ନୂଆ ଟ୍ରାନଫର୍ମର ଲଗାଇଲା ଟିପିଏସ୍ଓଡିଏଲ୍।ହସ୍ପିଟାଲ ଓ ଚାଷ କ୍ଷେତ୍ରକୁ ସହଜ ହେଲା ବିଜୁଳି ଯୋଗାଣ

0
78

ବ୍ରହ୍ମପୁର,୦୭/୦୨/୨୦୨୪: ବିଦ୍ୟୁତ ଯୋଗାଣ କ୍ଷେତ୍ରରେ ଥିବା ଆହ୍ୱାନକୁ ସାମ୍ନା କରିବା ସହ ଉପଭୋକ୍ତମାନଙ୍କୁ ଭରସାଯୋଗ୍ୟ ବିଦ୍ୟୁତ ସେବା ଯୋଗାଣ ଉଦ୍ଦେଶ୍ୟରେ ଟିପିଏସ୍ଓଡିଏଲ୍ (ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍) ୫ ଏମଭିଏ କ୍ଷମତା ବିଶିଷ୍ଟ ଏକ ନୂତନ ଟ୍ରାନ୍ସଫର୍ମର ପ୍ରତିଷ୍ଠା କରିଛି । ଏହି ନୂଆ ବିଦ୍ୟୁତ ଭିତ୍ତିଭୂମି ତିତିପ ପ୍ରାଥମିକ ସବଷ୍ଟେସନ ଅଞ୍ଚଳର ୩ ହଜାରରୁ ଅଧିକ ଉପଭୋକ୍ତଙ୍କୁ ଗୁଣାତ୍ମକ ବିଦ୍ୟୁତ ସେବା ଯୋଗାଉଛି । ପୂର୍ବରୁ ସମ୍ପୃକ୍ତ ଅଞ୍ଚଳରେ ଥିବା ୪ଟି ଯାକ ଫିଡର ଗୋଟିଏ ମାତ୍ର ଟ୍ରାନ୍ସଫର୍ମର ଦ୍ୱାରା ସଂଯୁକ୍ତ ହୋଇଥିଲା । ଏମ. ବ୍ରହ୍ମପୁର, ନୂଆପଡା, ନୂଆଗାଁ ଓ ତିରଛଣ ଫିଡ଼ରରେ ଉପଭୋକ୍ତାଙ୍କ ସଂଖ୍ୟା ବଢିଯିବା କାରଣରୁ ଟ୍ରାନ୍ସଫର୍ମର ଉପରେ ଚାପ ବଢିଥିଲା । ସମ୍ପ୍ରତି ଏମ. ବ୍ରହ୍ମପୁର ଓ ନୂଆଗାଁ ଫିଡ଼ରକୁ ପୁରୁଣା ଟ୍ରାନ୍ସଫର୍ମରରୁ ଅଲଗା କରି ନୂଆ ଟ୍ରାନ୍ସଫର୍ମର ସହ ସଂଯୋଗ କରାଯାଇଛି ।
ଯାହାଫଳରେ ଫିଡ଼ରର ସାମୂହିକ ଲୋଡ୍ କମିଥିବା ବେଳେ ମରାମତି ସମୟରେ ବିଦ୍ୟୁତ ଯୋଗାଣ ପୂର୍ବ ଅପେକ୍ଷା କମ ପ୍ରଭାବିତ ହେଉଛି ।

ଅନ୍ୟପକ୍ଷରେ, କୃଷି ଓ କୃଷକଙ୍କ ଜୀବନ ଜୀବିକାକୁ ପ୍ରାଥମିକତା ଦେଇ କମ୍ପାନୀ ଏଭଳି ପଦକ୍ଷେପ ନେଇଛି । ସମ୍ପୃକ୍ତ ଅଞ୍ଚଳରେ ମାଛ ଚାଷ ଏକ ପ୍ରମୁଖ ବେଉସା ହୋଇଥିବା ହେତୁ ବିଜୁଳି ସେବା ଚାଷୀମାନଙ୍କ ନିମନ୍ତେ ଏକାନ୍ତ ଆବଶ୍ୟକ ଅଟେ । ଏଭଳି ସ୍ଥିତିରେ ଚାଷୀମାନଙ୍କୁ ଗୁଣାତ୍ମକ ବିଜୁଳି ସେବା ଯୋଗାଇବା ଲକ୍ଷ୍ୟରେ ଗୋଟି ଟ୍ରାନ୍ସଫର୍ମରକୁ ୨ଟିରେ ପରିବର୍ତ୍ତିତ କରାଯାଇଛି । ଯାହାଫଳରେ ମାଛ ଚାଷ କ୍ଷେତ୍ରଗୁଡିକୁ ବିଜୁଳି ଯୋଗାଣ ସୁବିଧାଜନକ ହେଉଥିବା ବେଳେ ବ୍ଲକ ଅଫିସ, ତହସିଲ, ଡାକ୍ତରଖାନା ସମେତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ମଧ୍ୟ ଗୁଣାତ୍ମକ ବିଜୁଳି ଯୋଗାଣ ହୋଇପାରିଛି ।

LEAVE A REPLY

Please enter your comment!
Please enter your name here