କାୟାକଳ୍ପ ଟିମ୍ ର ସମା ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ

0
102

ବ୍ରହ୍ମପୁର,୧୪/୦୨/୨୦୨୪: ପୁରୁଷୋତ୍ତମପୁର ବ୍ଲକ୍ ସମା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରେ ଚିକିତ୍ସା ସୁବିଧା, ସ୍ବଚ୍ଛତା ପରିମଳ ଏବଂ ମେଡିକାଲ ବର୍ଜ୍ୟବସ୍ତୁ ପରିଚାଳନା ଆଦି ଅନ୍ୟାନ୍ୟ ବିଷୟ ରେ ତଦାରଖ କରିବା ପାଇଁ ଏକ ଟିମ୍ ସମା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଏମ କେ ସି ଜି ମେଡିକାଲ କଲେଜର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ତୃପ୍ତି ଦାଶ , ଏବଂ ଜିଲ୍ଲା ଅଣ ସଂକ୍ରମଣ ବିଭାଗୀୟ ମୁଖ୍ୟ ବାଣୀ ବନ୍ଦନା ଜେନା ଙ୍କ ନେତୃତ୍ବରେ ରେପହଞ୍ଚି ସ୍ବାସ୍ଥ୍ୟ କେନ୍ଦ୍ରରେ ପରିଷ୍କାର ପରିଚ୍ଛନ୍ନତା, ଜୈବ ଆବର୍ଜନା ପରିଚାଳନା, ଔଷଧୀୟ ଉଦ୍ୟାନ, ଜଳ ନିଷ୍କାସନ ବ୍ୟବସ୍ଥା ସହ ବିଭିନ୍ନ ଦସ୍ତାବିଜ ଏବଂ ସ୍ବାସ୍ଥ୍ୟ କର୍ମଚାରୀ କାର୍ଯ୍ୟଧାରାକୁ ଯାଞ୍ଚ କରିଥଲେ। ବିଶେଷ କରି ବର୍ଜ୍ୟବସ୍ତୁ ପରିଚାଳନା ଅଧିକ ଗୁରୁତ୍ୱ ଦିଆ ଯାଇଥିଲା। ଆୟୁଷ ଡାକ୍ତର ରବିନ୍ଦ୍ର ନାଥ ଗନ୍ତାୟତ ଙ୍କ ତଦାରଖରେ କାୟକଳ୍ପ କାର୍ଯ୍ୟ ତ୍ବରାନ୍ଵିତ ହୋଇଥିଲା। ଏଥିରେ ସମା ମେଡ଼ିକାଲ ର ଡ଼ା ଦେବ ଦୁଲାଲ ଦାଶ, ପି ଏଚ ଇ ଓ ନମିତା ପାତ୍ର, ଫାର୍ମାସିଷ୍ଟ ବାଦଲ ସୁବୁଦ୍ଧି, ସ୍ଵାସ୍ଥ୍ୟ କର୍ମୀ ସଞ୍ଜୟ ରେଡ୍ଡୀ, ଶିଶିର କୁମାର ଆଚାର୍ଯ୍ୟ, ସଫେଇ କର୍ମଚାରୀ କୁମାରୀ ନାହାକ,, ସୂପର୍ଭାଇଜର ଅର୍ଜୁନ ନାୟକ, ସି ଏଚ ଓ ସରଶ୍ମିତା ପଟ୍ଟନାୟକ, ସନ୍ଧ୍ୟା ରାଣୀ ପାତ୍ର, ମହିଳା ସ୍ବାସ୍ଥ୍ୟକର୍ମୀ ବିଜୟଲକ୍ଷ୍ମୀ ସାହୁ, ମନ୍ଦାକିନୀ ଦେବତା, ବନିତା ବେହେରା, ସୁରକ୍ଷା କର୍ମଚାରୀ ଅଜିତ ମିଶ୍ର କାର୍ଯ୍ୟକ୍ରମ ରେ ଉପସ୍ଥିତ ପରିଚାଳନା ରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here