ମହୁଲପଲ୍ଲୀ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

0
89

ବୁଗୁଡା ୧୩/୨/୨୪ ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ନିକଟସ୍ଥ ମହୁଲପଲ୍ଲୀ ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଫେବୃୟାରୀ ୧୨ ତାରିଖ ଦିନ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବାର୍ଷିକ ଉତ୍ସବରେ ଏସଏମସି ସଭାପତି ବ୍ରହ୍ମାନନ୍ଦ ପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ମୁଖ୍ୟବକ୍ତା ଭାବେ ବୁଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଚିନ୍ମୟ ମହାପାତ୍ର ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଟୁକୁନା ସ୍ୱାଇଁ, ଅରଖପୁର ପଞ୍ଚାୟତ ସରପଞ୍ଚ ମିନତୀ ମଳିକ ଓ ସମିତି ସଭ୍ୟା ଶାନ୍ତିଲତା ସ୍ୱାଇଁ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବଂଶୀଧର ବିଷୋୟୀ, ଅବସରପ୍ରାପ୍ତ ଶିକ୍ଷକ ଲକ୍ଷ୍ମଣ ଜେନା, ସମାଜସେବୀ ମଦନ ଗୋପାଳ ଦୋରା ଓ ସିଆରସିସି ବାଙ୍କ ପ୍ରଧାନ ଯୋଗଦେଇଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ କୈଳାଶ ଚନ୍ଦ୍ର ସେଠୀ ବିବରଣୀ ପଠନ କରିଥିଲେ। ଏହି ଅବସରରେ ଅତିଥି ବୃନ୍ଦ ୨୦୧୪-୧୫ ଶିକ୍ଷା ବର୍ଷରୁ ଅଦ୍ୟାବଧି ବୃତ୍ତି ପାଇଥିବା ଛାତ୍ରଛାତ୍ରୀ, ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ ସହ ଆଦର୍ଶ ଶିକ୍ଷକ ତ୍ରିନାଥ ମହାରଣାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଯୁବ ସଂସଦ ସଦସ୍ୟ , ପରିଚାଳନା କମିଟି ସଦସ୍ୟ ଏବଂ ବିଦ୍ୟାଳୟର ଶିକ୍ଷକ ସତ୍ୟବାନ ତରେଇ, ଶିକ୍ଷୟିତ୍ରୀ ଅଞ୍ଜଳୀ କୁମାରୀ ଆଚାର୍ଯ୍ୟ ଓ ସୁଦେଷ୍ଣା ସ୍ୱାଇଁ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here