ବୁଗୁଡା ୩-୩/୨୪ ଗଞ୍ଜାମ ଜିଲ୍ଲାର ବୁଗୁଡା ପୋଲିସ ଥାନା ଅନ୍ତର୍ଗତ ଡାକରାବାଡି ଗ୍ରାମ ନିକଟରେ ବାଇକ୍ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୁତ୍ଯୁ ଘଟିଥିବା ଜଣାପଡିଛି। ମୃତ ଯୁବକ ଜଣକ ହେଲେ ବୁଗୁଡା ଏନଏସି ର ୧ ନଂ ୱାର୍ଡ ଗୋଲାମୁଣ୍ତୁଳାର ଭୀମସେନ ସ୍ୱାଇଁ। କୌଣସି ଜରୁରୀ କାର୍ଯ୍ୟ ଯୋଗୁଁ ଭୀମସେନ ତାଙ୍କର ସଢୁଘର ଡାକରାବାଡି ଗ୍ରାମକୁ ବାଇକରେ ଯାଇଥିଲେ। କାର୍ଯ୍ୟ ଶେଷ ପରେ ସଢୁ ଘରୁ ନିଜ ଗ୍ରାମକୁ ଫେରୁଥିବା ସମୟରେ ବାଇକ ଭାରସାମ୍ୟ ହରାଇ ଡାକରାବାଡି ଗ୍ରାମ ନିକଟସ୍ଥ ଏକ ବିଦ୍ଯୁତ ଖୁଣ୍ଟରେ ପିଟି ହୋଇଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ବେଳେ ସ୍ଥାନୀୟ ଲୋକଙ୍କ ସହଯୋଗରେ ୧୦୮ ଆମ୍ବୁଲାନ୍ସ ଦ୍ୱାରା ବୁଗୁଡା ମେଡିକାଲକୁ ଅଣାଯାଇଥିଲା । ମେଡିକାଲରେ ଡାକ୍ତର ଭୀମସେନ ସ୍ୱାଇଁଙ୍କୁ ପରୀକ୍ଷା କରି ମୁତ୍ଯୁ ଘୋଷଣା କରିଥିଲେ। ଭୀମସେନଙ୍କ ମୁତ୍ଯୁ ଖବର ଗୋଲାମୁଣ୍ତୁଳା ଗ୍ରାମରେ ପହଞ୍ଚିବା ପରେ ଶୋକର ଛାୟା ଖେଳିଯାଇଛି। ବୁଗୁଡା ଥାନା ପୋଲିସ୍ ମେଡ଼ିକାଲରେ ପହଞ୍ଚି ମର ଶରୀରକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଜାରି ରହିଛି।