ଆସନ୍ତା ଫେବ୍ରୁଆରୀ ୧୬ ଧର୍ମଘଟ କୁ ସଫଳ କରିବା ପାଇଁ ବିଭିନ୍ନ ଗଣ ସଂଗଠନ ଓ ଶ୍ରମିକ ସଂଗଠନଙ୍କ ବୈଠକ ଅନୁଷ୍ଠିତ

0
81

ବ୍ରହ୍ମପୁର,୦୫/୦୨/୨୦୨୪ : ଆଜି ସ୍ଥାନୀୟ ଲକ୍ଷ୍ମଣ ନାୟକ ସମ୍ମିଳନୀ କକ୍ଷରେ ସଂଯୁକ୍ତକୃଷକ ମୋର୍ଚ୍ଚା, ବିଭିନ୍ନ ଗଣ ସଂଗଠନ ଓ ଶ୍ରମିକ ସଂଗଠନ ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।କେନ୍ଦ୍ରର ମୋଦି ସରକାରଙ୍କ ଶ୍ରମିକ ମାରଣନୀତି ,ଶ୍ରମ ଆଇନ ର ସଂଶୋଧନ, ଶ୍ରମିକ ଛଟେଇ ,କୃଷି ଓ କୃଷକଙ୍କ ଅଧିକାର କୁ ସଙ୍କୁଚିତ କରିବା ,କୃଷିଜାତ ଦ୍ରବ୍ୟ ର ଉଚିତ ମୂଲ୍ୟ ଦେବାରେ ଅବହେଳା ,ବହୁଦେଶୀୟ କମ୍ପାନୀ କୁ କୃଷି କ୍ଷେତ୍ରରେ ପ୍ରବେଶ ର ସୁଯୋଗ ଦେବା ,ବିଭିନ୍ନ ରାଷ୍ଟ୍ରାୟତ ଉଦ୍ୟଗ କୁ ବିକ୍ରି କରିବା ,ରେଳ ,ବ୍ୟାଙ୍କ ,ବନ୍ଦର ପ୍ରଭୃତିକୁ ଅଦାନୀ ଅମ୍ବାନୀ କୁ ବିକ୍ରି କରିବା ,ନିଯୁକ୍ତି କ୍ଷେତ୍ରରେ ନିରବ ରହିବା, ଛୋଟ ଓ ମଧ୍ୟମ ଧରଣର କଳ କାରଖାନା କୁ ବନ୍ଦ କରିବା ,ଶିକ୍ଷା କ୍ଷେତ୍ରରେ ସମ୍ପ୍ରଦାୟକତାବାଦ ର ପ୍ରଚାର କରିବା, ଦର ବୃଦ୍ଧି ରୋକିବାରେ ବିଫଳ ହେବା ,ସାଧାରଣ ବଣ୍ଟନ ବ୍ୟବସ୍ଥା ରେ ଗହମ ,ଚିନି ଓ କିରୋସିନୀ କୁ ବନ୍ଦ କରିବା ଓ ଏହି ସମସ୍ତ ଜନ ବିରୋଧୀ ନୀତି କୁ ନବୀନ ପଟ୍ଟନାୟକ ସରକାର ଆଖି ବନ୍ଦ କରି ସମର୍ଥନ କରିବା ବିରୁଦ୍ଧରେ ଆସନ୍ତା ୧୬ ତାରିଖ ସମଗ୍ର ଭାରତ ବର୍ଷ ରେ ଦିଆଯାଇଥିବା ଧର୍ମଘଟ କୁ ଗଞ୍ଜାମ ଜିଲ୍ଲା ର ବିଭିନ୍ନ ଗ୍ରାମ ,ବ୍ଲକ ଓ ସହର ସ୍ତରରେ ସଫଳ କରିବା ପାଇଁ ଆଲୋଚନା ହୋଇଥିଲା । ଶ୍ରମିକ ନେତା ପୀତବାସ ପଣ୍ଡା,ପ୍ରଶାନ୍ତ ପାଠଯୋଶୀ ,କୈଳାସ ଷଢଙ୍ଗୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ବୈଠକରେ ହରେକୃଷ୍ଣ ରେଡ୍ଡୀ ,ଶ୍ରୀ ହର୍ଷ ରଥ ,ଅଳକ ମିଶ୍ର ,ଯୁଧିଷ୍ଠିର ବେହେରା,ପ୍ରତାପ ଚୌଧୁରୀ, ବିଦ୍ୟାଧର ଜେନା ,ପ୍ରଫୁଲ ଜେନା, ଅଜୟ କୁମାର ଗୌଡ଼ ପ୍ରମୂଖ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here