ବୁଗୁଡା ୪/୨/୨୪ ଗଞ୍ଜାମ ଜିଲ୍ଲାର ବୁଗୁଡା ସମିତି ସମ୍ମିଳନୀ କକ୍ଷରେ ଫେବୃୟାରୀ ୩ ତାରିଖ ଦିନ ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଉଦଘାଟନର ସିଧାପ୍ରସାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରରେ ଅନୁଷ୍ଠିତ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ। ସେହି କାର୍ଯ୍ୟକ୍ରମର ସିଧା ପ୍ରସାରଣକୁ ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶନୀ ଆଚାରୀ ଉଦଘାଟନ କରିଥିଲେ। ବୁଗୁଡା ବିଡ଼ିଓ ସନ୍ତୋଷ କୁମାର ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏଲଇଡି ଟିଭି ମାଧ୍ୟମରେ ସନସ୍ତେ କାର୍ଯ୍ୟକ୍ରମର ସିଧାପ୍ରସାରଣ ଦେଖିଥିଲେ। ଏହି ଅବସରରେ ଓଡ଼ିଆ ଭାଷା ଓ ସଂସ୍କୃତିର ପ୍ରସାର ପାଇଁ ଅବଦାନ ଥିବା ସାହିତ୍ୟିକ ଓ କବି ଅଶୋକ ନନ୍ଦ, ଅନନ୍ତ କର, ବିଭୁତି ଭୂଷଣ ମିଶ୍ର, କାମରାଜୁ ସାହାଣୀ ଓ ବୈଷ୍ଣବ ଚରଣ ଦାଶ ଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସିଡ଼ିପିଓ ବବିତା କୁମାରି ପଣ୍ଡା , ବିପିଏମ ସଞ୍ଜୁ ସାହୁ, ଜିପିଓ ମନୋଜ କୁମାର ସାହୁ ପ୍ରମୁଖ ପ୍ରମୁଖ ଉପସ୍ଥିତ ଥିଲେ।