ଚାନ୍ଦପୁର ଗ୍ରାମର ୮୬ ଲକ୍ଷ ଟଙ୍କାର ଜମି ହଡ଼ପ ପ୍ରସଙ୍ଗ ।କନିଷି ସବ୍ ରେଜିଷ୍ଟ୍ରାର ଚାପରେ ଚେପା, ସଂପୃକ୍ତି ସନ୍ଦେହ

0
100

ରଙ୍ଗେଇଲୁଣ୍ଡା,୦୮/୦୨/୨୦୨୪: ସୂଚନାଯୋଗ୍ୟ, ଚାନ୍ଦପୁର ଗ୍ରାମର ମୃତ ଟିକଲ ସାହୁଙ୍କ ନାମରେ ଥିବା ଖାତା ନଂ ୧୨୬ ପ୍ଲଟ ନଂ ୧,୨ ଓ ୭ ରକବା ଏକର ୧.୩୫୦ ଡିସିମିଲ ଜମିକୁ ଉକ୍ତ ଜମିର ପ୍ରକୃତ ଭୋଗ ଦଖଲକାରୀଙ୍କ ଅଗୋଚର ଓ ଜାଲ ଦସ୍ତଖତରେ କିଛି ଜମି ମାଫିଆ ଗତ ସେପ୍ଟେମ୍ବର ମାସରେ କନିଷି ସବ୍ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ପଞ୍ଜିକରଣ ହୋଇ ବିକ୍ରି ହୋଇଯାଇଥିବା ଉକ୍ତ ପରିବାରଙ୍କ ଲୋକଲୋଚନକୁ ଆସିଥିଲା । ଉକ୍ତ ପରିବାରର ମୁଖିଆ ବଞ୍ଚିଥିବା ବେଳେ ତାହା ସେହି ଘଟଣାଟି ସବ୍ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ଖାସ୍ ସବ୍ ରେଜିଷ୍ଟ୍ରାରଙ୍କୁ ଅଭିଯୋଗ କରି ଦୃଷ୍ଟି ଆକର୍ଷଣ କରିଥିଲେ ଓ ସେହି ସମୟରେ ଏହି ହଡ଼ପ ଘଟଣା ବିଭିନ୍ନ ମୁଖ୍ୟ ଓଡ଼ିଆ ଖବରକାଗଜ ଗୁଡ଼ିକରେ ପ୍ରକାଶିତ ହୋଇ ତୁମ୍ବି ତୋଫାନ ହୋଇଥିଲା । ଏହି ମାମଲାଟି ଦିତୀୟ ପ୍ରସଙ୍ଗ ହୋଇଥିଲେ ହେଁ, ପ୍ରଥମ ଘଟଣାରେ ଉକ୍ତ ମୃତ ଟିକଲ ସାହୁଙ୍କ ନାମରେ ଥିବା ଅନ୍ୟ ଏକ ରକବା ଏକର ୦.୪୩୭ ଡିସିମିଲ ଜମିକୁ ପ୍ରାୟ
ଚଉଦ ଜଣ ଉତ୍ତରାଧିକାରୀଙ୍କ ଅଗୋଚରରେ ଦ୍ଵିତୀୟ ଘଟଣାର କବଲାର ଦସ୍ତଖତ ବେଳେ ପ୍ରଥମ ଘଟଣାର କବଲାରେ ଦସ୍ତଖତ ନେଇ ପଞ୍ଜିକରଣ କରି ବିକ୍ରୀ ବଟା କରି ଦେଇଥିଲେ, ଯାହା ସେତେବେଳେ ଚର୍ଚ୍ଚା ଜୋର ଧରିଥିଲା ଓ ପରବର୍ତ୍ତୀ ସମୟରେ ଗୋଳନ୍ଥରା ଥାନାରେ ୫୬୦/୨୦୨୩ରେ କେସ୍ ରୁଜୁ ହୋଇଥିଲା ଓ ଆସାମୀ ମାନେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରୁ ଅନ୍ତରୀଣ ଜାମିନରେ ଅଛନ୍ତି । ଉକ୍ତ ଦୁଇଟି ଯାକ ଘଟଣା ଘଟିବାର ଦୀର୍ଘ ତିନି ମାସ ପରେ କନିଷି ସବ୍ ରେଜିଷ୍ଟ୍ରାରଙ୍କ ପକ୍ଷରୁ ପ୍ରଥମ ଘଟଣା ବାବଦରେ ମୂଖ୍ୟ ଅଭିଯୁକ୍ତ ମାନଙ୍କ ସହିତ ଦଲିଲ୍ ଲେଖକକୁ ମଧ୍ୟ ସହ ଅଭିଯୁକ୍ତ କରିବା ପାଇଁ ଅଭିଯୋଗ ପତ୍ର ପଠାଇଥିଲେ । ମାତ୍ର ଆଶ୍ଚର୍ଯ୍ୟର ବିଷୟ, ଦ୍ବିତୀୟ ଘଟଣା ପ୍ରସଙ୍ଗରେ ହଡପର ମୂଲ୍ୟ ୮୬ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହୋଇଥିଲେ ହେଁ ଓ ତତ୍ ସହିତ ଭୋଗ ଦଖଲକାରୀଙ୍କ ପରିବାରର ମୁଖିଆ ବଞ୍ଚିଥିବା ବେଳେ ଅଭିଯୋଗ କରିବା ସହିତ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲେ ମଧ୍ୟ ସବ୍ ରେଜିଷ୍ଟ୍ରାରଙ୍କ ମଉନ ରହିବା ଓ କଥା ପ୍ରସଙ୍ଗରେ ଘଟଣାକୁ ଏଡ଼ାଇ ଯିବା ଓ କୋୖଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଭୁମିକାକୁ ସନ୍ଦେହ ଘେରକୁ ଟାଣି ନେଉଛି । ସୂଚନାଯୋଗ୍ୟ, ଉକ୍ତ ଘଟଣାର କବଲାରେ ଭୋଗ ଦଖଲକାରୀଙ୍କ ସ୍ଵିକୃତି/ସମ୍ମତି ଦେବା ଜାଗାରେ/ବିଷୟକୁ ପର ମୂହୁର୍ତ୍ତରେ ବ୍ଲେଡ୍ ଓ ରବର ବ୍ୟବହାର କରି ଉଡାଇ ଦେବା ସହିତ ଉକ୍ତ ଭୋଗ ଦଖଲକାରୀଙ୍କ ଜାଲ ଦସ୍ତଖତକୁ ରମାରାଣୀ ପାତ୍ର ବଦଳରେ ରୋମାରାଣୀ ପାତ୍ର ବୋଲି ଦିତୀୟ ସାକ୍ଷୀ ହିସାବରେ ନେଇ ପଞ୍ଜିକରଣ କରି ହଡ଼ପ କରିଥିବା ଅଭିଯୋଗ ହୋଇଥିଲା । ତେଣୁ, ଏତେ ବଡ ଜଘନ୍ୟ ଫୋୖଜଦାରୀ ଅପରାଧ ସବ୍ ରେଜିଷ୍ଟ୍ରାରଙ୍କ ବିନା ପ୍ରୋତ୍ସାହନ, ସହଯୋଗ ଓ ସମ୍ମତିରେ ହେବା ସମ୍ଭବପର କି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଉକ୍ତ ଦ୍ବିତୀୟ ଘଟଣାର ଅଭିଯୁକ୍ତ ମାନେ ପରିବାର ମୁଖିଆଙ୍କ ମୃତ୍ୟୁ ପରେ ପ୍ରକୃତ ଭୋଗ ଦଖଲକାରୀକୁ ଜମି ବିକ୍ରି ବଜାର ମୂଲ୍ୟ ୮୬ ଲକ୍ଷ ଟଙ୍କାରୁ ଟଙ୍କାଟିଏ ଦେଇନଥିଲେ ମଧ୍ୟ ଭୟଭୀତ କରାଇ ଓ ଏକ ପ୍ରକାର ମାନସିକ ଚାପ ସୃଷ୍ଟି କରି ଘଟଣା ଆଗକୁ ନ ବଢ଼ାଇବାକୁ ଚେଷ୍ଟା ଜାରି ରଖିଥିବା ବେଳେ ଏପଟେ ମଧ୍ୟ ସବ୍ ରେଜିଷ୍ଟ୍ରାରଙ୍କ ସହିତ ମୋଟା ଅଙ୍କର ଆର୍ଥିକ ପ୍ରୋତ୍ସାହନରେ ହାତ ମିଳାଇବା ସହିତ ଭବିଷ୍ୟତରେ ଉକ୍ତ ଦ୍ବିତୀୟ ଘଟଣାରେ ଥାନାରେ ଅଭିଯୋଗ ନକରିବା ପାଇଁ ମାନସିକ ଚାପ ସୃଷ୍ଟି କରାଯାଉଥିବାର‌ ଅଭିଯୋଗ ହେଉଛି । ତେଣୁ ଉକ୍ତ ଜଘନ୍ୟ ଫୋୖଜଦାରୀ ଅପରାଧିକ ଘଟଣା ଘଟିବାର ଚାରି ମାସରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ମଧ୍ୟ ସବ୍ ରେଜିଷ୍ଟ୍ରାର ସାହେବ ନିଜ ଆଡୁ ସମସ୍ତ ପକ୍ଷକୁ ଡାକି ନିଜସ୍ଵ ବିଚାରଣା ନକରିବା କିମ୍ବା ଜାଲ ଦସ୍ତଖତକୁ ନପରଖିବା ବା ସ୍ଥାନୀୟ ଗୋଳନଥରା ଥାନାରେ ଅଭିଯୋଗ ନକରିବା ସାଧାରଣ ଲୋକଙ୍କ ମନରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ଓ ଉକ୍ତ ସବ୍ ରେଜିଷ୍ଟ୍ରାରଙ୍କ ବ୍ୟକ୍ତିଗତ ସମ୍ପୃକ୍ତି ନଥିଲେ ଘଟଣା ଘଟିବାର ଚାରି ମାସରୁ ଉର୍ଦ୍ଧ୍ବ ସମୟ ପରେ ମଧ୍ୟ କୋୖଣସି ନିର୍ଦ୍ଦିଷ୍ଟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ବିରାଟ ବଟବୃକ୍ଷ ଭଳିଆ ତୁନି ହୋଇ ରହିବା ସମ୍ଭବ ନୁହେଁ ବୋଲି ସାଧାରଣରେ ଆଲୋଚନା ହେଉଛି, ଏଣୁ ଏହି ଘଟଣାରେ ଉଚ୍ଚ କତ୍ତୃପକ୍ଷ ନିଜ ଆଡୁ ମୂଖ୍ୟ ଅଭିଯୁକ୍ତଙ୍କ ସହିତ ସବ୍ ରେଜିଷ୍ଟ୍ରାର ଙ୍କୁ ମଧ୍ୟ ପକ୍ଷଭୁକ୍ତ କରି ଏକ ନିରେପକ୍ଷ ତଦନ୍ତ କରିବା ସହିତ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here