ବ୍ରହ୍ମପୁର, ୧୯/୦୨/୨୦୨୪ : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ ବିଜ୍ଞାନ ସ୍ରୋତର ଆଜି ଥିଲା ବାଧ୍ୟତାମୂଳକ ଇଂରାଜୀ l ଦକ୍ଷିଣାଞ୍ଚଳ ଅଧୀନସ୍ଥ ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ଆଜି +୨ ବିଜ୍ଞାନ ସ୍ରୋତର ଇଂରାଜୀ ପରୀକ୍ଷା ଶୃଙ୍ଖଳିତ ଭାବେ ସଂପନ୍ନ ହୋଇଛି l ଦକ୍ଷିଣାଞ୍ଚଳ ସ୍ତରୀୟ ସ୍କ୍ୱାଡ୍ ସଦସ୍ୟମାନେ ଉପର୍ଯ୍ୟୁକ୍ତ ଆଠଟି ଜିଲ୍ଲାର ବିଭିନ୍ନ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରି ପରୀକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ l
ଆଜି ତିନି ଜଣ ବିଜ୍ଞାନ ପରୀକ୍ଷାର୍ଥୀ ଇଂରାଜୀରେ କପି ଅଭିଯୋଗରେ ଧରା ପଡ଼ିଛନ୍ତି l ନବରଙ୍ଗପୁର ଜିଲ୍ଲା ଡାବୁଙ୍ଗା ସ୍ଥିତ ସରକାରୀ ଏସ୍.ଏସ୍.ଡି. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରାୟଗଡ଼ା ଜିଲ୍ଲାର କୈଳାସପୁର ସ୍ଥିତ ସରକାରୀ ଏସ୍.ଏସ୍.ଡି. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ରାୟଗଡ଼ା ଜିଲ୍ଲାର ଶିରିପୁର ସ୍ଥିତ ସରକାରୀ ଏସ୍.ଏସ୍.ଡି. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ଲେଖାଏଁ ପରୀକ୍ଷାର୍ଥୀ କପି କରି ସ୍କ୍ୱାଡ୍ ସଦସ୍ୟଙ୍କ ହାତରେ ଧରା ପଡ଼ିଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଦକ୍ଷିଣାଞ୍ଚଳ ଉପସଚିବ ଡ. କୁଳମଣି ଓଝାଙ୍କ ସୂତ୍ରରୁ ଜଣାପଡ଼ିଛି l