ବ୍ରହ୍ମପୁର,୦୭/୦୩/୨୦୨୪:ଆଜି ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ମେଡିକାଲ୍ କ୍ୟାମ୍ପସ ଠାରେ ଦିନିକିଆ ବିଦ୍ୟାଳୟ ସ୍ତରୀୟ ମୋ ସ୍କୁଲ ଉତ୍ସବ ପାଳିତ ହୋଇ ଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଡ଼ ପ୍ରଭାତୀ କୁମାରୀ ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ଏହି ଉତ୍ସବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ରାଜେଶ କୁମାର ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ନିଜ ବିଦ୍ୟାଳୟକୁ ଅର୍ଥଦନ , ସେବା ଦାନ ଓ ଶ୍ରମ ଦାନ ଦେଇଥିବା , ଉଚ୍ଚ ବିଦ୍ୟାଳୟ ରୁପନ୍ତରିକରଣରେ ସହଯୋଗର ହାତ ବଢ଼େଇଥିବା, ଦୈନନ୍ଦିନ ଯୋଗାଯୋଗ ପ୍ରକ୍ରିୟା ଓ ଏକାଡେମିକ୍ କାର୍ଯ୍ୟକଳାପରେ ସାହାଯ୍ୟ କରିଥିବା ପୁରାତନ ଛାତ୍ରଛାତ୍ରୀଙ୍କ ଅବଦାନ ପାଇଁ ସେମାନଙ୍କୁ ଧନ୍ୟବାଦ ଦେବା ତଥା ବିଦ୍ୟାଳୟର ବିକାଶମୂଳକ କାର୍ଯ୍ୟକଳାପକୁ ସର୍ବ ସମ୍ମୁଖକୁ ଆଣିବା ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ବିଦ୍ୟାଳୟର ବିକାଶରେ ସହାୟକ ହୋଇଥିବା ପ୍ରମୁଖ ପୁରାତନ ଛାତ୍ର ଶକ୍ତିଧର ରାଜଗୁରୁ , ଅରୁଣ କୁମାର ପଟ୍ଟନାୟକ , ମାନସ ରଞ୍ଜନ ନାୟକ, ଉଲ୍ଲାସ କୁମାର ପ୍ରଧାନ, ଆଶିଷ ପାଢ଼ୀ ,ଡି. ପ୍ରଦୀପ ପାତ୍ର , ଶ୍ରୀକାନ୍ତ ସାବତ , ପ୍ରଣବ କୁମାର ପଣ୍ଡା , ସିମାଞ୍ଚଳ ବିଶ୍ଵାଳ , ଅକ୍ଷୟେନ୍ଦୁ ଶେଖର ପଟ୍ଟନାୟକ, ସନ୍ତୋଷ କୁମାର ଗୌଡ, ଅଲିମା ରାଣୀ ଭୂୟାଁଙ୍କୁ ମାନ୍ୟବର ମୁଖ୍ୟନ୍ତ୍ରୀଙ୍କ ଧନ୍ୟବାଦ ପତ୍ର ବଣ୍ଟନ କରାଯାଇଥିଲା। ପ୍ରଧାନ ଶିକ୍ଷୟିତ୍ରୀ ଡ଼ ମହାପାତ୍ର ବିଦ୍ୟାଳୟରେ ହୋଇଥିବା ସମସ୍ତ ମୋ ସ୍କୁଲ ପ୍ରକଳ୍ପ , ଉଚ୍ଚ ବିଦ୍ୟାଳୟ ରୁପାନ୍ତରିକରଣ, ଆକଙ୍କ୍ଷୀ ପାଠ୍ୟକ୍ରମ ଓ ହାଉସ୍ ସିଷ୍ଟମ୍ ସମ୍ପର୍କରେ ଏକ ସୁନ୍ଦର ଉପସ୍ଥାପନା କରିଥିଲେ । ବିଦ୍ୟାଳୟର ସ୍ମୃତି ସାଉଁଟିବା ପାଇଁ ଏକ ପୁରାତନ ଫୋଟୋ ଗ୍ୟାଲେରୀ ପ୍ରଦର୍ଶନ କରେଇଥିଲେ। ବିଗତ ମାସ ରେ ଏହି ବିଦ୍ୟାଳୟ ଭୁବନେଶ୍ୱର ରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ବିଦ୍ୟାଳୟ , ଶ୍ରେଷ୍ଠ ପୁରାତନ ଛାତ୍ର କମିଟି, ଶ୍ରେଷ୍ଠ ପ୍ରଧାନ ଶିକ୍ଷୟିତ୍ରୀ, ଶ୍ରେଷ୍ଠ ବିଦ୍ୟାଳୟ ପରିଚାଳନା କମିଟି , ଶ୍ରେଷ୍ଠ ଶିକ୍ଷକ ଓ ଶିକ୍ଷୟତ୍ରୀ ପୁରସ୍କାରରେ ସମ୍ମାନିତ ହୋଇଥିଲା । ଛାତ୍ରଛାତ୍ରୀଙ୍କ ବିକାଶ ପାଇଁ ୨୦୦୬ ବ୍ୟାଚ୍ ର ପୁରାତନ ଛାତ୍ର ନୀଳାଦ୍ରି ବିହାରୀ ନାୟକଙ୍କ ଦ୍ଵାରା ଚାଲିଥିବା ପ୍ରକଳ୍ପ ଓ ୧୯୯୪ ବ୍ୟାଚ୍ ର ଡ଼ ଦେବାଶିଷ ମହାପାତ୍ରଙ୍କ କ୍ୟାରିଅର କାଉନସେଲିଂ ଉଚ୍ଚ ପ୍ରସଂଶିତ ହୋଇଥିଲା । ଏହି ଉତ୍ସବ ଦ୍ଵାରା ଏକ ଉତ୍ସାହ ଜନକ ଓ ଆନନ୍ଦ ଦାୟକ ପରିବେଶ ସୃଷ୍ଟି ହୋଇଥିଲା । ବିଦ୍ୟାଳୟର ଶିକ୍ଷକ ଶ୍ରୀ ବିନ୍ଦୁଲାଲ୍ ପାତ୍ର, ନିତ୍ୟାନନ୍ଦ ଦାଶ, ବିଜୟ କୁମାର ପାଢ଼ୀ , ଟି. ଲଡ଼ୁ କିଶୋର ପାତ୍ର , ଅରୁଣ କୁମାର ପ୍ରଧାନ, ସୁଜ୍ଞାନି କୁମାରୀ ସ୍ୱାଇଁ ସମସ୍ତେ ସହଯୋଗ କରିଥିଲେ । ପରିଶେଷରେ ପୁରାତନ ଛାତ୍ର ଅକ୍ଷୟେନ୍ଦୁ ଶେଖର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।