ଚିକିଟି,୨୪/୦୨/୨୦୨୪: ଚିକିଟି ପେଣ୍ଠ ଅନ୍ତର୍ଗତ କଳିଙ୍ଗ ବୈଶ୍ଯ ସମାଜ ର ଅନ୍ନପୂର୍ଣ୍ଣା ଭବନଠାରେ ପ୍ରତିଷ୍ଠିତ ସେବା ସଂସ୍ଥାନ ଚିକିଟୀ ଓ ବ୍ରହ୍ମପୁର ରୁବି ଚକ୍ଷୁ ଚିକିତ୍ସାଳୟ ଓ ଲାସିକ୍ ସେଣ୍ଟର ର ମିଳିତ ସହଯୋଗ ରେ ଏକ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ଚକ୍ଷୁ ଡ଼ାକ୍ତର ବି ନାଗେଶ୍ଵର ରାଓ ସୁବୁଦ୍ଧି ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚକ୍ଷୁଡାକ୍ତର ରିସବ ସେଠ୍ , ଚକ୍ଷୁ ସହାୟକ ପ୍ରିତମ୍ କୁଣ୍ଡୁ , ଭୀଷ୍ମ ବେହେରାଙ୍କ ସମେତ ବହୁ ଅଭିଜ୍ଞ ଚିକିତ୍ସକ ଓ ସହାୟକ ଯୋଗ ଦେଇ ୬୦ରୁ ଉର୍ଦ୍ଧ ରୋଗୀଙ୍କ ରକ୍ତଚାପ, ମଧୁମେହ ପରୀକ୍ଷା ସହ ଚକ୍ଷୁ ରୋଗ ସମ୍ବନ୍ଧିତ ଚିକିତ୍ସା ପରାମର୍ଶ ସହ ମାଗଣା ଔଷଧର ବ୍ୟବସ୍ଥା କରାଯାଇ ଆବଶ୍ୟକ ରୋଗୀଙ୍କୁ ଅସ୍ତ୍ରୋପଚାରର ବ୍ୟବସ୍ଥା କରାଯାଇଥିଲା। ଏହି ଶିବିର କୁ ଡ଼ାକ୍ତର ବି ନାଗେଶ୍ଵର ରାଓ ସୁବୁଦ୍ଧି ଶୁଭାରମ୍ଭ କରିଥିଲେ। ସେବା ସଂସ୍ଥାନର ଏହିଭଳି ଅନେକ ଜନହିତକର କାର୍ଯ୍ୟକୁ ଅଞ୍ଚଳ ବାସିନ୍ଦା ପ୍ରଶଂସା କରିଛନ୍ତି। ଆଗକୁ ମଧ୍ୟ ଏଭଳି ବିଭିନ୍ନ ସେବା ଜାରି ରହିବ ବୋଲି ସେବା ସଂସ୍ଥାନ ର ସଭାପତି, ସମ୍ପାଦକ ଓ ଭାରତୀୟ ଜୀବନ ବୀମା ଏଜେଣ୍ଟ ଶ୍ରୀ ଆନନ୍ଦ ରାଓ ଆଚାରୀ ମତବ୍ୟକ୍ତ କରିଛନ୍ତି।