“ଆମ ଓଡିଶା ନବୀନ ଓଡିଶା” ଯୋଜନାରେ ସରପଞ୍ଚ ଓ ଜନ ପ୍ରତିନିଧି ମାନଙ୍କୁ ସାମିଲ ପାଇଁ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ: ରାଷ୍ଟ୍ରୟ ଗ୍ରାମ ପ୍ରଧାନ,ସରପଞ୍ଚ ରାଜ୍ୟ ସଂଗଠନର ସ୍ୱାଗତ

0
93

କଟକ,୦୭/୦୨/୨୦୨୪:”ଆମ ଓଡ଼ିଶା ନବୀନ ଓଡ଼ିଶା”କୁ ନେଇ ହାଇକୋର୍ଟଙ୍କ ବଡ ନିର୍ଦ୍ଦେଶ ସାମ୍ନାକୁ ଆସିଛି।ସରପଞ୍ଚ ଓ ଜନପ୍ରତିନିଧିଙ୍କୁ ସାମିଲ କରାଯାଉ ବୋଲି ହାଇୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛି।ଯୋଜନାରେ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଦିଆଯାଉଛି । କିନ୍ତୁ ସରପଞ୍ଚ୍ ଓ ଜନ ପ୍ରତିନିଧି ମାନଙ୍କୁ ଏହା ଠାରୁ ଦୂରେଇ ରଖି ସରକାର ବିଡିଓ ମାନଙ୍କ ଜରିଆରେ ଏହି ଯୋଜନା କାର୍ଯ୍ୟକାରୀ କରାଉଥିଲେ । ଯାହା ଫଳରେ ସାରା ଓଡିଶାର ସରପଞ୍ଚ୍ ମାନେ ଏକାଠି ହୋଇ ଏହାର ପ୍ରତିବାଦ କରିବା ସହିତ ରାଜରାସ୍ତାକୁ ଓଲ୍ଲେଇଥିଲେ। ଏପରିକି ଏହି ଯୋଜନାରେ ସରପଞ୍ଚ୍ ମାନଙ୍କୁ ସାମିଲ କରିବାକୁ ନେଇ ହାଇକୋର୍ଟରେ ସରପଞ୍ଚ ଓ ଜନପ୍ରତିନିଧି ମାନେ ଆବେଦନ କରିଥିଲେ । ଆବେଦନ ସପକ୍ଷରେ ଯାଇ ହାଇକୋର୍ଟ ଆମ ଓଡିଶା ନବୀନ ଓଡିଶା ଯୋଜନାରେ ସରପଞ୍ଚ୍ ଓ ଜନ ପ୍ରତିନିଧି ମାନଙ୍କୁ ସାମିଲ କରିବା ନେଇ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିବା ନେଇ ଆଜି ରାୟ ପ୍ରକାଶ ପାଇଛି।ମାନ୍ୟବାର ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ କୁ ରାଷ୍ଟ୍ରିୟ ଗ୍ରାମପ୍ରଧାନ/ସରପଞ୍ଚ ସଂଗଠନ ସ୍ୱାଗତ କରିବା ସହିତ ମାନ୍ୟବର ହାଇକୋର୍ଟଙ୍କ ରାୟ ସରପଞ୍ଚ ଓ ଜନ ପ୍ରତିନିଧି ମାନଙ୍କ ଅସଲ ବିଜୟ ବୋଲି ସଂଗଠନର ରାଜ୍ୟ ସଭାପତି ରବି ରଥ ଓ ସଂପାଦକ ଡା.ରାଜାରାମ ଷଡଙ୍ଗୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here