ବୁଗୁଡା ୧୦/୨/୨୪ ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବିରଞ୍ଚିପୁର ଗ୍ରାମରେ ଫେବୃୟାରୀ ୧୦ ତାରିଖ ଦିନ “ଆମ ଓଡ଼ିଶା ନବୀନ ଓଡିଶା” ଆନୁକୂଲ୍ୟରେ ଓଡିଶା ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ମିଳୁଥିବା ସୁବିଧା ସୁଯୋଗ ବିଷୟରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ବିଷୟରେ ଜନସାଧାରଣଙ୍କୁ ବୁଝାଇବା ସହ ତାହାର ସୁଯୋଗ ନେବାକୁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ, ସରପଞ୍ଚ ମନ୍ଦାକିନୀ ସେଠୀ, ସମିତି ମେମ୍ବର ଅଳକା ନନ୍ଦ, ସମାଜସେବୀ ଧରଣୀଧର ପଣ୍ଡା, ସିମାଞ୍ଚଳ ନନ୍ଦ, ସନ୍ତୋଷ ସେଠୀ, ପ୍ରତିନିଧି ଜିତେନ୍ଦ୍ର ନାୟକ, କବିରାଜ ଗୌଡ, ଏନ୍ ଏ ସି ନଗରପାଳିକା ଗୀତାଞ୍ଜଳି ପାଢ଼ୀ, ଏନ୍ ଏ ସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ମଦନଗୋପାଳ ଦୋରା, ମାଷ୍ଟର ଟ୍ରେନର ନୃସିଂହ ଚରଣ ଦାସ ପ୍ରମୁଖ ଯୋଗଦେଇଥିଲେ। ଜିପିଓ ମନୋଜ କୁମାର ସାହୁ ସଂଯୋଜନା କରିଥିବା ବେଳେ ପଞ୍ଚାୟତର ପିଇଓ ପ୍ରଫୁଲ କୁମାର ପଟ୍ଟନାୟକ ଓ ଜିଆରଏସ ଯୋଗେଶ୍ବର ସ୍ୱାଇଁ ପରିଚାଳନାରେ ସହଯୋଗ କରିଥିଲେ। ବିଭିନ୍ନ ଲାଇନ ଡିପାର୍ଟମେଣ୍ଟ ଓ ମହିଳା ଗୋଷ୍ଠୀଙ୍କ ପକ୍ଷରୁ ଷ୍ଟଲ ଖୋଲାଯାଇ ନିଜ ବିଭାଗର ଯୋଜନା ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ। ଏହି ଅବସରରେ ବିଧାୟକ ଶ୍ରୀ ସାହୁ ବିଭିନ୍ନ ମିଶନ ଶକ୍ତି ଗୋଷ୍ଠୀଙ୍କୁ ବିନା ସୁଧରେ ଋଣ ବାବଦକୁ ଚେକ ପ୍ରଦାନ କରିଥିଲେ।