“ଯୁବ ମହୋତ୍ସବ ‘ଉମଙ୍ଗ’ ର ଦ୍ଵିତୀୟ ଦିବସ ରେ ବିଶ୍ଵବିଦ୍ୟାଳୟ ମାନଙ୍କ ଦ୍ଵାରା ବିଭିନ୍ନ ପ୍ରକାର କଳା ପ୍ରଦର୍ଶନ”

0
83

ବ୍ରହ୍ମପୁର,୧୭/୦୨/୨୦୨୪: ପୂର୍ବାଞ୍ଚଳ ଅନ୍ତଃ ବିଶ୍ୱବିଦ୍ୟାଳୟ ଯୁବ ମହୋତ୍ସବ ‘ଉମଙ୍ଗ’ ୨୦୨୪ ର ଦ୍ୱିତୀୟ ଦିବସରେ ପ୍ରାୟ ୧୦ ଟି କ୍ୟାଟେଗୋରି ରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିନରେ ଉଦ୍ଘାଟନୀ କାର୍ଯ୍ୟକ୍ରମ ଏବଂ ବିଶ୍ଵବିଦ୍ୟାଳୟ ମାନଙ୍କ ଦ୍ଵାରା ଶୋଭାଯାତ୍ରା ହୋଇଥିବା ବେଳେ ଦ୍ୱିତୀୟ ଦିନରେ ୧୦ଟି କ୍ୟାଟେଗୋରି ରେ ଯଥା ପାଶ୍ଚାତ୍ୟ ଏକକ ସଙ୍ଗୀତ, ପାଶ୍ଚାତ୍ୟ ଏକକ ବାଦ୍ୟଯନ୍ତ୍ର, ଦଳ ସଙ୍ଗୀତ(ଭାରତୀୟ), ଶାସ୍ତ୍ରୀୟ ବାଦ୍ୟଯନ୍ତ୍ର ଏକକ, ତର୍କ ସଭା, କୁଇଜ୍, ତତ୍କାଳ ଚିତ୍ରାଙ୍କନ, ମାଟି ନମୁନା, ଓ ବ୍ୟଙ୍ଗ ଚିତ୍ର ବିଭାଗର ପ୍ରତି ଯୋଗିତା ୬ ଟି ଭେନ୍ୟୁ ରେ ଅନୁଷ୍ଠିତ ହୋଇଯାଇଅଛି । ଦିନ ଆରମ୍ଭ ରୁ ପ୍ରଥମେ ୯ ଘଟିକା ସମୟରେ ସ୍କୁଲ୍ ଅଫ ଏଜୁକେସନ ବିଭାଗରେ ତତ୍କାଳ ଚିତ୍ରାଙ୍କନ ର ପ୍ରତିଯୋଗିତା ଆରମ୍ଭ ହୋଇଥିଲା, ଏହି ପ୍ରତିଯୋଗିତା ରେ ୧୩ ଗୋଟି ବିଶ୍ଵବିଦ୍ୟାଳୟ ଭାଗନେଇଥିଲେ । ପରେ ସମୟ ୧୦ ଘଟିକା ରେ ଏକା ସମୟରେ ତିନୋଟି ସ୍ଥାନରେ ବିଶ୍ଵ ବିଦ୍ୟାଳୟ ର କ୍ରୀଡା ପ୍ରାଙ୍ଗଣ, ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟ ଏବଂ ବିଶ୍ଵବିଦ୍ୟାଳୟ ର ଖୋଲା ମଞ୍ଚ ଭଞ୍ଜ ମଣ୍ଡପ ରେ ଯଥାକ୍ରମେ ପାଶ୍ଚାତ୍ୟ ଏକକ ସଙ୍ଗୀତ, ଏକକ ଅଭିନୟ, ଓ ଶାସ୍ତ୍ରୀୟ ବାଦ୍ୟଯନ୍ତ୍ର ଏକକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଜୁପଟ୍ଟନାୟକ ପ୍ରେଖ୍ୟାଳୟ ରେ ଆରମ୍ଭ ହୋଇଥିବା ଏକକ ଅଭିନୟ ରେ ୧୦ ଗୋଟି ବିଶ୍ୱ ବିଦ୍ୟାଳୟ ର ଅଂଶ ଗ୍ରହଣକାରୀ ମାନେ ଭାଗ ନେଇଥିଲେ ଏହି ପ୍ରତିଯୋଗିତା ୧୦ ଘଟିକା ସମୟରୁ ଆରମ୍ଭ ହୋଇ ସନ୍ଧ୍ୟା ୭ ଘଟିକା ସମୟରେ ଶେଷ ହୋଇଥିଲା । ସେହିପରି ବିଶ୍ଵ ବିଦ୍ୟାଳୟ ର କ୍ରୀଡା ପ୍ରାଙ୍ଗଣ ରେ ତିନୋଟି ବିଭାଗ ର ପ୍ରତିଯୋଗିତା ପାଶ୍ଚାତ୍ୟ ଏକକ କଣ୍ଠ ସଙ୍ଗୀତ, ପାଶ୍ଚାତ୍ୟ ବାଦ୍ୟଯନ୍ତ୍ର ଏକକ, ଏବଂ ଦଳ ସଙ୍ଗୀତ (ଭାରତୀୟ) ଅନୁଷ୍ଠିତ ହୋଇଥିଲା, ଏହି ପ୍ରତିଯୋଗିତା ମାନଙ୍କରେ ଯଥାକ୍ରମେ ୧୨,୮, ୧୧ ଗୋଟି ବିଶ୍ଵ ବିଦ୍ୟାଳୟ ମାନଙ୍କର ଟିମ୍ ଅଂଶ ଗ୍ରହଣ କରି ସେମାନଙ୍କର କଳା ପ୍ରଦର୍ଶନ କରିଥିଲେ । ପରେ ବିଶ୍ଵ ବିଦ୍ୟାଳୟ ର ନୂତନ ସମ୍ମିଳନୀ କକ୍ଷରେ ରେ ଦୁଇ ଗୋଟି ବିଭାଗ ର ପ୍ରତିଯୋଗିତା ଯଥା ବିତର୍କ ଓ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା, ତର୍କ ପ୍ରତିଯୋଗିତା ରେ ୧୩ ଗୋଟି ବିଶ୍ଵ ବିଦ୍ୟାଳୟ ଭାଗ ନେଇଥିବା ବେଳେ କୁଇଜ୍ ପ୍ରତିଯୋଗିତା ରେ ୧୩ ଗୋଟି ବିଶ୍ଵ ବିଦ୍ୟାଳୟ ଭାଗ ନେଇଥିଲେ। ସେହିପରି ସମୟ ୩ ଘଟିକା ରେ ବାଣିଜ୍ୟ ବିଭାଗରେ ବ୍ୟଙ୍ଗ ଚିତ୍ର ବିଭାଗର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ୧୦ ଗୋଟି ବିଶ୍ଵ ବିଦ୍ୟାଳୟ ଅଂଶ ଗ୍ରହଣ କରିଥିଲେ । ସମୟାନୁଜାୟୀ ସମ୍ପୂର୍ଣ୍ଣ ଦିନ ରେ ସମସ୍ତ ୧୦ ଗୋଟି କ୍ୟାଟେଗୋରି ର ପ୍ରତିଯୋଗିତା ସମାପ୍ତ ହେବା ପରେ ସନ୍ଧ୍ୟା ସମୟରେ ଏକ ସାଂସ୍କୃତିକ ଏବଂ ମନୋରାଇଞ୍ଜନଧର୍ମି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଯେଉଁଥିରେ ପୂର୍ବାଞ୍ଚଳ ର ଦୁଇ ଗୋଟି ରାଜ୍ୟ ରୁ ଆସିଥିବା ଯଥା ବିହାର ଏବଂ ଝାଡ଼ଖଣ୍ଡ ରାଜ୍ୟ ର ବିଶ୍ଵ ବିଦ୍ୟାଳୟ ର ଅଂଶ ଗ୍ରହଣକାରୀ ମାନଙ୍କ ଦ୍ଵାରା ସାଂସ୍କୃତିକ ନୃତ୍ୟ ପରିବେଷଣ ହୋଇଥଲା, ଏହି କାର୍ଯ୍ୟକ୍ରମ ରେ ବହୁଳ ସଂଖ୍ୟା ରେ ଛାତ୍ର ଛାତ୍ରୀ ଓ ଅଧ୍ୟାପକ, ଅଧ୍ୟାପିକା ମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଏହି ସାଂସ୍କୃତିକ ନୃତ୍ୟ ସନ୍ଧ୍ୟା ସହିତ ଦ୍ଵିତୀୟ ଦିବସ ର କାର୍ଯ୍ୟକ୍ରମ କୁ ସମାପ୍ତ ଘୋଷଣା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here