Home ବ୍ରହ୍ମପୁର ସ୍ପେଶାଳ ସୁନାପୁର ପ୍ରାଥମିକ ବିଦ୍ୟାଳୟରେ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ-୨୦୨୪ ପାଳିତ

ସୁନାପୁର ପ୍ରାଥମିକ ବିଦ୍ୟାଳୟରେ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ-୨୦୨୪ ପାଳିତ

0
74

ଚିକିଟି,୦୪/୦୨/୨୦୨୪: ଉପକୂଳବର୍ତ୍ତୀ ସୁନାପୁର ପ୍ରାଥମିକ ବିଦ୍ୟାଳୟଠାରେ ବ୍ଲକ ସ୍ତରୀୟ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ-୨୦୨୪ ପରିପ୍ରେକ୍ଷୀରେ ପ୍ରତିଯୋଗିତା ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଚିକିଟି ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ବସନ୍ତ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଆ ଭାଷାର ମହନୀୟତା ବର୍ଣ୍ଣନା କରିଥିଲେ । ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ତଥା ସାଧନ ସଂଯୋଜନ ନିଗମାନନ୍ଦ ପଣ୍ଡା ଓ ଅତିରିକ୍ତ ଗୋଷ୍ଠୀ ଅଧିକାରୀ ଶ୍ରୀ ସିମାଞ୍ଚଳ ପଣ୍ଡା ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଓଡ଼ିଆ ଭାଷା ଆମ ଭବିଷ୍ୟତ ବୋଲି ବ୍ୟକ୍ତ କରିଥିଲେ । ସୁନାପୁର ସରପଞ୍ଚ ଶ୍ରୀଯୁକ୍ତ ଲକ୍ଷ୍ମୀଧର ବେହେରା, ସମିତି ସଭ୍ୟ ଶ୍ରୀଯୁକ୍ତ ଅମୂଲ୍ୟ ବେହେରା ଓ ନାଏବ ସରପଞ୍ଚ ବିପ୍ରଚରଣ ବେହେରା ମଧ୍ୟ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ରୂପେ ବରିଷ୍ଠ ଶିକ୍ଷକ ତଥା ବିଶିଷ୍ଟ କବି ସୁଶାନ୍ତ କୁମାର ପଟ୍ଟନାୟକ ଓଡ଼ିଆ ଭାଷା ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବ୍ଲକର ପ୍ରତ୍ୟେକ କ୍ଲଷ୍ଟରରୁ ୫ ଜଣ ଲେଖାଏଁ ଯୋଗ୍ୟ ମନୋନୀତ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ ।କୃତି ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯିବା ସହ ଭି ଭି ଗିରି ବାଳିକା ବିଦ୍ୟାଳୟ, ବ୍ରହ୍ମପୁର ଠାରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ନିମନ୍ତେ ଶୁଭେଛା ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ପରିଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । କାର୍ଯ୍ୟକ୍ରମକୁ ବ୍ଲକର ସମସ୍ତ CRCC , ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିଦ୍ୟାଳୟ ତଥା କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ପ୍ରଧାନ ଶିକ୍ଷକ ତଥା ସହକାରୀ ଶିକ୍ଷକମାନେ ସହଯୋଗ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଲଳିତମୋହନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!