ମହାମାୟୀ ମହିଳା ମହାବିଦ୍ୟାଳୟ ରେ ନୂଆ-ଓ ଛାତ୍ରବୃତ୍ତି ଅନୁଦାନ ପତ୍ର ବିତରଣ ଉତ୍ସବ ଅନୁଷ୍ଠିତ

0
117

ବ୍ରହ୍ମପୁର,୦୫/୦୩/୨୦୨୪:ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପ୍ରାୟୋଜିତ ନୂଆ-ଓ ଛାତ୍ର ବୃତ୍ତି ଅନୁଦାନ ପତ୍ର ବିତରଣ ଉତ୍ସବ ସ୍ଥାନୀୟ ମହାମାୟୀ ମହିଳା ମହାବିଦ୍ୟାଳୟରେ ମହା ଉତ୍ସାହରେ ପାଳନ ହୋଇଯାଇଛି । ଆଜିର ଉତ୍ସବରେ ଯୋଜନା ବୋର୍ଡ ସଦସ୍ୟ ଡଃ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଲୋକସଭା ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ, ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା, ଡେପୁଟି ମେୟର ଇ ବିବେକ ରେଡି, ଡେପୁଟି ରେଜିଷ୍ଟ୍ରାର ଡ. ବାପୁଜୀ ସାମଲ ଅତିଥି ଭାବେ ଯୋଗଦେଇ +୩ ଛାତ୍ରୀ ମାନଙ୍କୁ ଅନୁଦାନ ପତ୍ର ବିତରଣ କରିଥିଲେ । କଲେଜ ପରିଚାଳନା କମିଟି ସଭାପତି ପ୍ରଫେସର ଅରୁନ୍ଧତୀ ରଥ ଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ସଭାରେ କଲେଜ ଅଧ୍ୟକ୍ଷା ଶ୍ରୀମତୀ କବିତା ଶତପଥୀ ଙ୍କ ସମେତ ପ୍ରଶାସନିକ ଅଧିକାରିଣି ଡ. ଜୟନ୍ତି ରାଣୀ ପଣ୍ଡା, ନୋଡାଲ ଅଫିସର ଡ. ସ୍ୱର୍ଣ୍ଣଲତା ପଟ୍ଟନାୟକ ଏବଂ ସମସ୍ତ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ବୃନ୍ଦ ଯୋଗଦେଇଥିଲେ ।+୩ ର ୧୩୩୫ ଛାତ୍ରୀ ଏହି ଛାତ୍ର ବୃତ୍ତି ପାଇଁ ଯୋଗ୍ୟ ବିବେଚିତ ହୋଇଥିବାରୁ ଛାତ୍ରୀମହଲରେ ଖୁସିର ଲହରି ଖେଳିଯାଇଥିଲା।

LEAVE A REPLY

Please enter your comment!
Please enter your name here