କନ୍ଧମାଳ ଓ ଗଞ୍ଜାମ ଜିଲ୍ଲା ଦେଇ ଯାଇଥିବା ୫୯ନଂ ଜାତୀୟ ରାଜପଥ ପ୍ରଶସ୍ତିକରଣକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରି • ୨୬.୯୬ କିଲୋମିଟର ରାଜପଥ ପ୍ରଶସ୍ତିକରଣ ଓ ସୁଦୃଢ଼ିକରଣ ପାଇଁ ୭୧୮.୨୬ କୋଟି ଟଙ୍କା ମଞ୍ଜୁର କଲେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ

0
109

ନୂଆଦିଲ୍ଲୀ,୨୭/୦୨/୨୦୨୪:ଓଡ଼ିଶାର କନ୍ଧମାଳ ଓ ଗଞ୍ଜାମ ଜିଲ୍ଲା ଦେଇ ଯାଇଥିବା ୫୯ ନମ୍ବର ଜାତୀୟ ରାଜପଥ ଦାରିଙ୍ଗିବାଡ଼ି ଘାଟ ସେକ୍ସନ୍‌ର ପ୍ରଶସ୍ତିକରଣ ଓ ସୁଦୃଢ଼ିକରଣ ପ୍ରସ୍ତାବକୁ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି |
୨୬.୯୬ କିଲୋମିଟର ଲମ୍ବା ଏହି ରାଜପଥର ପ୍ରଶସ୍ତିକରଣ ପାଇଁ ୨୦୨୩-୨୪ ବାର୍ଷିକ ଯୋଜନାରେ ୭୧୮.୨୬ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ନେଇ ଏକ୍ସ ପୋଷ୍ଟ ମାଧ୍ୟମରେ କେନ୍ଦ୍ର
ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ଶ୍ରୀ ନୀତୀନ ଗଡ଼କରୀ ସୂଚନା ଦେଇଛନ୍ତି।ଶ୍ରୀ ଗଡ଼କରୀ କହିଛନ୍ତି, ଦାରିଙ୍ଗିବାଡ଼ି ଘାଟ ସେକ୍ସନ ବର୍ତ୍ତମାନ ଏକ ସଂକୀର୍ଣ୍ଣ ଚଳାଚଳ ମାର୍ଗ ଏବଂ
ଖରାପ ମାନର ଜ୍ୟାମିତିକ ଆକାର ଯୋଗୁ ଗାଡ଼ି ଚଳାଚଳରେ ବିଭିନ୍ନ ବାଧା ସୃଷ୍ଟି କରୁଛି। ଏହି କାରଣରୁ ପଶ୍ଚିମ ଓଡ଼ିଶାରୁ ଆସୁଥିବା ଲମ୍ବା ଦୂରଗାମୀ ବାହନଗୁଡ଼ିକୁ ୫୯ ନମ୍ବର ଜାତୀୟ ରାଜପଥକୁ ଏଡ଼ାଇବାକୁ ହେଉଛି । ବିଶେଷ କରି ଶୀତଦିନେ ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ କୁ ଦୃଷ୍ଟିରେ ରଖି ଏହି ରାସ୍ତାକୁ ବଢ଼ାଇବା ଦ୍ବାରା ରାଜପଥର ମାନ ବୃଦ୍ଧି ପାଇବ, ନିରାପତ୍ତା ସୁଦୃଢ଼ ହେବ ଏବଂ ୫୯ ନମ୍ବର ଜାତୀୟ ରାଜପଥରେ ସମସ୍ତ ପାଣିପାଗ ରେ ଯୋଗାଯୋଗ ସୁନିଶ୍ଚିତ ହେବ ବୋଲି ପ୍ରେସ ଇସ୍ତାହାରରେ ସୁଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here