ପୋଲସରା, ୦୭ ୦୩/୨୦୨୪: ଗଞ୍ଜାମ ଜିଲ୍ଲା ପୋଲସରା ପୋଲିସ ଥାନା ଅନ୍ତର୍ଗତ ନିମିନା ଗ୍ରାମପଞ୍ଚାୟତର ସାନ ବରଗାଁ ଗ୍ରାମରେ ମାର୍ଚ୍ଚ ୭ ତାରିଖ ଅପରାହ୍ନରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଝିଅକୁ ମାରି ମାଆର ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ! ମୃତକ ମାଆଙ୍କ ନାମ ମାଣିକ ଗୌଡ଼(୩୦) ହୋଇଥିବା ବେଳେ ଦୁଇ ବର୍ଷର ଝିଅର ନାମ ଗେଲି ବୋଲି ସୂଚନା ମିଳିଛି । ମୃତକ ମାଣିକର ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ଆଣି ପୋଲସରା ପୋଲିସକୁ ଖବର ଦେଇଥିଲେ । ପୋଲସରା ଥାନାଧିକାରୀ କୌଶିକ ମାଝୀ ଓ ଏସ ଆଇ ସୁସ୍ମିତା ପଣ୍ଡା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଏହା ଆତ୍ମ ହତ୍ୟା ନା ସୁପରିକଳ୍ପିତ ହତ୍ୟା ତାହା ଶବ ବ୍ୟବଚ୍ଛେଦ ପରେ ଜଣାପଡ଼ିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ ।