ରାଜ୍ୟ ବିଜେପି ପକ୍ଷରୁ ନିର୍ବାଚନ ପାଇଁ ବିଭିନ୍ନ କମିଟି ଘୋଷଣା। କୋର୍‌ କମିଟି, ନିର୍ବାଚନ କମିଟି, ଶୃଙ୍ଖଳା କମିଟି ନାମ ଘୋଷଣା କଲା ରାଜ୍ୟ ବିଜେପି

0
127

ଭୂବନେଶ୍ୱର,୧୪/୦୨/୨୦୨୪:
ରାଜ୍ୟ ବିଜେପି ପକ୍ଷରୁ ଆଗାମୀ ନିର୍ବାଚନ ପାଇଁ ବିଭିନ୍ନ କମିଟି ଘୋଷଣା କରିଛି । କୋର୍‌ କମିଟି, ନିର୍ବାଚନ କମିଟି, ଶୃଙ୍ଖଳା କମିଟି ଆଦି ପାଇଁ ନାମ ଘୋଷଣା କରାଯାଇଛି । କୋର୍‌ କମିଟିରେ ମନମୋହନ, ବୈଜୟନ୍ତ, ଧର୍ମେନ୍ଦ୍ରଙ୍କ ସହ ୧୮ ନେତା ରହିଥିବା ବେଳେ ଅଶ୍ୱିନୀ ବୈଷ୍ଣବ, ଜୟନାରାୟଣ, ଜୁଏଲ ଓରାମ୍ ପ୍ରମୁଖ ସାମିଲ ହୋଇଛନ୍ତି । ସେହିପରି ରାଜ୍ୟ ନିର୍ବାଚନ କମିଟିରେ ମନମୋହନ ସାମଲ, ବୈଜୟନ୍ତ ପଣ୍ଡା, ଧର୍ମେନ୍ଦ୍ର ପ୍ରଧାନ,ଅଶ୍ବିନୀ ବୈଷ୍ଣବ ।ଶୃଙ୍ଖଳା କମିଟିରେ ପ୍ରତାପ ଷଡ଼ଙ୍ଗୀ, ପର୍ଶୁରାମ ମାଝୀଙ୍କ ସହ ୫ ସଦସ୍ୟ । ଫାଇନାନ୍ସ କମିଟିରେ ବୈଜୟନ୍ତ, ଧର୍ମେନ୍ଦ୍ର, ବୈଷ୍ଣବ, ବିଶ୍ୱେଶ୍ୱର ପ୍ରମୁଖ ସାମିଲ ହୋଇଛନ୍ତି । ପ୍ରତାପ ଷଡ଼ଙ୍ଗୀ, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, କେଭି ସିଂଦେଓ ସଦସ୍ୟ । ସମୀର ମହାନ୍ତି, ସୁରମା ପାଢ଼ୀ, ସମ୍ବିତ ପାତ୍ର, ମାନସ ମହାନ୍ତି ସଦସ୍ୟ । ସୁନୀଲ ବଂଶଲ, ବିଜୟପାଲ୍‌ ସିଂ ତୋମାର, ଲତା ଉସେଣ୍ଡି ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ।ବିଜେପି କୋର୍‌ କମିଟିରେ ୧୫ ସଦସ୍ୟ, ୩ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ -ମନମୋହନ ସାମଲ, ବୈଜୟନ୍ତ ପଣ୍ଡା, ଧର୍ମେନ୍ଦ୍ର ପ୍ରଧାନ। କମିଟି ସଦସ୍ୟ -ଅଶ୍ୱିନୀ ବୈଷ୍ଣବ, ଜୟନାରାୟଣ ମିଶ୍ର, ଜୁଏଲ ଓରାମ, ବିଶ୍ୱେଶ୍ୱର ଟୁଡୁ ସଦସ୍ୟ। ସେହିପରି ବସନ୍ତ ପଣ୍ଡା, କେଭି, ସମୀର, ସୁରମା, ସମ୍ବିତ ପାତ୍ର, ମାନସ ମହାନ୍ତି -ଐଶ୍ୱର୍ଯ୍ୟା ବିଶ୍ୱାଳ ନିର୍ବାଚନ କମିଟିରେ ଏକ୍ସ ଅଫିସିଓ ସଦସ୍ୟ ଭାବେ ସାମିଲ ହୋଇଛନ୍ତି । ସୁନୀଲ ବଂଶଲ, ତୋମାର, ଲତା ଉସେଣ୍ଡି ହେଲେ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ। ବିଜେପି ନିର୍ବାଚନ କମିଟିରେ ୧୫ ସଦସ୍ୟ, ଜଣେ ଏକ୍ସ ଅଫିସିଓ ସଦସ୍ୟ ଭାବେ ସାମିଲ। ନିର୍ବାଚନ କମିଟିରେ ୩ ଜଣ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ବି ସାମିଲ -ସଦସ୍ୟ- ମନମୋହନ, ବୈଜୟନ୍ତ, ଧର୍ମେନ୍ଦ୍ର, ବୈଷ୍ଣବ, ଜୟନାରାୟଣ -ସଦସ୍ୟ- ଜୁଏଲ, ବିଶ୍ୱେଶ୍ୱର, ପ୍ରତାପ ଷଡ଼ଙ୍ଗୀ, ସୁରେଶ ପୂଜାରୀ । ଏନେଇ ରାଜ୍ୟ ବିଜେପି ପକ୍ଷରୁ ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here