ବୁଗୁଡା, ୦୮/୦୨/୨୦୨୪: ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ଗ୍ରାମର ମହୋତ୍ସବ ପଡ଼ିଆରେ ସପ୍ତମ ବାଲିପଦର ମହୋତ୍ସବ କୃଷ୍ଣସାର ୨୦୨୪ ର ଦ୍ଵିତୀୟ ସନ୍ଧ୍ୟା ଫେବୃଆରୀ ୮ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ମହୋତ୍ସବ କମିଟିର ସଭାପତି ଇଞ୍ଜିନିୟର ଲକ୍ଷ୍ମୀ ପ୍ରସାଦ ନାୟକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ସଂଯୋଜକ ଡକ୍ଟର ବି. ପ୍ରକାଶ ଚନ୍ଦ୍ର ପାତ୍ର ସଂଯୋଜନା କରିଥିଲେ। ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବିନୋଦ କୁମାର ଆଚାର୍ଯ୍ୟ ଯୋଗଦେଇ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ବୁଗୁଡା ତହସିଲଦାର ତାପସ ରାଉତ, କମିଟି ଅଧ୍ୟକ୍ଷ ଭଗବାନ ପୂଜାରୀ, ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ , ବୁଗୁଡା ପୋଲିସ ଥାନା ଆଇଆଇସି ପ୍ରଭାତ ରଞ୍ଜନ ମହାନ୍ତି, ବୁଗୁଡା ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ର, ବାଲିପଦର ଫାଣ୍ଡି ଓଆଇସି ସମୀର କୁମାର ବେହେରା, ବାଲିପଦର ସରପଞ୍ଚ ରାଜଲକ୍ଷ୍ମୀ ପ୍ରଧାନ, ସମାଜସେବୀ ଜୟନ୍ତୀ ପଢ଼ିଆରୀ, ଶୁଳପାଣି ଶତପଥି, ବାଲିପଦର ବନପାଳ ସୁକାନ୍ତ ପଟ୍ଟନାୟକ, ପୂର୍ବତନ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ଜେନା, ମନୋଜ କୁମାର ଜେନା, ଖଲି ପରିଡା ପ୍ରମୁଖ ଯୋଗଦେଇଥିଲେ। ଦ୍ଵିତୀୟ ସନ୍ଧ୍ୟାରେ ବିଣାକାର, ଚଢ଼େୟା, ଚଢ଼େୟାଣୀ, ଦିଗପହଣ୍ଡି ର ଘୁଡିକି , ଭାରତଲୀଳା, ଶଙ୍ଖବାଦ୍ୟ, ପଶୁମୁଖା ପ୍ରଭୃତି ଲୋକନୃତ୍ୟ ସହ କଟକର ସରଗରମ ଅର୍କେଷ୍ଟ୍ରାର ଦ୍ୱାରା ସଙ୍ଗୀତ ପରିବେଷିତ ହୋଇଥିଲା। ଏଥିସହ ବୁଗୁଡା ଓ ବାଲିପଦର ଅଞ୍ଚଳର କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।