ବୁଗୁଡା ୫/୨/୨୪ ବୁଗୁଡା ବ୍ଳକର ଶଙ୍କୁରୁ ଶ୍ରୀ ଭାଗବତ ସ୍ୱାମୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ତଥା ପଙ୍କଳସାହି ଗ୍ରାମବାସୀ ସ୍ୱର୍ଗତ ପ୍ରସନ୍ନ କୁମାର ଦାଶଙ୍କ ଏକାଦଶହ କାର୍ଯ୍ୟକ୍ରମ ଉପଲକ୍ଷେ ଶଙ୍କୁରୁ ହାଇ ସ୍କୁଲ ପରିସରରେ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ହାଇ ସ୍କୁଲ ପ୍ରଧାନ ଶିକ୍ଷକ କାହ୍ନୁ ଚରଣ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ବୀର ବିକ୍ରମାଦିତ୍ୟ ଆରୁଖ, ପୂର୍ବତନ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ବେହେରା, କରଚୁଲି ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋପାଳ ଚନ୍ଦ୍ର ନାୟକ, ଓଷ୍ଟାର ବୁଗୁଡା ବ୍ଲକ ସଭାପତି ପ୍ରଶାନ୍ତ କୁମାର ଗୌଡ଼ଙ୍କ ସମେତ ଶଙ୍କୁରୁ ହାଇ ସ୍କୁଲର ସନସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ବୁଗୁଡା ବ୍ଳକର ବିଭିନ୍ନ ସ୍କୁଲର ଶିକ୍ଷକ ଓ ଅବସର ପ୍ରାପ୍ତ ଶିକ୍ଷକ ବୃନ୍ଦ ଯୋଗଦେଇ ସ୍ବର୍ଗତ ଦାଶଙ୍କ ଗୁଣଗାନ କରିବା ସହ ଆତ୍ମାର ସଦଗତି କାମନା କରିଥିଲେ।। ଗତ ଜାନୁଆରୀ ୨୫ ତାରିଖ ଦିନ ବ୍ରହ୍ମପୁର ଅମିତ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସ୍ବର୍ଗତ ପ୍ରସନ୍ନ କୁମାର ଦାଶଙ୍କ ଦେହାନ୍ତ ହୋଇଥିଲା। ସ୍ୱର୍ଗତ ପ୍ରସନ୍ନ କୁମାର ଦାସ ଜଣେ ଆଦର୍ଶ ଓ ଛାତ୍ରବତ୍ସଳ ଶିକ୍ଷକ ସମେତ ଜଣେ ସମାଜସେବୀ ଥିଲେ। ଏହି ଅବସରରେ ଶଙ୍କୁରୁ ହାଇ ସ୍କୁଲ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋବା ସହ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଥିଲା।