ଅନ୍ଵେଷା କଳାକେନ୍ଦ୍ର ଦ୍ୱାରା ନୃତ୍ୟ ପ୍ରତିଯୋଗିତା

0
153

ବ୍ରହ୍ମପୁର,୦୪/୦୩/୨୦୨୪: ଉତ୍କଳ ଆଶ୍ରମସ୍ଥିତ ଭାଷା ଭବନ ଠାରେ ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଅନ୍ଵେଷା କଳାକେନ୍ଦ୍ର ତରଫରୁ ବିଭିନ୍ନ ନୃତ୍ୟ ଓ ପୋଷାକ ପରିଧାନ ପ୍ରତିଯୋଗିତା ଆୟୋଜିତରୁ ହୋଇସାରିଛି l ଏଥିରେ ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେଇଥିଲେ l କୃତି ପ୍ରତିଯୋଗୀ ମାନଙ୍କୁ ଆସନ୍ତା ୧୦ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପୁରସ୍କୃତ କରାଯିବ l ବିଚାରକ ଭାବେ ଜଣାଶୁଣା ନୃତ୍ୟ ଶିଳ୍ପୀ ସାଧନା ପାଢ଼ୀ, ପୁଷ୍ପଲତା ପାଣିଗ୍ରାହୀ, ସାବନା ଦାସ, ଟି. ଦିଲେଶ୍ଵର ରାଓ, ଶିବଶଙ୍କର ପାତ୍ର ଯୋଗ ଦେଇଥିବା ବେଳେ ଅନୁଷ୍ଠାନର ନିର୍ଦ୍ଦେଶିକା ଉଷାରାଣୀ ମହାପାତ୍ର, ସସ୍ମିତା ସାହୁ, ପ୍ରତିମା ନାୟକ ଏବଂ ଡ ମିହିର କୁମାର ତ୍ରିପାଠୀ ପରିଚାଳନା କରିଥିଲେ । ରଶ୍ମିତା ଦଳାଇ ଓ ସୁଦିପ କୁମାର୍ ସାହୁ ସଂଯୋଜନା କରିଥିଲେ ।

LEAVE A REPLY

Please enter your comment!
Please enter your name here