ପୁରୁଣା ପେନ୍‌ସନ୍ ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ।ପୁରୁଣା ପେନ୍‌ସନ୍ ଲାଗୁ ନହେଲେ ଫେବୃୟାରୀ ୧୮ରେ ମହାଆନ୍ଦୋଳନ

0
112

ଭୁବନେଶ୍ୱର,୧୦/୦୨/୨୦୨୪ : ନୂତନ ପେନ୍‌ସନ୍‌ ବ୍ୟବସ୍ଥା ଉଚ୍ଛେଦ କରି ପୁରୁଣା ପେନ୍‌ସନ୍ ଲାଗୁ କରିବା ପାଇଁ ଏନ୍‌ଏମ୍ଓପିଏସ୍,ଓଡ଼ିଶାର ରାଜ୍ୟ ସଭାପତି ବିଜୟ ମଲ୍ଲ ଓ ସମ୍ପାଦକ ପ୍ରଯତ୍ନ ବରାଳ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରି କହିଛନ୍ତି ଯେ,ଓଡ଼ିଶା ସବୁବେଳେ ଅନ୍ୟ ରାଜ୍ୟଠୁ ଆଗରେ ରହେ । କିନ୍ତୁ ଦୁଃଖ ଓ ପରିତାପର ବିଷୟ, ବିଭିନ୍ନ ରାଜ୍ୟ ଯଥା ଛତିଶଗଡ଼,ରାଜସ୍ଥାନ, ଝାଡ଼ଖଣ୍ଡ, ପଞ୍ଜାବ ଓ ହିମାଚଳ ପ୍ରଦେଶ ରାଜ୍ୟ କର୍ମଚାରୀମାନଙ୍କର ଗୁରୁତର ସ୍ବାର୍ଥକୁ ଦୃଷ୍ଟିରେ ପୁରୁଣା ପେନ୍‌ସନ୍ ଲାଗୁ କରିଛନ୍ତି ଏବଂ ଅଧିକାଂଶ ରାଜ୍ୟ ପୁରୁଣା ପେନ୍‌ସନ୍ ଲାଗୁ କରିବା ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି । ହେଲେ
ଆଜି ପର୍ଯ୍ୟନ୍ତ ଓଡ଼ିଶାରେ ପୁରୁଣା ପେନ୍‌ସନ୍ ଲାଗୁ କରିବା ପାଇଁ କୌଣସି କମିଟି ଗଠନ ହୋଇପାରି ନାହିଁ । ଏଥି ମଧ୍ୟରେ ବହୁ
ଶିକ୍ଷକ ଓ କର୍ମଚାରୀ ୩୦ ରୁ ୪୦ ବର୍ଷ ଧରି ଚାକିରି କରି ଅବସର ଗ୍ରହଣ କରୁଛନ୍ତି ଓ ପେନ୍‌ସନ୍‌ ବାବଦରେ ୧୦୦୦ ରୁ
୧୨୦୦ ଟଙ୍କା ପାଉଛନ୍ତି । ଯେତେବେଳେ କି ପୁରୁଣା ପେନ୍‌ସନ୍ ଲାଗୁ ହୋଇଥିଲେ ସେମାନେ ୨୫ ରୁ ୩୦ ହଜାର ଟଙ୍କା ପେନ୍‌ସନ୍‌ ପାଇଥାନ୍ତେ ।କେନ୍ଦ୍ର ସରକାର ୨୦୦୪ ମସିହାରେ ଓ ରାଜ୍ୟ ସରକାର ୨୦୦୫ ମସିହାରେ ପୁରୁଣା ପେନ୍‌ସନ୍‌ ଉଚ୍ଛେଦ କରି ନୂତନ ପେନ୍‌ସନ୍‌ ବ୍ୟବସ୍ଥା ଲାଗୁ କରିଥିଲେ । ଯେତେବେଳେ କି ବିଧାୟକ ଓ ସାଂସଦଙ୍କର ପୁରୁଣା ପେନ୍‌ସନ୍‌ ପୂର୍ବପରି ପାଉଛନ୍ତି ।ଏନ୍.ଏମ୍.ଓ.ପି.ଏସ୍. ଓଡ଼ିଶା ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ, ‘୫-ଟି’ ଓ ‘ ନବୀନ ଓଡ଼ିଶା’ ଅଧ୍ୟକ୍ଷ, ମୁଖ୍ୟ ଶାସନ ସଚିବଙ୍କୁ
ଅନୁରୋଧ ସଂଗଠନ ତରଫରୁ ଅନୁରୋଧ କରିଛୁ ଏବଂ ଚାରିଲକ୍ଷ କର୍ମଚାରୀ ଓ ସେମାନଙ୍କ ପରିବାର ସର୍ବମୋଟ୍ ୪୦ ଲକ୍ଷ ଲୋକଙ୍କର ଗୁରୁତର ସ୍ୱାର୍ଥକୁ ଦୃଷ୍ଟିରେ ରଖ୍ ନୂତନ ପେନ୍‌ସନ୍‌ ବ୍ୟବସ୍ଥା ଉଚ୍ଛେଦ କରି ପୁରୁଣା ପେନ୍‌ସନ୍‌ ବ୍ୟବସ୍ଥା ଲାଗୁ କରନ୍ତୁ
ନହେଲେ ଆସନ୍ତା ଫେବୃୟାରୀ ରବିବାର ଦିନ ୪୪ ଟି ବିଭାଗର ୨୫୦ରୁ ଅଧିକ ସଂଗଠନ ଏନ୍.ଏମ୍.ଓ.ପି.ଏସ୍., ଓଡ଼ିଶା
ବ୍ୟାନରରେ ଭୁବନେଶ୍ୱରଠାରେ ପୁରୁଣା ପେନ୍‌ସନ୍‌ ମହାସମାବେଶରେ ଯୋଗଦେବେ ବୋଲି ରାଜ୍ୟ ସରକାରଙ୍କୁ ସଂଘର ସଭାପତି
ବିଜୟ ମଲ୍ଲ ଓ ସାଧାରଣ ସମ୍ପାଦକ ପ୍ରଯତ୍ନ ବରାଳ, ସଂଯୋଜକ ଇତ୍‌କାର ଅହମ୍ମଦ, ରାଜେଶ ମହାନ୍ତି, କାର୍ଯ୍ୟକାରୀ ସଭାପତି ବଙ୍କିମ ଚନ୍ଦ୍ର ସାଗର, ବିଭୂପ୍ରସାଦ ସାହୁ, ଖଗେନ୍ଦ୍ର ପାଲ, ବିକ୍ରମ ରଥ, ବିମଳ ଚୌଧୁରୀ, ବିନୋଦ କୁମାର ବଳ, ଅଜୟ ଧଳ,ପୂର୍ଣ୍ଣଚନ୍ଦ୍ର ଆଇଚ, ଉପସଭାପତି ସୁଶାନ୍ତ କୁମାର ବେହେରା, ଅନିତା ବେହେରା, ସୁଚିସ୍ମିତା ଦାସ, ଅଶ୍ବିନୀ ଦାସ, ବିଭୂପ୍ରସାଦ ସାହୁ, ବିଶ୍ୱଜିତ୍ ବିଶ୍ଵାଳ, ଗୁରୁ ଗୋବିନ୍ଦ ଦଳାଇ, କ୍ଷୀତିଶ ପଣ୍ଡା, ଲଲାଟେନ୍ଦୁ ମହାପାତ୍ର, ପ୍ରିୟବ୍ରତ ନାୟକ, ପଞ୍ଚାନନ ଜେନା,
ରାଜେନ୍ଦ୍ର ମଲ୍ଲିକ, ସୁଧାଂଶୁ ପୁହାଣ, ସୁକନ୍ୟା ମହୁରୀ, ପ୍ରଦୀପ ପ୍ରଧାନ, କୋଷାଧ୍ୟକ୍ଷ ରଶ୍ମିରଞ୍ଜନ ପାଢୀ, ଯୁଗ୍ମ ସମ୍ପାଦକ ଆଦିତ୍ୟ ନାରାୟଣ ସ୍ୱାଇଁ, ଅମର କୁମର ପ୍ରତାପ, ଅନ୍ତର୍ଯ୍ୟାମୀ ଲେଙ୍କା, କଲ୍ୟାଣୀ ରାଉତ, ମନୋଜ କୁମାର ଦାସ, ପ୍ରଣବ ଚିନାରିଆ,
ରବିନ୍ଦ୍ର ପ୍ରଧାନ, ସୁଜିତ୍ ପାଢୀ, କାର୍ଯ୍ୟକାରୀ ସମ୍ପାଦକ ପ୍ରଶାନ୍ତ ରାଉତରାୟ, ଶୁଭ୍ରଜିତ୍ ପ୍ରତିହାରୀ, ଜୋନ୍‌ ସମ୍ପାଦକ ଅକ୍ଷୟ ମଲ୍ଲିକ,
ଅଡିଟର ମଳୟ ଜେନା, ମିଡ଼ିଆ ସମ୍ପାଦକ ଶିବ ଶଙ୍କର ସାହୁ, ବବଲୁ ନାୟକ ପ୍ରମୁଖ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here