ଯୁକ୍ତ ୨ ପରୀକ୍ଷା : ରସାୟନ ବିଜ୍ଞାନ ପରୀକ୍ଷାରେ ୧୪ ପରୀକ୍ଷାର୍ଥୀ କପି କରି ଧରାପଡ଼ିଲେ

0
124

ବ୍ରହ୍ମପୁର, ୨୯/୦୨/୨୦୨୪ : ଆଜି ଥିଲା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ ବାର୍ଷିକ ପରୀକ୍ଷାର ସପ୍ତମ ଦିବସ l ଆଜି ବିଜ୍ଞାନ ସ୍ରୋତର ରସାୟନ ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ସ୍ରୋତର ଇତିହାସ, ପଦାର୍ଥ ବିଜ୍ଞାନ ଓ ଆକାଉଣ୍ଟାନ୍ସି ପରୀକ୍ଷା ଦକ୍ଷିଣାଞ୍ଚଳ ଅଧୀନସ୍ଥ ଆଠଟି ଜିଲ୍ଲାର ୨୦୫ଟି ପରୀକ୍ଷା କେନ୍ଦ୍ରରେ ଶୃଙ୍ଖଳିତ ଭାବେ ସଂପନ୍ନ ହୋଇଯାଇଛି l ତେବେ ଆଜି ବିଜ୍ଞାନ ସ୍ରୋତର ରସାୟନ ବିଜ୍ଞାନ ପରୀକ୍ଷାରେ ୧୪ ଜଣ ପରୀକ୍ଷାର୍ଥୀ କପି ଅଭିଯୋଗରେ ବ୍ରହ୍ମପୁର ଜୋନାଲ୍ ସ୍କ୍ୱାଡ୍ ସଦସ୍ୟଙ୍କ ହାତରେ ଧରା ପଡ଼ିଥିବା ଜଣାପଡ଼ିଛି l
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଦକ୍ଷିଣାଞ୍ଚଳ ଅଧୀନସ୍ଥ ଗଞ୍ଜାମ ଜିଲ୍ଲା କନିଷି ସ୍ଥିତ ସିଦ୍ଧ ଭୈରବୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ଜଣେ, କବିସୂର୍ଯ୍ୟନଗର ସ୍ଥିତ କବି ବଳଦେବ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ଜଣେ, ସାମନ୍ତିଆପଲ୍ଲୀ ସ୍ଥିତ ଶ୍ରୀ ଭରତ ପତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୪ ଜଣ, ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ଜଣେ, କୋରାପୁଟ ଜିଲ୍ଲା ଦଶମନ୍ତପୁର ସ୍ଥିତ ସରକାରୀ ଏସ୍.ଏସ୍.ଡି. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୨ ଜଣ, ନବରଙ୍ଗପୁର ସ୍ଥିତ ନବରଙ୍ଗପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୫ ଜଣ ପରୀକ୍ଷାର୍ଥୀ ଆଜି ବିଜ୍ଞାନ ସ୍ରୋତର ରସାୟନ ବିଜ୍ଞାନ ପରୀକ୍ଷାରେ କପି ଅଭିଯୋଗରେ ଅଭିଯୁକ୍ତ ହୋଇଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଦକ୍ଷିଣାଞ୍ଚଳ ଉପସଚିବ ଡ. କୁଳମଣି ଓଝାଙ୍କ ସୂତ୍ରରୁ ଜଣାପଡ଼ିଛି l

LEAVE A REPLY

Please enter your comment!
Please enter your name here