ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ବ୍ରହ୍ମପୁରରେ ‘ଉଡାଣ ୨୦୨୪’ କାର୍ଯ୍ୟକ୍ରମ ଆୟୋଜିତ

0
81

ଭୁବନେଶ୍ୱର,୨୩/୦୨/୨୦୨୪: ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍‌ଏଫ୍‌) ପକ୍ଷରୁ ବ୍ରହ୍ମପୁରର ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ଅଡିଟୋରିୟମ୍‌ରେ ୨୦୨୪ ଫେବ୍ରୁଆରି ୨୩ ଓ ୨୪ରେ ଦୁଇଦିନିଆ “ଉଡାଣ ୨୦୨୪’ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି । ‘ବିପର୍ଯ୍ୟୟ ବିପଦ ହ୍ରାସ ଜରିଆରେ ଦୀର୍ଘସ୍ଥାୟୀ ଜଳବାୟୁ ସଂସ୍କୃତି ଗଠନ’ ବିଷୟବସ୍ତୁ ଉପରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୁବବର୍ଗ, ମହିଳା ଓ ଚାଷୀଙ୍କ ସଶକ୍ତୀକରଣ ଉପରେ ଗୁରୁତ୍ୱାରୋପ କରାଯାଇଛି । ଏହାର ଉଦ୍‌ଘାଟନୀ ସମାରୋହରେ ଆର୍ମି ଏୟାର ଡିଫେନ୍‌ସ କଲେଜ, ଗୋପାଳପୁରର କମାଣ୍ଡାଂଟ୍‌, ସେନା ମେଡାଲ୍ ବିଜେତା ବ୍ରିଗେଡିୟର ଇନ୍ଦ୍ରଜିତ ସିଂହ ପଞ୍ଜରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଟାଟା ଷ୍ଟିଲ୍ ସ୍ପେଶାଲ ଏକୋନୋମିକ ଜୋନ୍‌ର ପରିଚାଳନା ନିର୍ଦ୍ଦେଶକ ମଣିକାନ୍ତ ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

ଏହି କାର୍ଯକ୍ରମରେ ଗୋପାଳପୁର ଏଆରଓ ନିର୍ଦ୍ଦେଶକ କର୍ଣ୍ଣଲ ଆନନ୍ଦ ତନ୍ତୀ, ଭାରତୀୟ ତଟରକ୍ଷୀ ବାହିନୀ ଗୋପାଳପୁରର ଆସିଷ୍ଟାଣ୍ଟ କମାଣ୍ଡାଂଟ ଧନଞ୍ଜୟ କୁମାର ମିଶ୍ର, ଏବଂ କମାଣ୍ଡାଂଟ ବିକ୍ରମ ପଲ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ଏହି ଅବସରରେ ୫୪୪ ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ୪୯.୪୧ ଲକ୍ଷ ଟଙ୍କାର ଜ୍ୟୋତି ଫେଲୋସିପ୍ ପ୍ରଦାନ କରାଯାଇଥିଲା । ଜ୍ୟୋତି ଫେଲୋସିପ୍‌ର ଲକ୍ଷ୍ୟ ହେଉଛି ଅର୍ଥନୈତିକ ସ୍ତରରେ ପଛୁଆ ଏସ୍‌ସି/ ଏସ୍‌ଟି ପରିବାରର ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଶିକ୍ଷାଗତ ଓ କ୍ୟାରିୟର ଅଭିଳାଷ ପୂରଣ କରିବାରେ ସକ୍ଷମ କରିବା । ଟିଏସ୍‌ଏଫ୍ ଗୋପାଳପୁରର ମୁଖ୍ୟ ରକି ମାର୍ଟିନ୍ ଉଡାଣ କାର୍ଯକ୍ରମ ଓ ଜ୍ୟୋତି ଫେଲୋସିପ୍ ବିଷୟରେ ବର୍ଣ୍ଣନା କରିଥିଲେ ।

ଛାତ୍ରମାନଙ୍କୁ ଅଭିନନ୍ଦନ ଜଣାଇ ଟାଟା ଷ୍ଟିଲ ସ୍ପେଶାଲ ଇକୋନୋମିକ୍ ଜୋନର ପରିଚାଳନା ନିର୍ଦ୍ଦେଶକ ମାଣିକାନ୍ତ ନାୟକ କହିଛନ୍ତିଯେ ଛାତ୍ରଛାତ୍ରୀମାନେ ଅଧ୍ୟୟନରେ କଠିନ ପରିଶ୍ରମ କରି ସେମାନଙ୍କ ପରିବାର ତଥା ଦେଶ ପାଇଁ ଗୌରବ ଆଣିବା ଉଚିତ୍ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଟାଟା ଷ୍ଟିଲ ଏହି ଅଞ୍ଚଳର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ଏବଂ ଏଠାକାର ସ୍ଥାନୀୟ ଲୋକମାନଙ୍କ ପାଇଁ ସୁଯୋଗ ପ୍ରଦାନ ଜାରି ରଖିବ ।

ଗୋପାଳପୁର ଟିଏସଏଫ ହେଡ ରକି ମାର୍ଟିନ ଉଡାଣ ୨୦୨୪ ର ମହତ୍ତ୍ ଉପରେ ବର୍ଣ୍ଣନା କରି କହିଛନ୍ତି ଯେ ଆମେ ପ୍ରତିବର୍ଷ ଉଡାଣ କାର୍ଯକ୍ରମକୁ ସ୍ଥାନୀୟ ଯୁବକ, ମହିଳା ଏବଂ କୃଷକମାନଙ୍କ ଯୋଗଦାନର ମୂଳଦୁଆ ଭାବରେ ସଂଗଠିତ କରି ବିକାଶ ଏବଂ ଶିକ୍ଷାର ଏକ ଅଂଶୀଦାର ସ୍ଥାନରେ ଏକତ୍ରିତ କରିଥାଉ । ଏହି ପ୍ଲାଟଫର୍ମ କେବଳ ଅଭିଜ୍ଞତା ବାଣ୍ଟିବା ବିଷୟରେ ନୁହେଁ, ଏହା ଆମ ସମାଜର ଯେଉଁମାନେ ଶିକ୍ଷା ଏବଂ ସୁଯୋଗରେ ପ୍ରତିବନ୍ଧକ ସାମ୍ନା କରୁଛନ୍ତି ସେମାନଙ୍କ ପାଇଁ ଏହା ଏକ ଲାଇଫ୍ ଲାଇନ୍ ଅଟେ । ଆଜି, ଆମେ ଗଞ୍ଜାମ ଜିଲ୍ଲାର ୮୦ରୁ ଅଧିକ ବିଦ୍ୟାଳୟର ପିଲାମାନଙ୍କୁ ବୃତ୍ତି ପ୍ରଦାନ କରିଛୁ, ଯେଉଁମାନେ ପ୍ରାୟତ ଆମ ସମାଜର ପଛୁଆ ବର୍ଗର ଅଟନ୍ତି । ଏହି ଅଭିଯାନ ପାଇଁ ଟାଟା ଷ୍ଟିଲ୍‌କୁ ଧନ୍ୟବାଦ ଦେବା ସହ ଟିଏସ୍‌ଏଫ୍ ଦ୍ୱାରା ପ୍ରଦାନ କରାଯାଇଥିବା ବିଭିନ୍ନ ପ୍ରକାର ପ୍ରଶିକ୍ଷଣର ଶ୍ରେଷ୍ଠ ବ୍ୟବହାର କରିବାକୁ ମୁନିସପାଲ କର୍ପୋରେସନର ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ ମହିଳାମାନଙ୍କୁ ଆହ୍ୱାନ ଦେଇଛନ୍ତି । ନିଜର ଅଧିକାର ବିଷୟରେ ଜାଣିବା ଏବଂ ଓଡ଼ିଶା ସରକାର ପ୍ରଦାନ କରୁଥିବା ବିଭିନ୍ନ ସ୍କିମର ଲାଭକୁ ହାସଲ କରିବା ଲାଗି ସେ ସେମାନଙ୍କୁ ପରାମର୍ଶ ଦେଇଛନ୍ତି ।ଅପରାହ୍ନରେ ଉଦ୍ୟୋଗ ବିକାଶ, ମହିଳାଙ୍କ ଅଧିକାର, ନେତୃତ୍ୱ ବିକାଶ ଏବଂ ଲିଙ୍ଗଗତ ସମାନତା ସମ୍ପର୍କରେ ଟିଏସ୍‌ଏଫ୍‌ର ଦିଶା କାର୍ଯ୍ୟକ୍ରମ ଅଧୀନରେ ଏକ କର୍ମଶାଳା ଆୟୋଜିତ ହୋଇଥିଲା । ପାରିପାଶ୍ୱିର୍କ ଗ୍ରାମର ୩୦୦ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ସଦସ୍ୟ ଏବଂ କିଶୋରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ମହିଳାଙ୍କ ବିକାଶ ପାଇଁ ଏକ ରୋଡମ୍ୟାପ୍ ବିକାଶ କରିବା ଉପରେ ଉଦ୍ୟୋଗୀ ଓ ସାମାଜିକ କର୍ମୀମାନେ ଗୁରୁତ୍ୱାରୋପ କରିବା ସହ ଆଲୋଚନା କରିଥିଲେ ।

ପ୍ରଥମ ଦିବସର ଏହି ଦ୍ୱିତୀୟ ଅଧିବେଶନରେ ବ୍ରହ୍ମପୁର ମୁନିସପାଲ କର୍ପୋରେସନର ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ, ଜିଲ୍ଲା ସଭାପତି ଅଞ୍ଜଳି ସ୍ୱାଇଁ, ମହିଳା ଆତ୍ମନିର୍ଭର ଅଭିଯାନର ଅଧକ୍ଷ୍ୟା ତଥା ସାମାଜିକ ବିଜ୍ଞାନୀ ଡକ୍ଟର ରୀନା ରାଉତରାୟ, ରାଜ୍ୟ ଭିନ୍ନକ୍ଷମ ଆୟୋଗର ଅଧ୍ୟକ୍ଷା ଅବସରପ୍ରାପ୍ତ ଆଇଏଏସ୍ ବ୍ରତାତୀ ହରିଚନ୍ଦନ ଆଦି ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଉଦ୍ୟୋଗ ବିକାଶ ଓ ଏସ୍‌ଏଚ୍‌ଜିରେ ମହିଳାମାନଙ୍କ ଭୂମିକା ଉପରେ ଏକ ଆଲୋଚନା ଅଧିବେଶନ ଆୟୋଜନ କରାଯାଇଥିଲା, ଯାହାର ନେତୃତ୍ୱ ନେଇଥିଲେ ଦି ବୁକ୍ ଟର୍ଫ ଲାଇବ୍ରେରି, ଭୁବନେଶ୍ୱରର ଶିକ୍ଷାଦ୍ୟୋଗୀ ମିସ୍ ପ୍ରୀତି ମାରିଆ ପଟ୍ଟନାୟକ ।

ଜଳାବୟୁ ଦୀର୍ଘସ୍ଥାୟୀ ଚାଷ ଉପରେ ଗୁରୁତ୍ୱାରୋପ କରି ଏକ ଚାଷୀ-ବୈଜ୍ଞାନିକ ଆଲୋଚନା ଅଧିବେଶନ ସହ ଏହି ଦୁଇଦିନିଆ କାର୍ଯ୍ୟକ୍ରମ ଶନିବାର ସମାପନ ହେବ ।

LEAVE A REPLY

Please enter your comment!
Please enter your name here