ପୋଲସରା ୮/୨/୨୪ ଗଞ୍ଜାମ ଜିଲ୍ଲାର ପୋଲସରା ଷ୍ଟେଟବ୍ୟାଙ୍କ ନିକଟ ପଡ଼ିଆରେ ଅନୁଷ୍ଠିତ ହେଉଥିବା ଗୌରୀ ଶଙ୍କର ମିଶ୍ର ସ୍ମାରକୀ ଆନ୍ତଃଜିଲ୍ଲା ଭଲିବଲ ଟୁର୍ଣ୍ଣାମେଣ୍ଟ ଫେବୃୟାରୀ ୭ ତାରିଖ ଦିନ ଉଦଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ ବ୍ରହ୍ମପୁର ପାୱାର ସିକ୍ସ ଟିମ ଓ ଗୁମା ସ୍ମାର୍ଟ ସିକ୍ସ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ବ୍ରହ୍ମପୁର ପାୱାର ସିକ୍ସ ଟିମ ଫାଇନାଲରେ ବିଜୟୀ ହୋଇ ଚମ୍ପିୟାନ ହୋଇଥିଲା। ଉଦଯାପନୀ କାର୍ଯ୍ୟକ୍ରମରେ ପୋଲସରା ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜୟୀ ବ୍ରହ୍ମପୁର ପାୱାର ସିକ୍ସ ଟିମକୁ ଚମ୍ପିୟାନ ଟ୍ରଫି ପ୍ରଦାନ କରିଥିବା ବେଳେ ଗୁମା ସ୍ମାର୍ଟ ସିକ୍ସ ଟିମକୁ ରନର୍ସ ଅପ ସିଲଡ଼ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୋଲସରା ଏନଏସି ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ଜିଲ୍ଲା ପରିଷଦ ସଦସ୍ୟ ଅଶୋକ କୁମାର ବିଷୋୟୀ, ପୂର୍ବତନ ଅଧ୍ୟକ୍ଷ ପ୍ରଫୁଲ କୁମାର ପ୍ରଧାନ ଓ ଟୁର୍ଣ୍ଣାମେଣ୍ଟ ପରିଚାଳନା କମିଟି କର୍ମକର୍ତ୍ତା ବୃନ୍ଦ ଯୋଗଦେଇଥିଲେ। ଟୁର୍ଣ୍ଣାମେଣ୍ଟ ଦେଖିବା ପାଇଁ ବହୁ ଖେଳ ପ୍ରେମୀ ଜମା ହୋଇଥିବା ଦେଖିବାକୁ ମିଳିଥିଲା।