ବାଣାୟତ ଓଡିଆ ସମାଜର ବାର୍ଷିକ ଉତ୍ସବ ଅନୁଷ୍ଠିତ

0
72

ବୁଗୁଡା ୧୧/୨/୨୪ ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଭାମସ୍ୟାଳି ଗ୍ରାମରେ ଘୁମୁସର ତାଲୁକା ବାଣାୟତ ଓଡ଼ିଆ ସମାଜର ବାର୍ଷିକ ଉତ୍ସବ ଅପରାହ୍ନ ତିନିଟା ସମୟରେ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମାନ୍ୟବର ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା, ବିଜେପିର ଘୁମୁସର ସାଙ୍ଗଠନିକ ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଳିକ, ବୁଗୁଡ଼ା ଏନ୍ଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ବୁଗୁଡ଼ା ବ୍ଲକ ଉପାଧ୍ୟକ୍ଷ ମାନଷ ରଞ୍ଜନ ପ୍ରଧାନ,ପୋଲସରା ବ୍ଲକ ଉପାଧ୍ୟକ୍ଷ କାହ୍ନୁଚରଣ ପରିଡ଼ା, ଭଆମସ୍ଯାଳି ସରପଞ୍ଚ ସଞ୍ଜୟ ବିଶ୍ବାଳ ସମେତ ଘୁମୁସର ତାଲୁକା ବାଣାୟତ ଓଡ଼ିଆ ସମାଜ ର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here