ବୁଗୁଡା ବ୍ଲକରେ ପଞ୍ଚାୟତରାଜ ଓ ଲୋକସେବା ଦିବସ

0
125

ବୁଗୁଡା ୫/୩/୨୪ ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ସଭା ଗୃହରେ ମାର୍ଚ୍ଚ ୫ ତାରିଖ ଦିନ ପଞ୍ଚାୟତରାଜ ଓ ଲୋକସେବା ଦିବସ ଉପଲକ୍ଷେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୁଗୁଡା ବିଡ଼ିଓ ସନ୍ତୋଷ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ, ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ବୟୋଜ୍ୟେଷ୍ଠ ସମାଜସେବୀ ମଦନ ଗୋପାଳ ଦୋରା ଓ ଜିଲ୍ଲା ପରିଷଦ ସଦସ୍ୟ ଗଙ୍ଗାପାଣି ଜେନା ମଞ୍ଚାସୀନ ଥିଲେ। ବିଡ଼ିଓ ଶ୍ରୀ ଜେନା ପଞ୍ଚାୟତରାଜ ଓ ଲୋକସେବା ଦିବସ ର ଉଦ୍ଦେଶ୍ୟ ବିଷୟରେ କହିବା ସହ ବୁଗୁଡା ବ୍ଳକର ବିଭିନ୍ନ ଉନ୍ନୟନ ବିଷୟରେ ବକ୍ତବ୍ୟ ରଖିଥିଲେ। ବୁଗୁଡା ବ୍ଲକକୁ ଏକ ଶ୍ରେଷ୍ଠ ବ୍ଲକରେ ଗଢିବା ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ପ୍ରକାଶ କରିଥିଲେ। ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଆଚାରୀ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଓଡ଼ିଶାର ପ୍ରଗତି ପାଇଁ ଅବଦାନ ଓ ପଞ୍ଚାୟତ ନିର୍ବାଚନରେ ମହିଳାମାନଙ୍କ ପାଇଁ ସଂରକ୍ଷଣ କରି ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଥିଲେ। ସେଥିପାଇଁ ବିଜୁବାବୁଙ୍କ ଜନ୍ମ ଦିବସକୁ ପଞ୍ଚାୟତ ରାଜ ଦିବସ ଭାବେ ପାଳନ କରିବାକୁ ଓଡିଶା ସରକାର ନିଷ୍ପତ୍ତି ଗ୍ରହଣ କରିଥିବା ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମକୁ ଜିପିଓ ମନୋଜ କୁମାର ସାହୁ ସଂଯୋଜନା କରିଥିବା ବେଳେ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ମେମ୍ବର, ପିଇଓ, ଜିଆରଏସ ଓ ବ୍ଲକ କର୍ମଚାରୀ ବୃନ୍ଦ ବୈଠକରେ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here