ବ୍ରହ୍ମପୁର,୦୨/୦୨/୨୦୨୪:ସ୍ଥାନୀୟ ମହାମାୟୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ରାଜ୍ୟ ସରକାରଙ୍କର ନିର୍ଦ୍ଦେଶକ ଉଚ୍ଚମାଧ୍ୟମିକ ଶିକ୍ଷା ଅନ୍ତର୍ଗତ ଆଠଦିନିଆ “ଆତ୍ମ ସୁରକ୍ଷା ତାଲିମ ଶିବିର ” ଉଦଯାପନୀ ସଭା ରେ ଆଜି ତା ୦୨-୦୨ – ୨୪ରିଖ ରେ ମହାବିଦ୍ୟ।ଳୟ ଅଧ୍ୟକ୍ଷା ଶ୍ରୀମତୀ କବିତା ଶତପଥୀଙ୍କ ନିର୍ଦ୍ଦେଶନା କ୍ରମେ ଉଦଯାପିତ ହୋଇଯାଇଛି । ସଭାରେ ଆତ୍ମ ସୁରକ୍ଷା ତାଲିମ୍ ଶିବିରର ଉପାଦେୟତା ଉପରେ ବିଶେଷ ଆଲୋକପାତ କରିବା ସହ ସର୍ବଦା ଆତ୍ମସୁରକ୍ଷା ନିପୁଣତାରେ ପରିପୂର୍ଣ୍ଣ ରହିବା ପାଇଁ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀମାନଙ୍କୁ ମହାବିଦ୍ୟାଳୟର ଓଡ଼ିଆ ବିଭାଗୀୟ ମୁଖ୍ୟ ଡ଼.ରମେଶ ଚନ୍ଦ୍ର ପ୍ରଧାନ ଉଦବୋଧନ ଦେଇଥିଲେ।ଅନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଉଦଯାପନ କରିବା ସହ ଯୁକ୍ତ ଦୁଇ ଛାତ୍ରୀମାନଙ୍କୁ ଆତ୍ମ ସୁରକ୍ଷା କୌଶଳର ଉପାଦେୟତା କୁ ଉପଲବ୍ଧି କରାଇବା ନିମନ୍ତେ ଛାତ୍ରୀମାନଙ୍କର ଭୂମିକା ଉପରେ ଗୁରୁତ୍ଵାରୋପ କରି ସେମାନଙ୍କର ଆତ୍ମ ବିଶ୍ଵାସ ବଢାଇବା ନିମନ୍ତେ ବିଭିନ୍ନ ନାରୀନେତ୍ରୀ ମାନଙ୍କର ଉଦାହରଣ ଦେଇ ମହାବିଦ୍ୟାଳୟର ଶିକ୍ଷାବିଭାଗ ମୁଖ୍ୟ ତଥା ବରିଷ୍ଠ ପ୍ରଶାସନିକ ଅଧିକାରୀ ଡ଼. ନରୋତ୍ତମ ବିଶ୍ଵାଳ ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ଉକ୍ତ ଉତ୍ସବରେ ବାଣିଜ୍ୟ ବିଭାଗୀୟ ମୁଖ୍ୟ ଡ଼.ସାବିତ୍ରୀ ସାହୁ ମଧ୍ୟ ଅତିଥିଭାବେ ଯୋଗଦେଇ ଛାତ୍ରୀମାନଙ୍କୁ ପ୍ରମାଣ ପତ୍ର ବଣ୍ଟନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ମାଷ୍ଟର ଟ୍ରେନର ସଙ୍ଗୀତା ସ୍ଵାଇଁ ଏବଂ ମାଷ୍ଟର ଟ୍ରେନ୍ର ହେମାଞ୍ଜଳି ଖାରସେଲ୍ ସହ ମହାବିଦ୍ୟାଳୟର ଆତ୍ମସୁରକ୍ଷା କାର୍ଯ୍ୟକ୍ରମ ସଂଯୋଜିକା ଶ୍ରୀମତୀ ଆଶା କିରଣ ପଣ୍ଡା ଙ୍କ ତତ୍ତ୍ଵାବଧାନରେ ଏବଂ ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଞ୍ଚାଳନା କରାଯାଇଥିଲା।। ଅଧ୍ୟାପକ ଏବଂ ଅଧ୍ୟାପିକା ଙ୍କ ଉପସ୍ଥିତି ସହ ଯୁକ୍ତଦୁଇ ପ୍ରଥମ ବର୍ଷର ବହୁସଂଖ୍ୟାରେ ଛାତ୍ରୀମାନେ କାର୍ଯ୍ୟକ୍ରମରେ ଉତ୍ସୁକତାର ସହିତ ସାମିଲ ହୋଇ ଅତି ଶୃଙ୍ଖଳତାର ସହ କାର୍ଯ୍ୟକ୍ରମରେ ସାମିଲ ହୋଇ ପ୍ରମାଣପତ୍ର ରେ ପୁରସ୍କୃତ ହୋଇଥିଲେ ।