ନମ୍ବର ବିହୀନ ସ୍କୁଟି ରେ ଗଞ୍ଜେଇ ଚାଲାଣ, ଗଞ୍ଜେଇ ଜବତ,ଅଭିଯୁକ୍ତ ଗିରଫ

0
86

ବ୍ରହ୍ମପୁର,୦୨/୦୨/୨୦୨୪:ଗଞ୍ଜେଇ ଚୋରା ଚାଲାଣ କରିବା ମାମଲାରେ ଶୁକ୍ରବାର ଗୋଳନ୍ଥରା ଥାନା ପୋଲିସ ଏକ ବ୍ୟକ୍ତିକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଗିରଫ ଅଭିଯୁକ୍ତ ଜଣକ ହେଲେ କୋରାପୁଟ ଜିଲା କୋଟପାଡ଼ ଗ୍ରାମ ଗାନ୍ଧୀଛକ ଅଞ୍ଚଳର ପ୍ରଦୀପ କୁମାର ସ୍ୱାଇଁ (୫୩) ବୋଲି ପୋଲିସ ସୂଚନା ଦେଇଛି l ସୂଚନା ଅନୁସାରେ ପ୍ରଦୀପ ଏକ ନମ୍ବର ବିହୀନ ସ୍କୁଟି ଯୋଗେ ଇଛାପୁର ରୁ କନିସି ଅଭିମୁଖେ ଯାଉଥିବା ବେଳେ ଭାଲିଆଗଡ଼ ନିକଟରେ ଗୋଳନ୍ଥରା ପୋଲିସର ଏକ ଟିମ ଯାନବାହାନ ଯାଞ୍ଚ କରୁଥିବା ବେଳେ ପୋଲିସ ହାବୁଡ ପଡିଯାଇଥିଲେ l ଗାଡିରେ ଯାଞ୍ଚ କରିବା ବେଳେ ଡ଼ିକିରୁ ୧କେଜି ୯ଶହ ୫୦ ଗ୍ରାମ ଗଞ୍ଜେଇ ଓ ସ୍କୁଟି ଗାଡି ଡିକି ରୁ ପୋଲିସ ଜବତ କରିବା ସହ ପ୍ରଦୀପ କୁ କାବୁ କରିଥିବା ଜଣା ପଡ଼ିଛି l ଥାନା ରେ ପ୍ରଦୀପ କୁ ଅଟକ ରଖି ପଚାର ଉଚରା କରିବା ପରେ ଇଛାପୁର ରୁ କନିସି ଗଞ୍ଜେଇ ଚାଲାଣ କରି ସାଧାରଣ ଲୋକକୁ ବିକ୍ରି କରୁଥିବା ନେଇ ପୋଲିସ ନିକଟରେ ପ୍ରକାଶ କରିଛି l ଏ ନେଇ ଥାନା କେଶ ନଂ ୫୨/୨୪ ପ୍ରକାରେ ପୋଲିସ ମାମଲା ରୁଜୁ ପ୍ରଦୀପ ସନ୍ଧ୍ୟା ରେ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି l

LEAVE A REPLY

Please enter your comment!
Please enter your name here