ଗଞ୍ଜାମ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ବିତରଣ ସମାରୋହ

0
84

ଛତ୍ରପୁର,୨୪/୦୨/୨୦୨୪:ସ୍ଥାନୀୟ
ଷ୍ଟାଡିୟମ ଠାରେ ଗଞ୍ଜାମ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ବିତରଣ ସମାରୋହ ରେ ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀ ଅମିତା ପଟ୍ଟନାୟକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ରୂପେ ଆସିକା ସାଂସଦ ପ୍ରମିଳା ବିଷୋୟୀ , ମୁଖ୍ୟ ବକ୍ତା ରୂପେ ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଏବଂ ସମ୍ମାନିତ ଅତିଥି ରୂପେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା , ଆସ୍କା ବିଧାୟିକା ମଞ୍ଜୁଳା ସ୍ୱାଇଁ, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ , ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରାଜେଶ କୁମାର ପ୍ରଧାନ ଓ ପବିତ୍ର ମୋହନ ସାହୁ , ଡିଆଇଇଟି ଅଧ୍ୟକ୍ଷ ଡ଼ ସନ୍ତୋଷ କୁମାର ପରିଡ଼ା ମଞ୍ଚାସିନ ଥିଲେ । ମୁଖ୍ୟ ଅତିଥି ଆସ୍କା ସାଂସଦ ପ୍ରମିଳା ସ୍ୱାଇଁ ଓଡ଼ିଶା ଶିକ୍ଷା ବ୍ୟବସ୍ଥାରେ ବୈପ୍ଲବିକ ପରିବର୍ତ୍ତନ ପାଇଁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଛାତ୍ର ଛାତ୍ରୀ ମାନଙ୍କ ଉନ୍ନତି ପାଇଁ ବହୁତ ଯୋଜନା କରିଛନ୍ତି ଯାହା ଦେଶ ଗଠନ ରେ ସାହାଯ୍ୟ କରିପାରିବ ବୋଲି ଉଦବୋଧନ ଦେଇଥିଲେ । ପ୍ରାରମ୍ଭରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ପଟ୍ଟନାୟକ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଡିଆଇଇଟି ଅଧ୍ୟକ୍ଷ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଜିଲ୍ଲା ସ୍ତରୀୟ ସମା ରୋହରେ ୨୧୭ ଟି ଜିଲ୍ଲାସ୍ତରୀୟ ଷ୍ଟୁଡେଣ୍ଟ୍ ଏକାଡେମୀକ ପୁରସ୍କାର , ୨୨୫୦ ଗୋଟି ବ୍ଲକସ୍ତରୀୟ ଷ୍ଟୁଡେଣ୍ଟ୍ ଏକାଡେମୀ ପୁରସ୍କାର , ୧୧୨୯ ଗୋଟି ଷ୍ଟୁଡେଣ୍ଟ୍ ଲିଡରସିପ ପୁରସ୍କାର , ୬୯ ଗୋଟି ମାଧ୍ୟମିକ ସ୍କୁଲ ପୁରସ୍କାର, ୬୨ ଗୋଟି ପ୍ରାଥମିକ ସ୍କୁଲ ପୁରସ୍କାର , ୧୬ଗୋଟି ଗ୍ରାମ ପଞ୍ଚାୟତ ପୁରସ୍କାର , ୨୧ଗୋଟି ଆଲୁମିନି କମିଟି ପୁରସ୍କାର , ୨୩ ଗୋଟି ସ୍କୁଲ ପରିଚାଳନା କମିଟି ପୁରସ୍କାର , ୨୩ ଗୋଟି ପ୍ରାଥମିକ ଶିକ୍ଷକ ପୁରସ୍କାର , ଏହିପରି ମୋଟ ୩୮୩୩ ଗୋଟି ପୁରସ୍କାର ମାନ୍ୟବର ଅତିଥି ମାନଙ୍କ ଦ୍ଵାରା ସମସ୍ତଙ୍କୁ ମାନପତ୍ର ଓ ମୋମେଣ୍ଟୋ ସହ ପ୍ରଦାନ କରାଯାଇଥିଲା । ଭି ଭି ଗିରି ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ସ୍ବାଗତ ସଙ୍ଗୀତ ଓ ଚମଖଣ୍ଡି ଆଦର୍ଶ ବିଦ୍ୟାଳୟର ଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହି ଜିଲ୍ଲା ସ୍ତରୀୟ କାର୍ଯକ୍ରମ ରେ ଜିଲ୍ଲାର ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ , ସମସ୍ତ ପୁରସ୍କାର ପ୍ରାପ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ , ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ ସମେତ ପ୍ରାୟ ୪୦୦୦ ରୁ ଉର୍ଦ୍ଧ ସଦସ୍ୟ ଉପସ୍ଥିତ ଥିଲେ ।ପରିଶେଷରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପବିତ୍ର ମୋହନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯକ୍ରମକୁ ଏ ପି ଡି ମନୋଜ କୁମାର ବେହେରା , ଏସ ସି, ଏସ ଟି ଶିକ୍ଷା ସଂଯୋଜକ ଡ଼ ସରୋଜ ମୋହନ ପାଳ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ରାମଚନ୍ଦ୍ର ମହାରଣା , ଧରାକୋଟ ବିଇଓ ଲିଙ୍ଗରାଜ ସ୍ୱାଇଁ ଓ ଶେରଗଡ଼ ବିଇଓ ଉପେନ୍ଦ୍ର ପାଢ଼ୀ , ଖଣ୍ଡଦେଉଳି ପ୍ରଧାନ ଶିକ୍ଷକ ଡ଼ ଶଙ୍କର ନାରାୟଣ ବେଜ୍ , ମେଡିକାଲ୍ କ୍ୟାମ୍ପସ ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ଡ଼ ପ୍ରଭାତୀ କୁମାରୀ ମହାପାତ୍ର, ସିଟି ହାଇସ୍କୁଲ ପ୍ରଧାନ ଶିକ୍ଷକ ପନ୍ନଗ ଭୂଷଣ ମାଝୀ , ଭି ଭି ଗିରି ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଚାନ୍ଦିନୀ ପଣ୍ଡା , କେଲୁଆ ପଲ୍ଲୀ ପ୍ରଧାନ ଶିକ୍ଷୟିତ୍ରୀ ଅଞ୍ଜଳି ପାତ୍ର, ପୁରୁଣା ପାଟଣା ପ୍ରଧାନଶିକ୍ଷକ ଗୋକୁଳ କୃଷ୍ଣ ପଣ୍ଡା , ଟାଙ୍ଗଣାପଲ୍ଲୀ ପ୍ରଧାନ ଶିକ୍ଷକ ବିଷ୍ଣୁ ପ୍ରସାଦ ତ୍ରିପାଠୀ, ଓନସ୍ଲୋ ପ୍ରଧାନ ଶିକ୍ଷୟିତ୍ରୀ ସୁଚିତ୍ରା ପାଣିଗ୍ରାହୀ , ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଭାଗିରଥି ସ୍ୱାଇଁ ଓ କେ. ଶରତ କୁମାର ପ୍ରମୁଖ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here