କାର୍ଗିଲ କ୍ରିକେଟକ୍ଲବ ତରଫରୁ ଟି-୧୨(T-12) ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ

0
101

ବ୍ରହ୍ମପୁର, ୦୬/୦୨/୨୦୨୪:
କ୍ରିଡାର ଉନ୍ନତି ସହ କ୍ରିଡାବିତ୍ ମାନଙ୍କୁ ଉତ୍ସାହିତ କରି ପ୍ରତିଭା ଚୟନ ପାଇଁ କାର୍ଗିଲ କ୍ରିକେଟକ୍ଲବ ସର୍ବଦା ଆଗ୍ରହ ପ୍ରକାଶ କରିଆସିଛି। ଗଞ୍ଜାମ ଜିଲ୍ଲାର ବିଭିନ୍ନ ଯୁବ କ୍ରିକେଟ ଖେଳାଳିଙ୍କ ପ୍ରତିଭା ଚୟନ ପାଇଁ ବ୍ରହ୍ମପୁର ଗୋସାଇଁନୂଆଁଗାଁ କାରଗିଲ ପଡିଆ ଠାରେ ୧୬ଟି ଦଳକୁ ନେଇ T-12 କ୍ରିକେଟ ଲିଗ୍ ର ଆଜି ଶୁଭାରମ୍ଭ ହୋଇଯାଇଛି। ପୂର୍ବତନ ମେୟର ଶ୍ରୀ ଶିବଶଙ୍କର ଦାସ । ୨୭ନଂ ୱାର୍ଡ କର୍ପୋରେଟର ନୀଳକଣ୍ଠ ସାହୁ ଏବଂ ୨୬ନଂ ୱାର୍ଡ କର୍ପୋରେଟର ଧିରେଶ ସାବତଙ୍କ କରକମଳରେ ଏହି ଟୁର୍ଣ୍ଣାମେଣ୍ଟ କୁ ଉଦଘାଟନ ହୋଇଯାଇଛି। ଆଜି ର ପ୍ରଥମ ମ୍ୟାଚ ରାଳବ ଦଳ ଓ ଏମ କେ ସି ଜି ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଳବ ଟିମ୍ ଟଚ୍ ଜିତି ପ୍ରଥମ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲେ। ଏହାକୁ ମୃତ୍ୟୁଞ୍ଜୟ ସାହୁ, ସନ୍ଦୀପ ପାଣିଗ୍ରାହୀ, ଚିତ୍ତରଞ୍ଜନ ସାହୁ, ରାହୁଲ କୁମାର ବେହେରା, ଆଶୁତୋଷ ପାତ୍ର ଆଦି ସହୋଯୋଗ କରିଥିଲେ। ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ୧୦ଦିନ ଧରି ଚାଲିବ ବୋଲି କାର୍ଗିଲ କ୍ଲବ ତରଫରୁ ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here