ବୁଗୁଡା, ୦୯/୦୨/୨୦୨୪: ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ଗ୍ରାମର ମହୋତ୍ସବ ପଡ଼ିଆରେ ସପ୍ତମ ବାଲିପଦର ମହୋତ୍ସବ କୃଷ୍ଣସାର ୨୦୨୪ ର ତୃତୀୟ ବା ଶେଷ ସନ୍ଧ୍ୟା ଫେବୃଆରୀ ୯ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ମହୋତ୍ସବ କମିଟିର ସଭାପତି ଇଞ୍ଜିନିୟର ଲକ୍ଷ୍ମୀ ପ୍ରସାଦ ନାୟକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ସଂଯୋଜକ ଡକ୍ଟର ବି. ପ୍ରକାଶ ଚନ୍ଦ୍ର ପାତ୍ର ସଂଯୋଜନା କରିଥିଲେ। ମହୋତ୍ସବର ଉଦଯାପନୀ ସନ୍ଧ୍ୟାର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ଉପଜିଲ୍ଲାପାଳ ଅନିଲ କୁମାର ସେଠୀ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଭଞ୍ଜନଗର ଆରଟିଓ ଶୁଭେନ୍ଦୁ ରଞ୍ଜନ ରାୟ, ବୁଗୁଡା ବିଡ଼ିଓ ସନ୍ତୋଷ କୁମାର ଜେନା, ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ, ରେଞ୍ଜର ପ୍ରଦୀପ କୁମାର ମିଶ୍ର, ବାଲିପଦର ଫାଣ୍ଡି ଅଧିକାରୀ ସମୀର କୁମାର ବେହେରା, ବାଲିପଦର ସରପଞ୍ଚ ରାଜଲକ୍ଷ୍ମୀ ପ୍ରଧାନ, କେ.ନୀଳମାଧବ ଆଚାରୀ, ହାଡୁ ପ୍ରଧାନ, ସଂଗ୍ରାମ କେଶରୀ ଗୁରୁ, କେ ମନୋଜ କୁମାର ଆଚାରୀ, ଖଲି ପରିଡ଼ା, ପୂର୍ବତନ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ଜେନା, ବିଶିଷ୍ଟ କ୍ରୀଡା ବିତ ଦୁର୍ଗାପ୍ରସାଦ ଦାସ ପ୍ରମୁଖ ଯୋଗଦେଇଥିଲେ। ଏହି ଶେଷ ସନ୍ଧ୍ୟା କାର୍ଯ୍ୟକ୍ରମରେ ବାଲିପଦର ମହିଳା ମଣ୍ଡଳୀ ସଦସ୍ଯା ସହିତ ଅଞ୍ଚଳର ବିଶିଷ୍ଟ ବ୍ଯକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା। ସେହିପରି ଜଣେ ପ୍ରତିଭାଧାରୀ ବାଳକର ପ୍ରତିଭା ଦେଖି ସ୍ବତନ୍ତ୍ର ଭାବେ ଉକ୍ତ ବାଳକକୁ ଉପଜିଲ୍ଲାପାଳଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା। ଗାହାଣ, ଘଟକଳସୀ, ରାମଲୀଲା, ଢୋଲବାଦ୍ଯ, ବୁଗୁଡା ଅଞ୍ଚଳର କଲେଜ ଛାତ୍ରଛାତ୍ରୀଙ୍କ ଡ୍ଯାନ୍ସ ଗୃପ, ପୋଲସରା ଡ୍ଯାନ୍ସ ଗୃପ, ରଣପା ଏବଂ ଶେଷରେ ଓଲିଉଡର ହାସ୍ୟ ଅଭିନେତା ପପୁ ପମପମଙ୍କ କଥାରେ ଦର୍ଶକମାନେ ଖୁବ ହସିବା ସହ ଗୃପ ଦ୍ବାରା ହୋଇଥିବା ସଙ୍ଗୀତର ତାଳେତାଳେ ଝୁମି ଉଠିଥିଲେ। କାର୍ଯ୍ୟକ୍ରମର ପରିଚାଳନା ଦାୟିତ୍ବରେ ଜି ଅଭୟ କୁମାର ପାତ୍ର, ଦିଲ୍ଲୀପ କୁମାର ପଟ୍ଟନାୟକ, କାହ୍ନୁଚରଣ ବାଡତ୍ଯା, ଏ ସର୍ଭିସ ଆଚାରୀ, ଗୋପାଳ କୃଷ୍ଣ ସେଠୀ, ଉମାଶଙ୍କର ନାୟକ, କୈଳାଶ ପ୍ରଧାନ, ପ୍ରବଣ କିଶୋର ପ୍ରଧାନ ସମେତ କମିଟିର ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।
Home ବ୍ରହ୍ମପୁର ସ୍ପେଶାଳ ବାଲିପଦର ମହୋତ୍ସବ କୃଷ୍ଣସାର ୨୦୨୪ର ଶେଷସନ୍ଧ୍ୟା:ପପୁ ପମପମଙ୍କ କଥାରେ ହସି ହସି ଗଡ଼ିଲେ ଦର୍ଶକ