ବ୍ରହ୍ମପୁର,୦୨/୦୨/୨୦୨୪:
ଭାରତୀୟ ଆଇନଜୀବୀ ସଙ୍ଘ ( ଆଇ ଏ ଏଲ) ଓଡିଶା ଶାଖାର ଆହ୍ୱାନ କ୍ରମେ ଆଇନଜୀଵୀ ମାନଙ୍କର କେତେକ ଯୁକ୍ତି ଯୁକ୍ତ ଦାବୀ ନେଇ ଓଡ଼ିଶାର ବିଭିନ୍ନ ଜିଲ୍ଲା ସମେତ ବ୍ରହ୍ମପୁର ଠାରେ ବ୍ରହ୍ମପୁର ବାର ଏସୋସିଏସନର ଆଇନଜୀଵୀ ମାନଙ୍କ ପ୍ରକ୍ଷରୁ ଉପ ଜିଲ୍ଲାପାଳ ଜରିଆରେ ଏକ ଦାବୀପତ୍ର ମୁଖ୍ୟମନ୍ତ୍ରୀ, ଆଇନ ମନ୍ତ୍ରୀ ଏବଂ ଓଡିଶା ବାର କାଉନସିଲ ଅଧକ୍ଷଙ୍କ ଉଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି |ରାଜ୍ୟରେ ଏଡ଼ଭୋକେଟ ପ୍ରୋଟେକସନ ଆଇନ ପ୍ରଣୟନ, ଆଇନଜୀଵୀ ମାନଙ୍କ ମୃତ୍ୟୁ କାଳୀନ ସୁବିଧା କୁ ସାଢେ ୪ଲକ୍ଷ ଟଙ୍କା ରୁ ୧୦ଲକ୍ଷ ଟଙ୍କାକୁ ବୃଦ୍ଧି କରିବା, ରାଜ୍ୟରେ ସମସ୍ତ ଆଇନଜୀଵୀ ପାଇଁ ସର୍ବନିମ୍ମ ୧୫ଲକ୍ଷ ଟଙ୍କାର ମଧୁବାବୁ ସ୍ୱାସ୍ଥ୍ୟ ବୀମା ଯୋଜନା ପଣୟନ, ନୂତନ ଭାବେ ଆଇନଜୀଵୀ ବୃତ୍ତିରେ ଯୋଗଦେଇଥିବା ଆଇନଜୀଵୀ ମାନଙ୍କୁ ୩ବର୍ଷ ପ୍ରଯ୍ୟନ୍ତ ମାସିକ ୧୦ ହଜାର ଟଙ୍କା ବୃତ୍ତି ଯୋଗାଇଦେବା, ବାରକାଉନସିଲର ବର୍ତମାନର ପ୍ରଚଳିତ ଅନରୋଲମେଣ୍ଟ ଫ୍ରି କମାଇ ୨୦ ହଜାର ଟଙ୍କା ମଧ୍ୟରେ ସୀମିତ ରଖିବା ଆଇନଜୀଵୀ ପେନସନ ଯୋଜନାରେ ବୟସ ସୀମା ୬୫ ରୁ ୬୦ ହ୍ରାସ ଓ ମାସିକ ପେନସନ ୫ହଜାର ଟଙ୍କାକୁ ବୃଦ୍ଧି କରିବା ଇତ୍ୟାଦି ଦାବୀ ନେଇ ବ୍ରହ୍ମପୁର ଉପ ଜିଲ୍ଲାପାଳ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯଇଥିଲା | ଶେଷରେ ଜିଲ୍ଲା ନେତା ଟୁଟୁ ପାତ୍ର, ରାମ କୁମାର ପାତ୍ର, ସୁଧାଂଶୁ ଶେଖର ପଣ୍ଡା, ପୀତବାସ ପଣ୍ଡା, କାମଦେବ ନାହାକ, ଋତୁରାଜ ପ୍ରାର୍ଥସାରଥୀ,ବିନୋଦ ଚନ୍ଦ୍ର ମହାକୁଡ଼, କୃଷ୍ଣ ଚନ୍ଦ୍ର ସାହୁ, ମନରଞ୍ଜନ ଦଳାଇ, ଅସିତ ସାହୁ, ମନୋଜ କୁମାର ନାୟକ, ପ୍ରକାଶ ସେଠି ପ୍ରମୁଖ ପତିବାଦ ସଭାରେ ଯୋଗ ଦେଇଥିଲେ।
Home ବ୍ରହ୍ମପୁର ସ୍ପେଶାଳ ଭାରତୀୟ ଆଇନଜୀବୀ ସଙ୍ଘ (ଆଇ ଏ ଏଲ )ବ୍ରହ୍ମପୁର ଅଧ୍ୟାୟ ପକ୍ଷରୁ ଉପଜିଲ୍ଲାପାଳ ଙ୍କୁ ଦାବି...