ବରିଷ୍ଠ ନେତା ଶ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତରତ୍ନ ସମ୍ମାନରେ ସମ୍ମାନିତ।ଲାଲକୃଷ୍ଣ ଆଡଭାନୀଜୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ରାଜ୍ୟ ବିଜେପି ସଭାପତି

0
81

ଭୁବନେଶ୍ୱର,୦୩/୦୨/୨୦୨୪: ଲାଲକୃଷ୍ଣ ଆଡଭାନୀଙ୍କୁ ‘ଭାରତରତ୍ନ’ ମିଳିବା ଦେଶବାସୀଙ୍କ ପାଇଁ ଖୁସିର ବିଷୟ । ରାମ ଜନ୍ମଭୂମି ମୁକ୍ତି ଆନ୍ଦୋଳନର ଜନନେତା ଓ ଭାରତୀୟ ଜନତା ପାର୍ଟି ଗଢ଼ି ତୋଳିବାରେ ତାଙ୍କର ଅବଦାନ ଅତୁଳନୀୟ ଅଟେ । ରାଜନୈତିକ ଓ ସଂସଦୀୟ କାର୍ଯ୍ୟ କ୍ଷେତ୍ରରେ ଆଡଭାନୀ ହେଉଛନ୍ତି ଜଣେ ବିରଳ ବ୍ୟକ୍ତିତ୍ୱ । ଆଡଭାନୀଜୀ ଜଣେ ଆଦର୍ଶବାଦୀ ଜନନେତା । ଲାଲକୃଷ୍ଣ ଆଡଭାନୀଙ୍କୁ ‘ଭାରତରତ୍ନ’ ମିଳିଥିବାରୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଶୁଭେଚ୍ଛା ଜଣାଇଛନ୍ତି ।

ଏଥିସହ ରାଷ୍ଟ୍ରପତି ଶ୍ରୀମତୀ ଦୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଜଣାଇଛନ୍ତି ରାଜ୍ୟ ସଭାପତି ଶ୍ରୀ ସାମଲ ।
ଭାରତ ବିକାଶରେ ଲାଲକୃଷ୍ଣ ଆଡଭାନୀଙ୍କ ଅତୁଳନୀୟ ଅବଦାନ ରହିଛି । ତାଙ୍କ ଜୀବନୀ ତଳସ୍ତରରୁ ଆରମ୍ଭ ହୋଇ ଦେଶର ଉପପ୍ରଧାନମନ୍ତ୍ରୀଭାବେ ଲୋକଙ୍କ ସେବା କରିବା ଯାଏଁ ରହିଛି । ପ୍ରଥମେ ସ୍ୱର୍ଗତଃ ମୋରାଜି ଦେଶାଇଙ୍କ ମନ୍ତ୍ରୀମଣ୍ଡଳରେ ସେ ସୂଚନା ପ୍ରସାରଣମନ୍ତ୍ରୀଭାବେ ବି କାର୍ଯ୍ୟ କରିଥିଲେ ଓ ପରେ ଭାରତରତ୍ନ ବାଜପେୟୀଙ୍କ ମନ୍ତ୍ରୀମଣ୍ଡଳୀରେ ଉପପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ । ଲାଲକୃଷ୍ଣ ଆଡଭାନୀ ଆମ ଦଳର ଏକମାତ୍ର ନେତା ଯିଏ ୧୯୮୦ରୁ ବିଜେପି ତିଆରି ହେବା ପରଠୁ ଅଧିକାଂଶ ସମୟ ପାର୍ଟିର ବିଭିନ୍ନ ପଦପଦବୀ ଦାୟିତ୍ୱ ତୁଲାଇଥିଲେ । ଏହାଛଡା ୧୯୮୬ ରୁ ୧୯୯୦ ପର୍ଯ୍ୟନ୍ତ ଦଳର ଅଧ୍ୟକ୍ଷତା କରିଥିଲେ । ସେହିପରି ୧୯୯୩ ରୁ ୧୯୯୮ ଓ ୨୦୦୪ ରୁ ୨୦୦୫ ଯାଏଁ ବିଜେପିର ଅଧ୍ୟକ୍ଷ ଥିଲେ । ଆଡଭାନୀ ନିଜର ସମର୍ପିତ କାର୍ଯ୍ୟଶୈଳୀ ଦ୍ୱାରା ସମସ୍ତଙ୍କ ପାଖରେ ଗ୍ରହଣୀୟ ହୋଇପାରିଥିଲେ ବୋଲି ଶ୍ରୀ ସାମଲ କହିଛନ୍ତି ।

LEAVE A REPLY

Please enter your comment!
Please enter your name here