଯାଇଥିଲା । ଏହି
ଅବସରରେ ବ୍ରହ୍ମପୁର ଏସପି ଡ.ଶର୍ବଣା ବିବେକ
ଏମ, ଗଞ୍ଜାମ ଏସପି ଜଗମୋହନ ମୀନା ଙ୍କ ସମେତ ସହରର ବହୁ ବରିଷ୍ଠ ପୋଲିସ ଅଧିକାରୀ
ଯୋଗଦେଇ ନୁତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଆଇଜି ଜୟନାରାୟଣ ପଙ୍କଜ ଙ୍କୁ ପୁଷ୍ପଗୁଛ ଦେଇ ସ୍ବାଗତ ଜଣାଇବା ସହିତ ପୂର୍ବତନ ଆଇଜି ସତ୍ୟବ୍ରତ ଭୋଇଙ୍କୁ ବିଦାୟୀ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଆସନ୍ତା ଦିନରେ ପୋଲିସ କିଭଳି ଭାବେ ଜନସାଧାରଣଙ୍କ ନିକଟତର ହୋଇ କାର୍ଯ୍ୟ କରିବ ସେଥି ପ୍ରତି ଦୃଷ୍ଟି ଦିଆଯିବା ସହ ଅପରାଧୀକ ତତ୍ତ୍ବ କୁ ବରଦାସ୍ତ କରାଯିବ ନାହିଁ ବୋଲି ଦାୟିତ୍ୱ ଗ୍ରହଣ କରିବା ଅବସରରେ ଆଇଜି ଜୟନାରାୟଣ ପଙ୍କଜ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ପ୍ରଦାନ କରିଛନ୍ତି ।